ହାର୍ଟ ରେଟ୍ କହିବ ଏହି ଫୋନ୍: ଜାଣନ୍ତୁ Realme 9 Pro + 5G ର ଦମଦାର ଫିଚର

ନୂଆ ନୂଆ ଫିଚର ସହ ମାର୍କେଟରେ ଉପଲବ୍ଧ ହେଉଛି ବିଭିନ୍ନ ପ୍ରକର ଫୋନ୍। ତେବେ ରିଅଲମି ନିଜ ଗ୍ରାହକଙ୍କ ପାଇଁ ଆଣିଛି ରିଅଲମି 9 Pro + 5G, ଯାହାକି ମୋଟୋ ଏଜ୍ 20, ସାଓମି 11i ଏବଂ ସାଓମି 11i ହାଇପରଚାର୍ଜ ଭଳି ସ୍ମାର୍ଟଫୋନ୍ ସହିତ ଟକ୍କର ଦେବ। ଫେବୃଆରୀ ୧୬ ରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ରିଅଲମି 9 Pro + 5G ଆଜି ଅର୍ଥାତ୍ ଫେବୃଆରୀ ୨୧ ରେ ଫୋନ୍ ପ୍ରଥମ ଥର ପାଇଁ ମାର୍କେଟରେ ଓ ୧୨ ଟା ବେଳେ ରିଅଲମି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ।

Realme 9 Pro + 5G ର ପଛ ପ୍ୟାନେଲ୍ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ, ଏଥିରେ ମିଡିଆଟେକ୍ ଡାଇମେନ୍ସନ୍ ୯୨୦ ପ୍ରୋସେସର ଦିଆଯାଇଛି । ଫୋନରେ ୮ ଜିବି ରାମ୍ ଏବଂ ସୁପର ଅମୋଲେଡ ଡିସପ୍ଲେ ରହିଛି। ରିଅଲମ୍ 9 Pro + 5G ମୋଟୋ ଏଜ୍ ୨୦, ସାଓମି 11i ଏବଂ ସାଓମି 11i ହାଇପରଚାର୍ଜ ଭଳି ସ୍ମାର୍ଟଫୋନକୁ ଟକ୍କର୍ ଦେବ ବୋଲି କମ୍ପାନୀ କହିଛି।

ଏହାର ଫିଚର୍ ବିଷୟରେ କହିବାକୁ ଗଲେ ଏହାର ୮ ଜିବି ରାମ ୧୨୮ ଜିବି ଷ୍ଟୋରେଜ ଥିବା ଫୋନର ମୂ ଲ୍ୟ ହେଉଛି ୨ ୮,୯୯୯ ଟଙ୍କା । ଏହାର ତିନିଟି ଭାରିଏଣ୍ଟ ମାର୍କେଟ୍ରେ ଉପଲବ୍ଧ। ରିଅଲମ୍ 9 ପ୍ରୋ 5 ଜି ଏବଂ ରିଅଲ୍ 9 ପ୍ରୋ + 5 ଜି ଅରୋରା ଗ୍ରୀନ୍, ମିଡନାଇଟ୍ ବ୍ଲାକ୍ ଏବଂ ସନ୍ରାଇଜ୍ ବ୍ଲୁ ରଙ୍ଗରେ କିଣାଯାଇପାରିବ | HDFC ବ୍ୟାଙ୍କ କାର୍ଡରେ ଆପଣ ଏହି ଫୋନକୁ କିଣିଲେ ଏଥିରେ ଆପଣଙ୍କୁ ଦୁଇ ହଜାର ଟଙ୍କା ରିହାତି ମିଳିବ ଅର୍ଥାତ କ୍ୟାସବ୍ୟାକ ମିଳିବ।

ଏହି ଫୋନର ଫିଚର ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ ଏହା ଆଣ୍ଡ୍ରଏଡ୍ ୧ ୨ ଉପରେ ଆଧାରିତ। ଏହାର ସ୍କ୍ରିନ ସାଇଜ ରହିଛି 6.4-ଇଞ୍ଚ ଫୁଲ୍ HD + LCD ସୁପର AMOLED ଡିସପ୍ଲେ । ଡିସପ୍ଲେରେ ଗୋରିଲା ଗ୍ଲାସ୍ ପ୍ରୋଟେକ୍ସନ ମଧ୍ୟ ରହିଛି । ଫୋନରେ ମିଡିଆଟେକ ଡାଇମେନସିଟି 920 ପ୍ରୋସେସର ରହିଛି ।

ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ ଏହି ଫୋନରେ ତିନୋଟି ରିୟାର ବା ବ୍ୟାକ କ୍ୟାମେରା ଅଛି ଯେଉଁଥିରେ ପ୍ରାଇମେରୀ ଲେନ୍ସ ହେଉଛି ୫୦ ମେଗାପିକ୍ସେଲ ଯାହାକି ସୋନି IMX766 ପରି, ଯାହାର ଆପେଚର f1.8 ରହିଛି । ଫୋନରେ ଦ୍ୱିତୀୟ ଲେନ୍ସ ହେଉଛି 8 ମେଗାପିକ୍ସେଲ ଏବଂ ତୃତୀୟ ଲେନ୍ସ ହେଉଛି 2 ମାକ୍ରୋ ମେଗାପିକ୍ସେଲ। ଫ୍ରଣ୍ଟ କ୍ୟାମେରା 16 ମେଗାପିକ୍ସେଲ ରହିଛି ରହିଛି ଏହି ଫୋନ୍ରେ। ପ୍ରୋ ଲାଇଟ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ରିୟର କ୍ୟାମେରା ସହିତ ଯୋଗାଇ ଦିଆଯାଇଛି, ଯାହା କମ୍ ଆଲୋକରେ ମଧ୍ୟ ଭଲ ଫଟୋଗ୍ରାଫି କରିବାରେ ସାହାଯ୍ୟ କରିବ ।

Realme 9 Pro + 5G ବ୍ୟାଟେରୀର ପାୱାର ମଧ୍ୟ ଭଲ ରହିଛି । କନେକ୍ସନ ପାଇଁ ଏଥିରେ ୱାଇ-ଫାଇ, ବ୍ଲୁଟୁଥ୍ v5.2, ଜିପିଏସ୍ / ଏ-ଜିପିଏସ୍, ଟାଇପ୍-ସି ପୋର୍ଟ, ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ 3.5 ମିମି ହେଡଫୋନ୍ ଜ୍ୟାକ୍ ମଧ୍ୟ ରହିଛି । ଫୋନର ବ୍ୟାଟେରୀ ପାୱାର ରହିଛି 4500mAh, ଯାହା 60W ୱାର୍ଟ ଚାର୍ଜିଂକୁ ସପୋର୍ଟ କରିବ। ଏହି ଫୋନର ସବୁଠୁ ଭଲ ଫିଚର ହେଉଛି ଏଥିରେ ଆପଣ ନିଜର ହାର୍ଟ ରେଟ ମଧ୍ୟ ଯାଞ୍ଚ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.