Realme Buds Air 3: ଏକାସାଙ୍ଗରେ ୨ଟି ଡିଭାଇସ ସହିତ ହୋଇପାରିବ କନେକ୍ଟ, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ରିଅଲ ମି ବର୍ଷକ ପୂର୍ବରୁ Realme Buds Air 2 TWS ଇଅରବଡ୍ସ ଲଞ୍ଚ କରିଥିଲା। ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ ୟୁଜର୍ସ। ଏଥିରେ ନଏଜ କ୍ୟାନ୍ସିଲେସନ ଫିଚର ମଧ୍ୟରେ ବଜାରରେ ସବୁଠାରୁ ଶସ୍ତା ଇଅରବଡ୍ସ ମଧ୍ୟରେ ଅନ୍ୟତମ। ଏବେ ମାଇସ୍ମାର୍ଟପ୍ରାଇସ ପକ୍ଷରୁ ବିଶେଷ ଭାବେ ଅପକମିଂ Realme Buds Air 3 ଫିଚର୍ସ ଏବଂ ସ୍ପେକ୍ସ ବିଷୟରେ ବିବରଣୀ ସେୟାର କରିଛି। ରିପୋର୍ଟ ଅନୁଯାୟୀ, Buds Air 3 ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ। ତେବେ ଏଥିରେ କ’ଣ ନୂଆ ଫିଚର୍ସ ରହିବ ଜାଣନ୍ତୁ…

Realme Buds Air 3 ରେ Realme Buds Air 2 ସମାନ ଏହାକୁ ଡିଜାଇନ କରାଯାଇଛି। ଏଥିରେ ଟ୍ରିପଲ ମାଇକ୍ରୋଫୋନ ସେଟ୍‌ଅପ୍‌ ସହିତ ଏକ ଟ୍ରାନ୍ସପରେଣ୍ଟ ମୋଡ ଏବଂ ଆକ୍ଟିଭ ନଏଜ କ୍ୟାନସିଲେସନ ମଧ୍ୟ ମିଳିବ। ଏହା ୟୁଜର୍ସଙ୍କ ମନ ବୁତାବକ ଅଡିଓ ଏକ୍ସପିରିଏନ୍ସକୁ କଷ୍ଟମାଇଜ କରିବାର ବିକଳ୍ପ ପ୍ରଦାନ କରିବ। ୟୁଜର୍ସଙ୍କୁ ଏକ ଟେଷ୍ଟ ଦେବାକୁ ପଡିବ, ଯାହା ଆଧାରରେ ଆପ୍‌କୁ କଷ୍ଟମାଇଜଡ୍‌ ଅଡିଓ ଏକ୍ସପିରିଏନ୍ସ ଜେନେରେଟ କରିବ।

Realme Buds Air 3 ରେ ଲୋ ଲିଣ୍ଟେସୀ ଗେମ୍‌ ମୋଡ ମଧ୍ୟ ରହିଛି। ଏଥିରେ ବାସ୍‌ ବୁଷ୍ଟ + ମୋଡ ରହିବ। ବଡସ ଏୟାର ଏବଂ ବଡସ ୨ ଭଳି ଅପକମିଂ ବଡସ ଏୟାର ୩ରେ ଇନ ଇଅର ଡିଟେକ୍ସନ ମଧ୍ୟ ରହିବ। ଏହି ଫିଚର ସହିତ ଯଦି ୟୁଜର୍ସ ଗୋଟେ ଇଅରବଡସ କାନରୁ କାଢନ୍ତି, ତେବେ ମ୍ୟୁଜିକ ବାଜିବା ଆପେ ଆପେ ବନ୍ଦ ହୋଇଯିବ।

Realme Buds Air 3 ରେ ଆପଣ ଦୁଇଟି ଡିଭାଇସକୁ କନେକ୍ଟ କରିପାରିବେ। ଯାହା ୟୁଜର୍ସଙ୍କୁ ଏକାସାଙ୍ଗରେ ୨ଟି ଡିଭାଇସର ସହିତTWS କନେକ୍ଟ କରିବାର ଅନୁମତି ଦେବ।

Realme Buds Air 3 NAC ବିନା ପାଖାପାଖି ୩୦ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍‌ ମଧ୍ୟ ଦେବ। ଏଥିରେ ଟାଇପ୍‌ ସି- ଚାର୍ଜିଂ ପୋର୍ଟ ସୁବିଧା ମଧ୍ୟ ରହିବ। Realme Buds Air 3 ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ ବୋଲି ସୂଚନା ରହିଛି। ଏହାର ଦାମ୍‌ ପାଖାପାଖି ୪୦୦୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.