Realme ଲଞ୍ଚ କଲା ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍

ବର୍ତ୍ତମାନ ଭାରତୀୟ ବଜାରରେ ସ୍ମାର୍ଟଫୋନର ଡିମାଣ୍ଡ ବେସ୍ ଅଧିକ ରହିଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ସବୁ ମାସରେ କିଛି ନା କିଛି ନୂଆ ନୂଆ ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ଲଞ୍ଚ କରୁଛି । ୟୁଜର୍ସମାନେ ଅପେକ୍ଷା କରିଥିବା ଫୋନଟି ଯେତେବେଳେ ଭାରତୀୟ ବଜାରରେ ଲଞ୍ଚ ସେତେବେଳେ ୟୁଜର୍ସଙ୍କ ଖୁସି କହିଲେ ନସରେ । ତେବେ ଏହି ଖୁସିକୁ ଆହୁରି ଦୁଇଗୁଣିତ କରିବା ପାଇଁ Realme ଲଞ୍ଚ କରିଛି ଏକ ଦମଦାର୍ ସ୍ମାର୍ଟଫୋନ୍ । ଯଦି କେହି ମିଡ୍ ବଜେଟରେ ସ୍ମାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ । ଏହି ଫୋନ୍ ବଜେଟରେ ଫିଟ୍ ଫିଚର୍ସରେ ହିଟ୍ । ଯେଉଁ ୟୁଜର୍ସମାନେ ଚାହିଁବେ ଆରାମରେ ଏହି ସ୍ମାର୍ଟଫୋନଟିକୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

Realme ୬୦୦୦ mAh ସହିତ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯାହାର ନାମ ହେଉଛି – Realme 14 5G । ଏହି Realme ସ୍ମାର୍ଟଫୋନରେ ୧୨GB RAM, Qualcomm Snapdragon 6 Gen 4 ଚିପସେଟ୍ ରହିଛି । ଚୀନ୍ ବ୍ରାଣ୍ଡ ଏହି ସ୍ମାର୍ଟଫୋନ୍ ଥାଇଲାଣ୍ଡରେ ଲଞ୍ଚ କରିଛି । ପୂର୍ବରୁ Realme 14 5G କିଛି ଗ୍ଲୋବାଲ୍ ମାର୍କେଟରେ ଉପସ୍ଥାପନ କରାଯାଇଥିଲା । ଏହି ଫୋନରେ GT ମେଗିଙ୍ଗ ବୁଷ୍ଟ ମୋଡ୍ ଏବଂ ୬,୦୫୦mm2 ଭାପର ଚାମ୍ବର ଲିକ୍ବିଡ୍ କୁଲିଂ ସିଷ୍ଟମ ମଧ୍ୟ ରହିଛି । ଫୋନର ଲୁମ୍ ଏବଂ ଡିଜାଇନ୍ Realme Neo 7x ସହିତ ପ୍ରାୟ ସମାନ ।

Realme 14 5G ର ପ୍ରାଇସ୍ :
Realme ର ଏହି ଫୋନ୍ THB ୧୩,୯୯୯ (ପ୍ରାୟ ୩୫,୩୦୦ ଟଙ୍କା) ର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହୋଇଛି । ଏହି ଫୋନର ଟପ୍ ଭାରିଆଣ୍ଟର ମୂଲ୍ୟ THB ୧୫,୯୯୯ (ପ୍ରାୟ ୪୦,୪୦୦ ଟଙ୍କା) ରେ ଆସିଥାଏ । ଏହି ଫୋନ୍ ୧୨GB RAM + ୨୫୬GB ଏବଂ ୧୨GB RAM + ୫୧୨GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଏହାକୁ ମେଚାସିଲଭର, ଷ୍ଟର୍ମ ଟାଇଟାନିୟମ୍ ଏବଂ ୱାରିଅର୍ ପିଙ୍କ୍ କଲରରେ କିଣାଯାଇପାରିବ ।

Realme 14 5G ର ଫିଚର୍ସ :
Realme ର ଏହି ସ୍ମାର୍ଟଫୋନରେ ୬.୬୭ ଇଞ୍ଚର FHD+ AMOLED ଡିସପ୍ଲେ ଦିଆଯାଇଛି । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଏବଂ ୨୪୦Hz ଟଚ୍ ସାମ୍ପଲିଂ ରେଟକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଲେ ୨୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରିଥାଏ । Realme ର ଏହି ଫୋନ୍ Qualcomm Snapdragon 6 Gen 4 ପ୍ରୋସେସର ଉପରେ କାମ କରିଥାଏ, ଯେଉଁଥିରେ ୧୨ GB RAM ଏବଂ ୫୧୨ GB ପର୍ଯ୍ୟନ୍ତଦ ଷ୍ଟୋରେଜର ସପୋର୍ଟ ମିଳିବ ।

Realme 14 5G ରେ Android 15 ଉପରେ ବେସ୍ଡ Realme UI 6 ର ସପୋର୍ଟ ମିଳିବ । ଏଥିରେ ଗେମିଂ ପାଇଁ ୬,୦୫୦mm2 ର ଭେପର ଚାମ୍ବର ଲିକ୍ବିଡ୍ କୁଲିଂ ସିଷ୍ଟମ ଏବଂ ଡେଡିକେଟେଡ୍ GT ବୁଷ୍ଟ ମୋଡ୍ ମିଳିବ । ଏହି ଫୋନ୍ ୬,୦୦୦ mAh ର ଦମଦାର୍ ବ୍ୟାଟେରୀ ଏବଂ ୪୫W SuperVOOC ଫାଷ୍ଟ ଚାର୍ଜିଂ ଫିଚର ଉପରେ କାମ କରିଥାଏ । ଫୋନରେ IP66, IP68 ଏବଂ IP69 ରେଟିଂ ଦିଆଯାଇଛି, ଯାହା ଯୋଗୁଁ ଫୋନକୁ ପାଣିରେ ବୁଡାଇ ଦେଲେ ମଧ୍ୟ ଖରାପ ହେବ ନାହିଁ ।

ଏହି ସ୍ମାର୍ଟଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଏଥିରେ ୫୦MP ର ମେନ୍ OIS କ୍ୟାମେରା ମିଳିବ । ଏହା ସହିତ ଏକ ସେକେଣ୍ଡାରୀ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬MP ର କ୍ୟାମେରା ମଧ୍ୟ ଦିଆଯାଇଛି । ଯାହା ଆପଣଙ୍କ ପାଇଁ ବେଷ୍ଟ ସ୍ମାର୍ଟଫୋନ୍ ହେଇପାରିବ ।