ସାଇବର ଠକ ଏପରି କ୍ୟୁଆର କୋଡ ଜରିଆରେ ଆପଣଙ୍କୁ ଠକିଥାନ୍ତି, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଇଣ୍ଟରନେଟ ଯୁଗରେ ସବୁ କାମ ଫୋନ ଦ୍ୱାରା ହେବା ସହ ସାଇବର ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏମିତିରେ ବି ଆମକୁ କିଛି ପେମେଣ୍ଟ ପାଇଁ କ୍ୟାସ ଦେବା ନେବା ର କୌଣସି ଟେନସନ ନାହିଁ। କାହିଁକି ନା ଡିଜିଟାଲ ପେମେଣ୍ଟ ଜରିଆରେ ଏସବୁ ଅତି ସହଜରେ ହୋଇପାରୁଛି। ଆଜି କାଲି ଛୋଟ ଦୋକାନଠୁ ଆରମ୍ଭ କରି ବଡ଼ ମଲ୍‌ ପର୍ଯ୍ୟନ୍ତ ସବୁଠି ୟୁପିଆଇ ବ୍ୟବସ୍ଥ।ା ତେବେ ଏହାରି ମଧ୍ୟରେ ସାଇବର ଠକ ମଧ୍ୟ ଲୋକଙ୍କୁ ଠକିବାର ନୂଆ ମାଧ୍ୟମ ଖୋଜିଛନ୍ତି।

ଅନେକ ଥର ଆମେ ଶୁଣିଛେ ଯେ କ୍ୟୁଆର କୋଡ ମାଧ୍ୟମରେ ସାଇବର କ୍ରାଇମ ବଢ଼ୁଛି। OLX ଏହି ପ୍ଳାଟଫର୍ମ ମାନଙ୍କ ମଧ୍ୟରେ ଏକ ଯେଉଁଥିରେ କ୍ୟୁଆର କୋଡ ଘୋଟାଲା ବା ଠକେଇ ମାମଲା ଅଧିକ ଆସିଛି। କୋଭିଡ କାଳରେ ଅନଲାଇନ ଠକାମି ବହୁ ମାତ୍ରାରେ ବଢ଼ିଛି। ଖାସ କରି କ୍ୟୁଆର କୋଡ ସ୍କାମ ମାମଲା ସାମ୍ନାକୁ ବେଶି ଆସିଛି।

ଅନେକ ଥର ଆମେ OLX ପ୍ଳାଟଫର୍ମରେ ଠକେଇ ମାମଲା ଶୁଣିଛେ। ପେମେଣ୍ଟ କରିବା ସମୟରେ କ୍ୟୁଆର କୋଡ ସ୍କାନ କରିବା ବେଳେ ଏହି ସମସ୍ୟା ଦେଖାଯାଇଛି। ଲୋକଙ୍କ ର ଆକାଉଣ୍ଟ ଖାଲି ହେବାର ଖବର ମଧ୍ୟ ଶୁଣିବାକୁ ମିଳିଛି।

ତେବେ କ୍ୟୁଆର କୋଡ ସ୍କାମରୁ ବଞ୍ଚିବା ପାଇଁ କିଛି ଖାସ ଟିପ୍ସ ରହିଛି। ସାଇବର ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଏହି ଟିପ୍ସକୁ ମାନିଲେ ଆପଣ ଠକାମିରୁ ରକ୍ଷା ପାଇପାରିବେ। ନଚେତ୍‌ ୟୁପିଆଇରେ ପେମେଣ୍ଟ କରିବା ସମୟରେ ଆପଣଙ୍କ ଟଙ୍କା କଟିଯାଇପାରେ।

-କିଛି ଫିସିଂ ଆପ୍‌ ରହିଛି ଯାହା ମାଧ୍ୟମରେ ଅନଭେରିଫାଏଡ ପେମେଣ୍ଟ ଲିଙ୍କ ମେସେଜ ଦ୍ୱାରା ଆପଣଙ୍କ ପାଖକୁ ଆସିଥାଏ। ଲିଙ୍କ ଉପରେ କ୍ଲିକ କରିବା ପରେ ଆପଣଙ୍କ ଫୋନରେ ମହଜୁଦ ଥିବା ୟୁପିଆଇ ପେମେଣ୍ଟ ଆପ୍‌ ରେ ସେମାନେ ପହଞ୍ଚିଯାନ୍ତି। ପରେ ଅଟୋ ଡେବିଟ ପାଇଁ ଯେକୌଣସି ଆପ କୁ ଚୟନ କରିବାକୁ କହିଥାଏ। ଅନୁମତି ପରେ ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିଯାଏ। ତେଣ ୁ ସବୁବେଳେ ଏଭଳି ଫ୍ରଡ ମେସେଜଠୁ ବଞ୍ଚନ୍ତୁ।

-ଆରବିଆଇ ଦ୍ୱାରା ସବୁବେଳେ ଚେତବନୀ ଦିଆଯାଏ ଯେ ଗ୍ରାହକ ନିଜ ୟୁପିଆଇ ପିନ କିମ୍ବା ଓଟିପି କାହା ସହ ସେୟାର କରିବା କଥା ନୁହେଁ। ଏହାପରେ ବି କିଛି ଫ୍ରଡଷ୍ଟାର ୟୁଜର୍ସଙ୍କୁ ତାଙ୍କ ଓଟିପି ସେୟାର କରିବା ପାଇଁ କହିଥାନ୍ତି । ଏହାକୁ ଯଦି ଆପଣ ସେୟାର କରନ୍ତି ତେବେ ଆକାଉଣ୍ଟରୁ ଟଙ୍କା କଟିଯିବ।

-କିଛି ସ୍ମାର୍ଟ ୟୁଜର୍ସ ଅଛନ୍ତି ଯେଉଁମାନେ ୟୁପିଆଇ ସୋସିଆଲ ପେଜରେ BHIM କିମ୍ବା SBI ନାମ ଉପଯୋଗ କରି ଲୋକଙ୍କ ଭରସା ଦେବାର ଚେଷ୍ଟା କରିଥାନ୍ତି। ତେଣୁ ଏମାନଙ୍କଠୁ ବି ସତର୍କ ରହିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.