ଆଜି ଭାରତରେ ଲଞ୍ଚ୍‌ ହେବ Realme 6i, ଜାଣନ୍ତୁ କେତେ ରହିଛି ଦାମ ଆଉ କଣ ରହିଛି ଫିଚର୍ସ

ସ୍ମାଟଫୋନ ନିର୍ମାତା କମ୍ପାନୀ ପୁଣି ଥରେ ଆପଣଙ୍କ ପାଇଁ ନେଇ ଆସୁଛି ଖାସ ଫିଚର ଯୁକ୍ତ Realme 6i। ସର୍ବ ପ୍ରଥମେ ମିଆମାରରେ ଲଞ୍ଚ ହୋଇଥିବା 6i ସ୍ମାଟଫୋନ ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଫୋନରେ ୟୁଜର୍ସ ଜି ୯୦ଟି ପ୍ରୋସେସରର ଖାସ ମଜା ଉପଭୋଗ କରିପାରିବେ। ଏଥିରେ ରହିଛି ଚାରୋଟି କ୍ୟାମେରା , ଯାହା ଦ୍ବାରା ଆପଣ ଉତ୍ତମ କ୍ଲାରିଟିର ଫୋଟୋ ମଧ୍ୟ କ୍ଲିକ କରି ପାରିବେ।

ଆଜି ଅପରାହ୍ନ ସାଢେ ୧୨ ଟାରେ ଫେସବୁକ ଓ ଟ୍ବିଟର ମାଧ୍ୟମରେ Realme 6i  ସ୍ମାଟଫୋନର ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆପଣ ଏହି କାର୍ଯ୍ୟକ୍ରମକୁ ରିଅଲମି କମ୍ପାନୀର ଅଧିକାରିଙ୍କ ଫେସବୁକ ଓ ଟ୍ବିଟର ଆକାଉଣ୍ଟରେ ଲାଇଭ ଦେଖିପାରିବେ।

realmeଏହି ସ୍ମାଟଫୋନର ଦାମ୍ ୧୦ ହଜାର ରୁ ୧୫ ହଜାର ମଧ୍ୟରେ ରହିବ । ଆର୍କଷିତ କଲର ଅପସନ ସହିତ ଏହା ଭାରତୀୟ ବଜାରକୁ ଆସିବ ବୋଲି ଏକ ରିର୍ପୋଟରୁ ଜଣା ପଡିଛି।

ଆଣ୍ଡରୋଏଡ ୧୦ ଆଧାରିତ ଏହି ଫୋନରେ ୭୨୦*୧୬୦୦ ପିକ୍ସଲ ରିଜୟୁଲୁସନ ଯୁକ୍ତ ୬.୫ ଇଞ୍ଚର ଫୁଲ ଏଚଡି ସ୍କ୍ରିନ ରହିଛି। ଏଥିସହିତ 1.8GHz ସ୍ପିଡର helio G80 ପ୍ରୋସେସର ମଧ୍ୟ ରହିଛି। ତେବେ ଡବଲ ସିମର ସୁବିଧା ଉପଭୋଗ କରିବା ସହିତ ଆପଣ ଏହି ସ୍ମାଟଫୋନରେ G52 ଗ୍ରାଫିକ୍ସର ସୁବିଧା ମଧ୍ୟ ପାଇପାରିବେ।

ଚାରୋଟି କ୍ୟାମେରା ମଧ୍ୟରୁ ଏହାର ପ୍ରଥମ କ୍ୟାମେରାରେ ୪୮ ମେଗାପିକ୍ସଲର ମୋକ୍ରା ରହିଛି। ଏହା ସହିତ ଦ୍ବିତିୟ, ତ୍ରୁତୀୟ କ୍ୟାମେରାରେ ୮ ମେଗାପିକ୍ସଲ ଓ ଚତୁର୍ଥ କ୍ୟାମେରାରେ ୨ ମେଗାପିକ୍ସଲର ମୋକ୍ରା ରହିଛି। ଏଥିରେ ଆପଣ ୧୮ ବୋଟର ଫାସ୍ଟ ଚାରଜିଙ୍ଗ ହେଉଥିବା ୫୦୦୦mAhର ବ୍ୟାଟେରିର ଖାସ ସୁବିଧା ଉପଭୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.