କମ୍‌ ଦାମରେ ଭଲ ଫିଚର୍ସ ଥିବା ଫୋନ୍‌ Realme c21,ଜଲଦି କିଣନ୍ତୁ

Realmeର ନୂଆ ସ୍ମାର୍ଟଫୋନ Realme c21 ଆଜି ଅର୍ଥାତ ୧୪ ଅପ୍ରେଲରୁ ଭାରତୀୟ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଛି। ଆଜି ଦିନ ୧୨ ଟାରୁ ଫ୍ଲିପକାର୍ଟ, ରିଟେଲ ଷ୍ଟୋର ଓ କମ୍ପାନୀର େଓ୍ଵବସାଇଟ ମାଧ୍ୟମରେ ଆପଣ କିଣିପାରିବେ । ଗତ ସପ୍ତାହରେ Realme c21 କୁ ଭାରତୀୟ ବଜାରରେ Realme c20 ଓ Realme c25 ସହ ବଜାରରେ ଲଞ୍ଚ କରାଯାଇଥିଲା। Realme c21ରେ 5000mAh ବ୍ୟାଟେରୀ ଦିଆଯାଇଛି। ଏଥିରେ ଟ୍ରିପଲ ରିୟର କ୍ୟାମେରା ରହିଛି।

ଦାମ:

ଏହାର ଦାମ ୭,୯୯୯ ଟଙ୍କାରୁ ଆରମ୍ଭ। ଏହି ଦାମରେ ଆପଣଙ୍କୁ ୩ଜିବିର ର‍୍ୟାମ ସହ ୩୨ଜିବିର ଷ୍ଟୋରେଜ ସିଷ୍ଟମ ରହିଛି। ଏହାସହ ୪ଜିିିବି ର‍୍ୟାମ ଓ ୬୪ଜିବି ଷ୍ଟୋରେଜ ଭାରିଏଣ୍ଟ ଫୋନର ଦାମ ୮,୯୯୯ଟଙ୍କା ରହିଛି। ଏହା କଳା ଓ ନୀଳ ରଙ୍ଗରେ ବଜାରକୁ ଆସିଛି।

ସ୍ପେଶିଫିକେସନ:

Realme c21ରେ ୬.୫ ଇଞ୍ଚର HD+ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦*୧୬୦୦ ପିକ୍ସଲ। G35 ପ୍ରୋସେସର ସହ ୪ଜିବି LPDDR4*64GB ର‍୍ୟାମ ପର୍ଯ୍ୟନ୍ତ ଷ୍ଟୋରେଜ ସୁବିଧା ରହିଛି ।

କ୍ୟାମେରା:

ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି। ପ୍ରଥମ ଲେନ୍ସ ୧୩ ମେଗାପିକ୍ସଲ, ୨ୟ ଲେନ୍ସ ୨ମେଗାପିକ୍ସଲର ମାକ୍ରୋ ଓ ୩ୟଟି ୨ ମେଗାପିକ୍ସଲର ମୋନୋକ୍ରୋମ ଲେନ୍ସ ରହିଛି। ସେଲଫି ପାଇଁ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଅଛି।

ବ୍ୟାଟେରୀ :

କନେକ୍ଟିଭିଟି ପାଇଁ ଏଥିରେ 4G LTE, Wi-Fi, ବ୍ଲୁଟୁଥ V 5.0, GPS/A-GPS , ମାଇକ୍ରୋ ୟୁଏସବି ପୋର୍ଟ ଏବଂ 3.5mmର ହେଡଫୋନ ସୁବିଧା ରହିଛି। ଫୋନର ପାଓ୍ଵାର ବଟନରେ ଫିଙ୍ଗରପ୍ରିଣ୍ଟ ସେଂସର ଦିଆଯାଇଛି। Realme c21ରେ 5000mAh ବ୍ୟାଟେରୀ ଦିଆଯାଇଛି। ଏହା ରିଭର୍ସ ଚାର୍ଜିଂକୁ ସପୋର୍ଟ କରିଥାଏ। ଏହାସହ ଫୋନର ଓଜନ ୧୯୦ ଗ୍ରାମ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.