ଏବେ ଦୋକାନରୁ ମଧ୍ୟ କିଣିପାରିବେ Realme C2 , ଦାମ୍ ରହିଛି ୫,୯୯୯ ଟଙ୍କା

ଯଦି ଆପଣ ମଧ୍ୟ ରିୟଲମି ସ୍ମାର୍ଟଫୋନର ଦିୱାନା ଅଟନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ରିୟଲମି ସବୁଠାରୁ ଶସ୍ତା ସ୍ମାର୍ଟଫୋନ ରିୟଲମି C2କୁ ଏବେ ଆପଣ ଅନଲାଇନ ବ୍ୟତୀତ ଅଫଲାଇନରେ (ଦୋକାନ) ଷ୍ଟୋରରୁ ମଧ୍ୟ କିଣିପାରିବେ। କମ୍ପାନୀ ନିଜର ବୟାନରେ କହିଛି ୧୫ ଜୁନ୍ ଠାରୁ ରିୟଲମି ସି୨କୁ ଅଫଲାଇନ ଷ୍ଟୋରରୁ ମଧ୍ୟ କିଣିପାରିବେ। ଏହାର ବିକ୍ରୀ ବର୍ତ୍ତମାନ ଠାରୁ ଦେଶ ସାରା ୮,୦୦୦ ଷ୍ଟୋରରୁ ମିଳିବ। କହିବାକୁ ଚାହିଁବୁ ରିୟଲମି ସି୨ର ଦାମ ୫,୯୯୯ ଟଙ୍କା ଅଟେ।
ଅବଶ୍ୟ କମ୍ପାନୀ ଜଣାଇଛି ଅଫଲାଇନ ଷ୍ଟୋରରୁ କେବଳ ୩ ଜିବି ରାମ/୩୨ ଜିବି ଷ୍ଟୋରେଜ୍ ବେରିୟଣ୍ଟ ବିଶିଷ୍ଟ ଫୋନ ବିକ୍ରୀ ହେବ। ସେହିଭଳି ୨ ଜିବି ରାମ/୧୬ ଜିବି ଅଫଲାଇନ ବିକ୍ରୀ ଜୁଲାଇ ୨୦୧୯ରେ ହେବ।
ଏଥିରେ ୨ ଜିବି ଏବଂ ୩ ଜିବି ରାମ ସହିତ ୧୬ ଏବଂ ୩୨ ଜିବି ଷ୍ଟୋରେଜ୍ ମିଳିବ। ଏହାଛଡା ଫୋନର ରିୟର କ୍ୟାମେରା ୧୩MP +୨MP ଏବଂ ଫ୍ରଣ୍ଟ କ୍ୟାମେରା ୫MP ଏଟେ। ପ୍ରୋସେସର ବିଷୟରେ କହିଲେ ରିୟଲମି ସି୨ରେ ମିଡିଆଟେକର ଆକ୍ଟୋକୋର ହିଲିୟୋ ପି22 ପ୍ରୋସେସର ରହିଛି ଏବଂ ଏଥିରେ ଆଣ୍ଡ୍ରଏଡ୍ ପାଇ ୯.୦ ଦିଆଯାଇଛି।
ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ନାହିଁ ଏବଂ ପାୱାର ଦେବା ପାଇଁ ଫୋନରେ ୪,୦୦୦ମାହ ବ୍ୟାଟେରୀ ଦିଆଯାଇଛି। ଏହାଛଡା କନେକ୍ଟିଭିଟୀ ପାଇଁ ଏଥିରେ ଆପଣଙ୍କୁ ଡୁଆଲ ୪ଜି ଭିଓଏଲଟିଇ, ବ୍ଲୁଟୁଥ୍, ୱାଇ-ଫାଇ ଏବଂ ୩.୫ ଏମଏମର ହେଡଫୋନ ଜ୍ୟାକ୍ ଭଳି ଫିଚର୍ସ ମିଳିବ।
ଏହି ଫୋନରେ 2GB RAM/16GB ବେରିୟଣ୍ଟ ବିଶିଷ୍ଟ ଫୋନର ମୂଲ୍ୟ ୫,୯୯୯ ଟଙ୍କା ଏବଂ 3GB RAM/32GB ବେରିୟଣ୍ଟର ମୂଲ୍ୟ ୭,୯୯୯ ଟଙ୍କା ଅଟେ। ଏହି ଫୋନକୁ ଆପଣ ଇଏମଆଇରେ ମଧ୍ୟ କିଣିପାରିବେ। ଫୋନ ସହିତ ବକ୍ସରେ ଆପଣଙ୍କୁ ଚାର୍ଜି କେବଲ, ଆଡପଟର ସହିତ ମୋବାଇଲ କଭର ମଧ୍ୟ ମିଳିବ।