ପାଣିରେ ବୁଡିଗଲେ ଏବଂ ତଳେ ପଡିଗଲେ ବି ଭାଙ୍ଗିବନାହିଁ ଏହି ବଢ଼ିଆ 5G ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର୍ସ ଏବଂ ଦାମ

ଗତବର୍ଷ UMIDIGI BISON GT ରଗଡ୍‌ ସ୍ମାର୍ଟଫୋନକୁ ଲୋକେ ବହୁତ ପସନ୍ଦ କରିବା ପରେ ଚାଇନା ସ୍ମାର୍ଟଫୋନ ନିର୍ମାତା ଏବେ UMIDIGI BISON GT2 ସିରିଜ୍‌ ଜାରି କରିଛି। ନିକଟରେ ଜାରି କରାଯାଇଥିବା UMIDIGI ରଗଡ୍‌ ସ୍ମାର୍ଟଫୋନ୍‌ ଲାଇନଅପରେ BISON GT2 5G  ଏବଂ BISON GT2 Pro 5G ସାମିଲ ରହିଛି। ଲାଇନଅପ୍‌ BISON GT2 5G  ଏବଂ BISON GT2 Pro ନାମକ ଡିଭାଇସ 4G ଭେରିୟଣ୍ଟ ମଧ୍ୟ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ନୂଆ ରଗଡ ଡିଭାଇସେସର ଫିଚର୍ସ ଏବଂ ସ୍ପେସିଫିକେସନ୍‌ ଉପରେ ନଜର ପକାନ୍ତୁ।

UMIDIGI ସୂଚନା ଦେଇଛି ଯେ BISON GT2 5G ସିରିଜର ସମସ୍ତ ନୂଆ ମଜବୁତ୍‌ ସ୍ମାର୍ଟଫୋନ ଫେବୃୟାରୀ ଶେଷରେ ନିଜର ପ୍ରଥମ ବିକ୍ରି କରାଯିବ। BISON GT2 5G (8GB + 128GB)ର ଦାମ୍‌ ଡଲାର ବା ଭାରତୀୟ ମୁଦ୍ରାରେ ୨୨,୫୬୫ ଟଙ୍କା। ଏବଂ BISON GT2 Pro 5G (8GB + 256GB)ର ଦାମ୍‌ ୩୩୯.୯୯ ଡଲାର ବା ଭାରତୀୟ ୨୫,୫୭୪ ଟଙ୍କା ରହିଛି। BISON GT2 5G  ଏବଂ BISON GT2 Pro 5G ଉଭୟରେ 90Hz ରିଫ୍ରେସ ରେଟ, 180Hz ଟଚ୍‌ ସାମ୍ପଲିଙ୍ଗ୍‌ ରେଟ ଏବଂ ୨୦:୯ ଆସପେକ୍ଟ ରେସିଓ ସହିତ ୬.୫ ଇଞ୍ଚ୍‌ FHD+ ଡିସପ୍ଲେ ଦିଆଯାଇଛି। ଉଭୟ ଡିଭାଇସର ବ୍ୟାକରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଯେଉଁଥିରେ f/1.8 ଲେନ୍ସ ସହିତ ୬୪ଏମପିର ପ୍ରାଇମେରୀ ସେନ୍ସର, ୮ଏମପି ଓ୍ଵାଇଡ-ଆଙ୍ଗଲ ସୁଟର ଏବଂ ୫ଏମପିର ମାଇକ୍ରୋ ସୁଟର ରହିଛି। ସେଲଫି ପାଇଁ ରଗଡଫୋନ୍‌ ୨୪ଏମପିର ଫ୍ରଣ୍ଟ-ଫେସିଙ୍ଗ ସ୍ନାପର ପ୍ୟାକ କରିଥାଏ।

ଡିଭାଇସରେ ଆଣ୍ଡ୍ରଏଡ ସଂସ୍କରଣକୁ ଓଟିଏ ଅପଡେଟ ମାଧ୍ୟମରେ Android 12 ଅପଗ୍ରେଡ କରାଯିବ। ଏହି ଦୁଇ ମଡେଲ ଭିତରେ ଏକମାତ୍ର ପାର୍ଥକ୍ୟ ଯେ ଏହାର ଇଣ୍ଟରନାଲ ଷ୍ଟୋରେଜ କାପାସିଟୀ ରହିଛି। BISON GT2 5G 128GB ଇଣ୍ଟରନାଲ ଷ୍ଟୋରେଜ ପ୍ରଦାନ କରିଥାଏ ଏବଂ BISON GT2 Pro 5G ଭେରିୟଣ୍ଟ 256GB ଇଣ୍ଟରନାଲ ଷ୍ଟୋରେଜ୍‌ ପ୍ରଦାନ କରିଥାଏ। ଦୁଇ ଭେରିୟଣ୍ଟର ଷ୍ଟୋରେଜକୁ TF କାର୍ଡ ଜରିଆରେ 512GB ପର୍ଯ୍ୟନ୍ତ ବଢ଼ାଯାଇପାରିବ।

UMIDIGI ଏହି ଡିଭାଇସକୁ ୬୧୫୦ମାହ ର ବ୍ୟାଟେରୀ ସହ ଲେସ ରହିଛି। ୧୮ଓ୍ଵାଟ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। BISON GT2 5G ସିରିଜର ଏହି ସ୍ମାର୍ଟଫୋନ IP69 ଏବଂ IP69K ଓ୍ଵାଟରପ୍ରୁଫ ଏବଂ ଡଷ୍ଟପ୍ରୁଫ ରେଟିଙ୍ଗ୍‌ ସହିତ ଆସିଥାଏ। BISON GT2 5G ଏବଂ GT2 Pro 5Gରେ ସାମିଲ ଅନ୍ୟ ବିଶେଷତା ଯେମିତିକି NFC, WiFi 6,ବ୍ଲୁଟୁଥ୍‌ ୫.୨, L1+L5 , ଡୁଆଲ ବ୍ୟାଣ୍ଡ GPS+Glonass+Galileo/Beidou), ସାଇଡ-ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନସର, ବାରୋମିଟର, ଥର୍ମୋମିଟର ସେନସର, ପ୍ରକ୍ସିମିଟୀ ସେନସର, ଆମ୍ବିଏଟ ଲାଇଟ ସେନସର, ଏକ୍ସଲେରିମିଟର, ଜାଇରୋସ୍କୋପ ଏବଂ ଇଲେକଟ୍ରୋନିକ କମ୍ପାସ ରହିଛି।

Leave A Reply

Your email address will not be published.