୫୦୦୦ mAh ବ୍ଯାଟେରୀ ଥିବା Realme C20 ରିଭର୍ସ ଚାର୍ଜିଂ ସପୋର୍ଟ ଥିବା ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

Realme C20 କମ୍ପାନୀ ଭାରତରେ କିଛିଦିନ ତଳେ ଲଞ୍ଚ କରିଥିଲା। ଏହାକୁ Realme C 21 ଏବଂ Realme C25 ସହିତ ୮ ଏପ୍ରିଲକୁ ଲଞ୍ଚ କରାଯାଇଥିଲା। ଲଞଚ ହୋଇଥିବା ଏହି ନୂଆ ଫୋନରେ Realme C20 ସବୁଠାରୁ ଶସ୍ତା ଫୋନ। ଏହି ଏଣ୍ଟ୍ରି ଲେବଲ ଫୋନରେ ୫୦୦୦ mAh ବ୍ଯାଟେରୀ ଭଳି ଫିଚର୍ସ ରହିଛି।

Realme C20 ରେ ସିଙ୍ଗଲ ୨ ଜିବି+ ୩୨ ଜିବି ଭାରିଅଣ୍ଟର ଦାମ ୬,୯୯୯ ଟଙ୍କା ରହିଛି। ପ୍ରଥମ ୧ ମିଲିଅନ ଗ୍ରାହକ ଏହାକୁ ୬,୭୯୯ଟଙ୍କାରେ କିଣିପାରିବେ ବୋଲି କମ୍ପାନୀ କହିଛି। ଏହା ଦୁଇଟି କଲର ଅପସନରେ ଉପଲବ୍ଧ। କୁଲ ବ୍ଲୁ ଏବଂ କୁଲ ଗ୍ରେ କଲର ଅପସନରେ ମିଳିବ। ଏହା ଆସନ୍ତାକାଲି ସକାଳ ୧୨ଟାରେ ଫ୍ଲିପକାର୍ଟ ଏବଂ ରିଅଲ ମିର ଅଧିକାରକ ୱେବସାଇଟ ଏବଂ କେତେକ ଜଣାଶୁଣା ରିଟେଲ ଷ୍ଟୋରରେ ମିଳିବ।

ଡୁଆଲ ସିମ୍ ସପୋର୍ଟ ଥିବା C20 ଆଣ୍ଡ୍ରଏଡ ୧୦ ବେସଡ Realme UI ରେ ଚାଲିବ। ଏଥିରେ ୬.୫ ଇଞ୍ଚର ଏଚଡି IPS ଡିସପ୍ଲେ ଦିଆଯାଇଛି। ଫଟୋଗ୍ରାଫି ପାଇଁ ରିଅର ୮ ଏମପି କ୍ଯାମେରା ଏବଂ ଫ୍ରଣ୍ଟରେ ୫ ଏମପି କ୍ଯାମେରା ଦିଆଯାଇଛି। ରିଅଲ ମିର ଏହି ନୂଆ ଫୋନରେ ରିଭର୍ସ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି।

realme c 20 1
photo credit: GSMArena.com

ଏହି ସ୍ମାର୍ଟଫୋନରେ ୨ ଜିବି LPDDR4x ରାମ ସହିତ ଅକ୍ଟାକୋର MediaTekHelio G 35 ପ୍ରୋସେସର ମଧ୍ୟ ରହିଛି। ଏହାଛଡା ୩୨ ଜିବିର ଇଣ୍ଟରନାଲ ମେମୋରୀକୁ କାର୍ଡ ସାହାଯ୍ଯରେ ଆପଣ ବଢାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.