Realme 14 Pro, Realme 14 Pro+ ଦମଦାର୍ କ୍ୟାମେରା ଫିଚର୍ସ ସହିତ ହୋଇଛି ଲଞ୍ଚ, ଜାଣନ୍ତୁ ପ୍ରାଇସ୍ ଏବଂ ଅଫର

Realme ୨୦୨୫ ରେ ନିଜର ବଜେଟ୍ ନମ୍ବର ସିରିଜକୁ ଆରମ୍ଭ କରିଛି । Realme ର ଏହି ନମ୍ବର ସିରିଜ୍ ଗତ ବର୍ଷ ଆସିଥିବା Realme 13 Pro ସିରିଜକୁ ରିପ୍ଲେସ କରିବ । Realme ର ଏହି ନୂଆ ସିରିଜ୍ ଦମଦାର୍ କ୍ୟାମେରା ଏବଂ ନୂଆ ହାର୍ଡୱେର ଫିଚର୍ସ ସହିତ ଆସିଥାଏ । ଏହି ସିରିଜରେ କମ୍ପାନୀ ଦୁଇଟି ଫୋନ୍ Realme 14 Pro ଏବଂ Realme 14 Pro+ ଲଞ୍ଚ କରିଛି । ଏହି ଦୁଇଟି ଫୋନକୁ ଦେଖିଲେ ସମାନ୍ ପରି ଲାଗେ । ହେଲେ ଫୋନର ହାର୍ଡୱେର ଫିଚର୍ସରେ ଅନେକ ପାର୍ଥକ୍ୟ ଦେଖାଯିବ ।
Realme 14 Pro+ 5G :
Realme ର ଏହି ଫୋନ୍ ୬.୮୩ ଇଞ୍ଚର ୧.୫ K କର୍ଭଡ AMOLED ଡିସପ୍ଲେ ସହିତ ଆସିଥାଏ, ଯାହା FHD+ ରିଜୋଲ୍ୟୁସନ୍ ଏବଂ ୧୨୦ Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଲେକୁ ପ୍ରୋଟେକ୍ସନ୍ ପାଇଁ କର୍ନିଙ୍ଗ୍ ଗୋରିଲା ଗ୍ଲାସ୍ ଦିଆଯାଇଛି ଏବଂ ଏଥିରେ ପଞ୍ଚ-ହୋଲ ଡିସପ୍ଲେ ଏବଂ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି । ଏହା ସ୍ମାର୍ଟଫୋନ୍ Qualcomm Snapdragon 7s Gen 3 ପ୍ରୋସେସରରେ କାମ କରିଥାଏ, ଯାହା ସହିତ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିବ । ଫୋନର RAM ପ୍ରାୟ ୧୨GB ଭର୍ଚ୍ଚୁଆଲ୍ ଏକ୍ସପାଣ୍ଡ ହୋଇପାରିବ ।
Realme 14 Pro+ 5G ରେ ୬,୦୦୦mAh ଟାଇଟାନିୟମ ବ୍ୟାଟେରୀ ବ୍ୟବହାର କରାଯାଇଛି । ଏହା ସହିତ ୮୦ W USB Type C ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି । ଫୋନ୍ IP68, IP69 ରେଟେଡ୍, ଯେଉଁଥିପାଇଁ ଫୋନଟି ପାଣି କିମ୍ବା ଧୂଳିରେ ପଡିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ଫୋନ୍-୧୬ ଡିଗ୍ରୀ ତାପମାତ୍ରାରେ ମଧ୍ୟ କାମ କରେ । ଏଥିରେ କୋଲ୍ଡ ସେନ୍ସିଟିଭ୍ କଲର୍ ଚାର୍ଜିଂ ଫିଚର ଦିଆଯାଇଛି ।
ଏହି ସ୍ମାର୍ଟଫୋନର ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୫୦ MP ର ମେନ୍ OIS କ୍ୟାମେରା, ୫୦ MP ର ଟେଲିଫଟୋ ଏବଂ ୮ MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ MP ର କ୍ୟାମେରା ଦିଆଯାଇଛି । Realme ର ଏହି ଫୋନ୍ Android 15 ରେ ବେସ୍ଡ Realme UI 5.0 ଉପରେ କାମ କରିଥାଏ । ଏଥିରେ କନ୍ନେକ୍ଟିଭିଟି ପାଇଁ WiFi 6E, 5G, NFC ଭଳି ଫିଚର୍ସ ଦିଆଯାଇଛି ।
Realme 14 Pro 5G :
ଏହି ଫୋନ୍ ମଧ୍ୟ Pro+ ମଡେଲ ପରି ଡିଜାଇନ୍ ଏବଂ ଅନେକ ଫିଚର୍ସ ସହିତ ଆସିଥାଏ । ଏହି ଫୋନରେ ୬.୭୪ ଇଞ୍ଚର କର୍ଭଡ୍ AMOLED ଡିସପ୍ଲେ ରହିଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏଥିରେ MediaTek Dimensity 7300 Energy ପ୍ରୋସେସର ଦିଆଯାଇଛି, ଯାହା ସହିତ ୮GB RAM ର ସପୋର୍ଟ ମିଳିଥାଏ । ଫୋନର RAM କୁ ୮GB ପର୍ଯ୍ୟନ୍ତ ଭର୍ଚ୍ଚୁଆଲ୍ ଏକ୍ସପାଣ୍ଡ କରାଯାଇପାରିବ ।
Realme ର ଏହି ଫୋନ୍ ମଧ୍ୟ ୬,୦୦୦ mAh ର ବ୍ୟାଟେରୀ ସହିତ ଆସିଥାଏ । ଏଥିରେ ୪୫ W ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି । ଏହାର ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୫୦MP ର ମେନ୍ OIS କ୍ୟାମେରା, ୧୩MP ର ଅଲ୍ଟ୍ରା ୱାଇଡ୍ ଏବଂ ୨MP ର ମାକ୍ରୋ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୬ MP ର କ୍ୟାମେରା ଦିଆଯାଇଛି । ଏହି ଫୋନ୍ Android 15 ରେ ବେସ୍ଡ Realme UI 5.0 ଉପରେ କାମ କରିଥାଏ ।
Realme 14 Pro Series ର ପ୍ରାଇସ୍ :
Realme 14 Pro+ ତିନୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ – ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GB ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୭,୯୯୯ ଟଙ୍କା ରହିଛି । ନେହିଭଳି ଫୋନର ଅନ୍ୟ ଦୁଇଟି ଭ୍ୟାରିଆଣ୍ଟ କ୍ରମଶଃ ୨୯,୯୯୯ ଟଙ୍କା ଏବଂ ୩୨,୯୯୯ ଟଙ୍କାରେ ଆସିଥାଏ । ଫୋନର ପ୍ରତମ ସେଲ୍ ଜାନୁଆରୀ ୨୩ ରେ ମଧ୍ୟାହ୍ନ ୧୨ ଟା ସମୟରେ Flipkart ଏବଂ Realme ର ଅଫିସିଆଲ ୱେବସାଇଟରେ ଆୟୋଜିତ କରାଯାଇଛି । ଏହାକୁ କିଣିବା ଉପରେ ଆପଣଙ୍କୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଅଫର ମିଳିବ । Realme 14 Pro+ ଇଣ୍ଡିଆ ସ୍ପେସିଫିକ୍ ତିନୋଟି କଲର ଅପ୍ସନ ସହିତ ଆସିଥାଏ । ଫୋନ ବ୍ୟାକରେ ଭେଗାନ୍ ଲେଦର୍ ଡିଜାଇନ୍ ଭଳି ଫିନିସିଙ୍ଗ୍ କରାଯାଇଛି । ଏହି ଫୋନ୍ Pearl White କଲର ବ୍ୟତୀତ Suede Grey ଏବଂ Bikaner Purple କଲରରେ ଆସିଥାଏ ।
Realme 14 Pro ର ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ – ୮GB RAM + ୧୨୮GB ଏବଂ ୮GB RAM + ୨୫୬GB ରେ ଲଞ୍ଚ କରାଯାଇଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୨୨,୯୯୯ ଟଙ୍କା ରହିଛି । ସହିଭଳି ଏହାର ଟପ୍ ଭ୍ୟାରିଆଣ୍ଟ ୨୪ ,୯୯୯ ଟଙ୍କାରେ ଆସିଥାଏ । ଫୋନର ସେଲ୍ ଜାନୁଆରୀ ୨୩ ମଧ୍ୟାହ୍ନ ୧୨ ରେ ଇ-କମର୍ସ ୱେବସାଇଟ୍ Flipkart ରେ ଆୟୋଜିତ କରାଯିବ । ଏହି ଫୋନକୁ କିଣିବା ଉପରେ ଆପଣଙ୍କୁ ୨,୦୦୦ ଟଙ୍କାର ବ୍ୟାଙ୍କ ଅଫର ମିଳିବ । Realme 14 Pro ମଧ୍ୟ ତିନୋଟି କଲର ଅପ୍ସନ ସହିତ ଆସିଥାଏ, ଯେଉଁଥିରେ Pearl White ବ୍ୟତୀତ uede Grey ଏବଂ Jaipur Pink ସାମିଲ ଅଛି ।