ଟେକ୍

E-Ticket ନା I-Ticket କେଉଁଟା ବେଷ୍ଟ ?

ଆଜି କାଲିର ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ଲାନ କରୁଥିଲେ ପ୍ରଥମେ ମନରେ ଟ୍ରେନ କଥା ଧ୍ୟାନକୁ ଆସେ। କିନ୍ତୁ ଏବେର ସମୟରେ ମଧ୍ୟ ଟ୍ରେନ ଟିକଟ ପାଇବା ବଡ଼ କଷ୍ଟ। ଡିଜିଟାଲ ଯୁଗରେ ହୁଏତ ଟିକେଟ ବୁକ୍‌ କରିବା ସହଜ ହୋଇଯାଇଛି। ଘରେ ବସି ଆରାମରେ ଅନଲାଇନରେ ଟିକେଟ ବୁକ୍‌ ମଧ୍ୟ ହୋଇଯାଉଛି ସତ କିନ୍ତୁ ସମସ୍ୟା ସେତେବେଳେ ସାମ୍ନାକୁ ଆସୁଛି ଯେତେବେଳେ କୌଣସି କାରଣ ବଶତଃ ଟିକେଟ କ୍ୟାନସଲ କରୁଛେ। ତେବେ ଟିକେଟ କ୍ୟାନସଲ କରିବା ପାଇଁ ରେଲେଓ୍ଵ ଡିପାର୍ଟମେଣ୍ଟ ତରଫରୁ ସ୍ପେଶିଫିକ ଚାର୍ଜ ନିଆଯାଉଛି। ଯାହା ବିଭିନ୍ନ କ୍ଲାସର ଟିକେଟ ପାଇଁ ଭିନ୍ନ ଭିନ୍ନ ରହିଥାଏ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଟ୍ରେନ୍ ଟିକେଟ୍ ବିଷୟରେ ଜାଣିବା ନିହାତି ଜରୁରୀ। ଟିକେଟ୍ ବୁକିଂ ପାଇଁ ଥିବା ନିୟମାବଳୀ ରେଳବାଇ ଦ୍ୱାରା ସମୟ ସମୟରେ ପରିବର୍ତ୍ତନ କରାଯାଇଥାଏ, କିନ୍ତୁ ଏହାପୂର୍ବରୁ ଆପଣ E – Ticket ଏବଂ I -Ticket ବିଷୟରେ ଜାଣିବା ଉଚିତ୍। ଯେକୌଣସି ଯାତ୍ରୀ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ ନେବା ଜରୁରୀ । ଅଧିକାଂଶ ଲୋକ ଅନଲାଇନରେ ଟିକେଟ୍ ବୁକିଂ କରନ୍ତି। ଏହି ପରିସ୍ଥିତିରେ ଆପଣ E – Ticket ପାଇବେ କିମ୍ବା ଆପଣ I -Ticket ପାଇବେ। ତେବେ ଏହା ମଧ୍ୟରେ ଫରକ କଣ ଅଛି ଜାଣନ୍ତୁ..

E – Ticket ହେଉଛି ଏକ ପ୍ରକାର ବୈଦ୍ୟୁତିକ ମୁଦ୍ରିତ ଟିକେଟ୍। ଯେକୌଣସି ଯାତ୍ରୀ ତାଙ୍କ ସୁବିଧା ଅନୁଯାୟୀ, ଏହି ଟିକେଟ୍ ପ୍ରିଣ୍ଟ କରିପାରିବେ। କାଉଣ୍ଟରକୁ ନ ଯାଇ ଘରେ ବସି ଏହି ଟିକେଟ୍ ବୁକ୍ କରିହେବ । ଇଣ୍ଟରନେଟ୍ ସାହାଯ୍ୟରେ ଏହା ଅନଲାଇନରେ ବୁକ୍ ହୋଇପାରିବ। ଏହା ରେଳ କାଉଣ୍ଟର ଟିକେଟ୍ ପରି ବୈଧ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ଯେଉଁମାନେ E – Ticket ଦ୍ୱାରା ଯାତ୍ରା କରୁଛନ୍ତି ସେମାନଙ୍କର ପରିଚୟ ପତ୍ର ରହିବା ଉଚିତ୍।

ଯଦି ଆମେ I -Ticket ବିଷୟରେ କହିବା , ତେବେ ଏହା ରେଳବାଇ ଦ୍ୱାରା ଯାତ୍ରୀଙ୍କ ଠିକଣାକୁ ପଠାଯାଏ। ଏହି ଟିକେଟ୍ କେବଳ ଇଣ୍ଟରନେଟ୍ ମାଧ୍ୟମରେ ବୁକ୍ କରାଯାଇଥାଏ।ଆଇଆରସିଟିସି ୱେବସାଇଟରେ ପଞ୍ଜୀକୃତ ହୋଇଥିବାବେଳେ ଏହି ଟିକେଟ୍ ଦିଆଯାଇଥିବା ଠିକଣାକୁ ପଠାଯାଏ। ଏହି ଟିକେଟ୍ ଆସିବା ପାଇଁ ପ୍ରାୟ ୪୮ ଘଣ୍ଟା ସମୟ ଲାଗେ।

E – Ticket ଏବଂ I -Ticket ମଧ୍ୟରେ ପାର୍ଥକ୍ୟ-
-E – Ticketକୁ ଯାତ୍ରୀ ପ୍ରିଣ୍ଟ କରିପାରିବେ ହେଲେ I -Ticketକୁ ପ୍ରିଣ୍ଟ କରାଯାଇପାରିବ ନାହିଁ
-I -Ticketକୁ ରେଲୱେ ତରଫରୁ କୋରିୟର କରାଯାଇ ପାରିବ, E – Ticket ଆପଣଙ୍କୁ ତୁରନ୍ତ ମିଳିଯିବ
-I -Ticketରେ ଡେଲୀଭରୀ ଚାର୍ଜ ଅନ୍ତର୍ଭୁକ୍ତ କରାଯାଏ, ଯେଉଁ କାରଣରୁ ଏହା ମହଙ୍ଗା ହୋଇଥାଏ
-I -Ticket ଦୁଇ ଦିନ ପୂର୍ବରୁ ବୁକ୍ କରିବାକୁ ପଡିଥାଏ
-E – Ticket ସମାନ ଦିନରେ ବୁକ୍ କରିପାରିବେ
-E – Ticketରେ ସିଟ ବର୍ଥ କଂଫର୍ମ ବା RAC ଥାଏ
-I -Ticketରେ କନ୍ଫର୍ମ, RAC ବା ୱେଟିଙ୍ଗ ତିନୋଟି ଶ୍ରେଣୀରେ ମିଳି ପାରିବ

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

50 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago