ମାର୍କେଟରେ ଲଞ୍ଚ ହେବ Realme ର ଦୁଇଟି 5G ସ୍ମାର୍ଟ୍ ଫୋନ୍, ରହିଛି ଦମଦାର ଫିଚର୍

ବର୍ତ୍ତମାନ ସବୁ ଫୋନ କଂପାନୀ ଗୁଡ଼ିକ ନିଜ ନିଜ ଫୋନକୁ ଆହୁରି ଡିଜାଇନ୍ କରି ମାର୍କେଟରେ ଛାଡୁଛନ୍ତି । ଏମିତିକି ରିଅଲମି ମଧ୍ୟ ନିଜର ଦୁଇଟି ୫ଜି ଫୋନ୍ ଖୁବ୍ ଶୀଘ୍ର ମାର୍କେଟରେ ଲଞ୍ଚ କରିବାକୁ ଯାଉଛି।ରିଲମିର ଅଫିସିଆଲ୍ ୱେବସାଇଟରେ ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ ଏହାର ରିଅଲମି ୯ ପ୍ରୋ ସିରିଜ୍ 5G ଫୋନ୍ ଖୁବ୍ ଶୀଘ୍ର ମାର୍କେଟକୁ ଆସିବ। ତେବେ ବର୍ତ୍ତମାନ ଏହାର ତାରିଖ କୁହାଯାଇନାହିଁ।

କମ୍ପାନୀ ଏହାର ୱେବସାଇଟରେ ‘ରିଅଲମି 9 ପ୍ରୋ’ ର ଦୁଇଟି ସ୍ମାର୍ଟଫୋନ୍ ସ୍ମାର୍ଟ ଫୋନ୍ ମାର୍କେଟକୁ ଆସିବା କଥା କହିଛି। ଗୋଟେ 9 Pro ଓ ଅନ୍ୟଟି Realme 9 Pro ପ୍ଲସ । ତେବେ ରିଅଲମି ଏହାର ଟୁଇଟର ଆକାଉଣ୍ଟରେ ଫୋନର ଫିଚର୍ ବିଷୟରେ ଜଣାଇଛି। ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ ଫେବୃଆରୀ ୧୫ ରେ ୟୁରୋପ ବଜାରରେ ରିଅଲମି ୯ପ୍ରୋ 5G ଫୋନ୍ ଲଞ୍ଚ ହେବ । ଭାରତରେ ଖୁବ୍ ଶୀଘ୍ର ଏହା ଲଞ୍ଚ ହେବାରେ ଅଛି।

 

କମ୍ପାନୀ କହିଛି ଯେ ମିଡିଆଟେକ ଡାଇମେନ୍ସନ୍ ୯୨୦ ପ୍ରୋସେସର୍ ସହିତ ରିଅଲିମି 9 ପ୍ରୋ + 5 ଜି ମାର୍କେଟରେ ଉପଲବ୍ଧ ହେବ । ରିଅଲମି 9 ପ୍ରୋ ୫ ଜି ସିରିଜର ଭଲ ଫିଚର୍ ମଧ୍ୟ ରହିବ । ତେବେ ଆସିବାକୁ ଥିବା ଫୋନଗୁଡିକର ଡିଜାଇନ୍ ରିଅଲିମି 9i କିମ୍ବା ରିଅଲିମି ଜିଟି 2pro ର ଡିଜାଇନ୍ ସହିତ ସମାନ । ରିଅଲମି ୯ ପ୍ରୋ ର ପ୍ରୋସେସର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୯୫ ହୋଇପାରେ ।ଏଥିରେ ଏଥିରେ ୬.୯୫ ଇଞ୍ଚର OLED ଡିସପ୍ଲେ ହୋଇପାରେ । ଏହାର ବ୍ୟାଟେରୀ ପାୱାର ୫ ହଜାର mAh ରହିବ। ପୁଣି ଏହା ଫାଷ୍ଟ ଚାର୍ଜିଂ ସପୋର୍ଟ ଦେବ । ଏଥିରେ ୬୪MP ମେନ୍ ସେନ୍ସରର ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.