ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Realme 5G ସ୍ମାର୍ଟଫୋନ, ଦାମ ରହିବ ଖୁବ ଶସ୍ତା , ଜାଣନ୍ତୁ ଏହାର ଫିଚର୍ସ

ରିଏଲମି ଖୁବ ଶୀଘ୍ର କମ ଦାମରେ 5G ମଡେଲକୁ ଲଞ୍ଚ କରିବାକୁ ଯାଉଛି। ଭାରତରେ ଫୋନ ଅଗଷ୍ଟ ୧୮ ରେ ଲଞ୍ଚ ହେବ। ତେବେ ଗ୍ରାହକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଏହି ଫୋନକୁ ବାହାର କରାଯାଇଛି। Realme 9i 5G ଭାରତରେ ୧୮ ଅଗଷ୍ଟରେ ଲଞ୍ଚ ହେବାକୁ ଯାଉଛି। ଫୋନର ଲୋଡିଂ ପେଜ ରିଏଲମି ଇଣ୍ଡିଆ େଓ୍ଵବସାଇଟରେ ଲାଇଭ ହୋଇଥିଲା। ଲିଷ୍ଟିଂରେ କେବଳ ଫୋନର ରିୟର ଡିଜାଇନ ଓ ତାର ପ୍ରୋସେସର ସମ୍ପର୍କରେ ସୂଚନା ମିଳିଛି।

Realme 9i 5G ର ସ୍ପେଶିଫିକେସନ, ଦାମ ଓ ରେଣ୍ଡର୍ସ ର ପୁରା ଲିଷ୍ଟ Appuals ପାଇଁ ଲିକ ହୋଇଛି। ଜାଣନ୍ତୁ ଏହା ସମ୍ପର୍କରେ.

Realme 9i 5G ର ଦୁଇଟି କନଫିଗ୍ୟୁରେସନ , 4GB RAM+64GB ଷ୍ଟୋରେଜ ଓ 6GB RAM+128GB ଷ୍ଟୋରେଜ ଆସିବାର ଅନୁମାନ ରହିଛି। ଦେଶରେ ଏହା ଖୁବ କମ ଦାମରେ ଲଞ୍ଚ ହେବ ବୋଲି ଶୁଣିବାକୁ ମିଳିଛି। ଦାମ 15,000 ଟଙ୍କା ରହିବ ବୋଲି ଅନୁମାନ ରହିଛି।

Realme 9i 5G ରେଣ୍ଡର୍ସ ରୁ ଜଣାପଡ଼ିଛି ଯେ ଏହାର ଫ ୍ରଣ୍ଟରେ ଏକ ଟିୟରଡ୍ରପ ନଚ୍‌ ଡିସପ୍ଲେ ରହିଛି। ଡିଭାଇସ ର ରିୟର ସେଲରେ ଟ୍ରିପଲ ରିୟର କ୍ୟାମେରା ୟୁନିଟ ଅଛି। ପାଓ୍ଵର ବଟନ ରେ ଏକ ଫିଙ୍ଗର ପ୍ରିଣ୍ଟ ସ୍କାନର ମଧ୍ୟ ଅଛି। ଏହା ଉଭୟ ବ୍ଲାକ ଓ ଗୋଲ୍ଡ କଲରେ ବଜାରକୁ ଆସିବ।

Realme 9i 5G ରେ ୬.୬ ଇଞ୍ଚର IPS LCD ପ୍ୟାନେଲ ମଧ୍ୟ ଅଛି। ଯାହା ଫୁଲ ଏଚଡି+ ରିଜଲ୍ୟୁସନ, 90Hz ରିଫ୍ରେଶ ରେଟ ଓ 180 Hz ଟଚ୍‌ ସାମ୍ପଲିଂ ରେଟ ରେ ଆସିବ । ଡିଭାଇସ Android 12 OS ଓ Realme UI 3.0 ସହ ପ୍ରିଲୋଡେଡ ଆସିବ। ଡାଇମେନସନ ୮୧୦ ଚିପସେଟ ଡିଭାଇସ୍‌ ଟପ ରେ ରହିଛି। ଏହାର ୬ଜିବି ପର୍ଯ୍ୟନ୍ତ ରାମ୍‌ ଓ ୧୨୮ ଜିବିର ବିଲ୍ଟ ଇନ ଷ୍ଟୋରେଜ ସହ ଆସିବ। ଏହା ୫ଜିିବି ପର୍ଯ୍ୟନ୍ତ ଭର୍ଚୁଆଲ ରାମ୍‌ ସପୋର୍ଟ କରିବ। ଅତିରିକ୍ତ ଷ୍ଟୋରେଜ ପାଇଁ ଏଥିରେ ମାଇକ୍ରୋଏସଡି କାର୍ଡ ସ୍ଲଟ ହେବ।

Realme 9i 5G ରେ ୮ ମେଗା ପିକ୍ସଲର ସେଲ୍ଫି କ୍ୟାମେରା ରହିଛି। ଏହାର ରିୟର ପ୍ୟାନେଲରେ ୫୦ ମେଗାପିକ୍ସଲ ର ମୁଖ୍ୟ କ୍ୟାମେରା, ୨ ମେଗାପିକ୍ସଲ ର ପୋଟରେଟ ଲେନ୍ସ ଓ ୪ସିଏମ୍‌ ଫୋକଲ ଲେନ୍ଥ ସହ ୨ ମେଗାପିକ୍ସଲ ଓ ମାକ୍ରୋ କ୍ୟାମେରା ମଧ୍ୟ ରହିବ।

Leave A Reply

Your email address will not be published.