ଭାରତୀୟ ବଜାରରେ ଲଞ୍ଚ ହେଲା Realme 14T 5G, କମ୍ ଦାମରେ ରହିଛି ଜବରଦସ୍ତ ଫିଚର୍ସ

ଚୀନର ସ୍ମାର୍ଟଫୋନ୍ ମେକର କମ୍ପାନୀ Realme ଭାରତରେ ଏକ ନୂଆ ଧମାକା ସୃଷ୍ଟି କରିଛି । Realme ଭାରତୀୟ ବଜାରରେ Realme 14T 5G ଲଞ୍ଚ କରିଛି । ଏହି ସ୍ମାର୍ଟଫୋନରେ କମ୍ପାନୀ କମ୍ ମୂଲ୍ୟରେ ଅନେକ ଦମଦାର୍ ଫିଚର୍ସ ପ୍ରଦାନ କରିଛି । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ ।

ଏଥି ସହ ଜାଣି ରଖନ୍ତୁ ଯେ ଯଦି ଆପଣ ସ୍ମାର୍ଟଫୋନ୍ ଅଧିକ ବ୍ୟବହାର କରନ୍ତି ଏବଂ ବାରମ୍ବାର ଚାର୍ଜିଂ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ Realme 14T 5G ଆପଣଙ୍କ ଟେନସନକୁ ଦୂର କରିପାରିବ । Realme ଏହି ସ୍ମାର୍ଟଫୋନରେ ୬,୦୦୦mAh ର ଏକ ବଡ଼ ବ୍ୟାଟେରୀ ଦେଇଛି, ଯାହା ଥରେ ଫୁଲ୍ ଚାର୍ଜ ହେଲେ ପୂରା ଦିନ ଚାଲିପାରିବ । ଏହା ସହିତ କମ୍ପାନୀ ଏଥିରେ ସବୁଠାରୁ ବ୍ରାଇଟନେସ୍ ଡିସପ୍ଲେ ମଧ୍ୟ ପ୍ରଦାନ କରିଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ Realme ଦୁଇଟି ଭାରିଆଣ୍ଟ ସହିତ ବଜାରରେ Realme 14T 5G କୁ ଲଞ୍ଚ କରିଛି । ଏହାର ବେସ୍ ଭାରିଆଣ୍ଟ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ଏବଂ ସେକେଣ୍ଟ ଭାରିଆଣ୍ଟଟି ହେଉଛି ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିଥାଏ । ଏଥି ସହ ଜାଣିରଖନ୍ତୁ ଯେ ୧୨୮GB ଭାରିଆଣ୍ଟର ମୂଲ୍ୟ ୧୭,୯୯୯ ଟଙ୍କା ଏବଂ ୨୫୬GB ଭାରିଆଣ୍ଟ କିଣିବା ପାଇଁ ଆପଣଙ୍କୁ ୧୯,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ସ୍ମାର୍ଟଫୋନ୍ ସହିତ ଆପଣ ସର୍ଫ ଗ୍ରୀନ୍, ଲାଇଟିଂ ପର୍ପଲ ଏବଂ ଓବ୍ସିଡିଆନ୍ ବ୍ଲାକ୍ କଲର ଅପ୍ସନରେ ଲଞ୍ଚ ହୋଇଛି ।

ଯଦି ଆପଣ ଏହାକୁ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଲଞ୍ଚ ଅଫର ଅଧୀନରେ ୟୁଜର୍ସଙ୍କୁ ବଡ଼ ଡିସକାଉଣ୍ଟ ମଧ୍ୟ ମଧ୍ୟ ଦିଆଯାଉଛି । ଏଥି ସହ ଯଦି ଆପଣ ଅନଲାଇନ୍ ପ୍ଲାଟଫର୍ମରୁ Realme 14T 5G କିଣନ୍ତି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସେଚେଞ୍ଜ ବୋନସ୍ ମିଳିବ । ଏହି ସ୍ମାର୍ଟଫୋନର ସେଲ୍ ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ସ୍ମାର୍ଟଫୋନର ସ୍ପେସିଫିକେସନ୍ ।

୧. Realme 14T 5G ରେ କମ୍ପାନୀ ଏକ ବଡ଼ ୬.୬୭-ଇଞ୍ଚ ଡିସପ୍ଲେ ଦେଇଛି, ଯେଉଁଥିରେ AMOLED ପ୍ୟାନେଲ୍ ଦିଆଯାଇଛି ।

୨. ସ୍ମୁଥନେସ୍ ପାଇଁ କମ୍ପାନୀ ଡିସପ୍ଲେରେ ୧୨୦ Hz ର ରିଫ୍ରେସ୍ ରେଟ୍ ଦେଇଛି । ଏହା ସହିତ ଡିସପ୍ଲେର ପିକ୍ ବ୍ରାଇଟନେସ୍ ୨୦୦୦ ନିଟ୍ ମଧ୍ୟ ରହିଛି ।

୩. ମଲ୍ଟିଟାସ୍କିଂ ଏବଂ ଗେମିଂ ଭଳି କାମ ପାଇଁ ଏଥିରେ ମିଡିଆଟେକ୍ ଡାଇମେନ୍ସିଟି ୬୩୦୦ ପ୍ରୋସେସର ଦିଆଯାଇଛି ।

୪. ଏହି ସ୍ମାର୍ଟଫୋନରେ ୮GB RAM ଏବଂ ୧୨୮GB ପର୍ଯ୍ୟନ୍ତ ବଡ଼ ଷ୍ଟୋରେଜ୍ ଅଛି ।

୫. Realme ଏଥିରେ ୧୦GB ପର୍ଯ୍ୟନ୍ତ ଭର୍ଚୁଆଲ୍ RAM ର ସପୋର୍ଟ ମଧ୍ୟ ପ୍ରଦାନ କରିଛି ।

୬. ଆଉଟ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 15 ୁପରେ ଚାଲିଥାଏ ।

୭. ଏଥିରେ ଆପଣଙ୍କୁ ୬୦୦୦mAh ର ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୪୫W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।

୮. Realme 14T 5G ରେ କମ୍ପାନୀ IP66, IP68 ଏବଂ IP69 ର ରେଟିଂ ଦେଇଛି ।