ଲଞ୍ଚ ହୋଇଛି Realme GT 7, ରହିଛି ବଢ଼ିଆ ଫିଚର୍ସ

ବର୍ତ୍ତମାନ ସମୟରେ ଭାରତରେ ବିଭିନ୍ନ ପ୍ରକାରର ଫୋନ୍ ଲଞ୍ଚ ହେଉଛି । ସ୍ମାର୍ଟଫୋନ୍ ଲଞ୍ଚ ହେବା ଖବର ଶୁଣି ୟୁଜର୍ସମାନେ ବେସ୍ ଖୁସି ମଧ୍ୟ ହେଉଛନ୍ତି । ଏଥି ସହ ଆପଣମାନେ ବି ନିଶ୍ଚିତ ଭାବରେ ଜାଣିଥିବେ ଯେ Realme ପ୍ରାୟ ବହୁ ସମୟରେ କିଛି ନା କିଛି ସ୍ମାର୍ଟଫୋନ୍ ଲଞ୍ଚ କରିଥାଏ । Realme ୟୁଜର୍ସମାନେ ବହୁତ ଆନନ୍ଦରେ ଫୋନ୍ କିଣିଥାନ୍ତି । ଏହି ୟୁଜର୍ସଙ୍କ ଖୁସିକୁ ଆଖିଆଗରେ ରଖି ବର୍ତ୍ତମାନ Realme ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

Realme ଆଉ ଏକ ଦମଦାର୍ ଫୋନ୍ ଲଞ୍ଚ କରିଛି । ଯାହାର ନାମ ରଖାଯାଇଛି Realme GT 7 । ଏହି Realme ଫୋନଟି ୭,୨୦୦mAh ର ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଆସିଥାଏ । ଏଥି ସହ ଏହି ଫୋନରେ ୫୦MP କ୍ୟାମେରା, ୧୦୦W ଫାଷ୍ଟ ଚାର୍ଜିଂ ସମେତ ଅନେକ ଦମଦାର୍ ଫିଚର୍ସ ପ୍ରଦାନ କରାଯାଇଛି । ଚୀନ୍ କମ୍ପାନୀର ଏହି ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Realme GT6 ର ଅପଗ୍ରେଡ୍ ହେବ । କମ୍ପାନୀ ବର୍ତ୍ତମାନ ଏହି ଫୋନକୁ ଏହାକୁ ହୋମ୍ ମାର୍କେଟ ଅର୍ଥାତ୍ ଚୀନରେ ଲଞ୍ଚ କରିଛି । ଖୁବ୍ ଶୀଘ୍ର ଏହାକୁ ଭାରତ ସମେତ ବିଶ୍ବ ମାର୍କେଟରେ ଉପସ୍ଥାପନ କରାଯାଇପାରିବ ।

Realme GT 7 ର ପ୍ରାଇସ୍ :
ଏହି Realme ଫୋନଟି ଅନେକ ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି । ଏହି ଫୋନଟି ୧୨GB RAM + ୨୫୬GB, ୧୬GB RAM + ୨୫୬GB, ୧୨GB RAM + ୫୧୨GB, ୧୬GB RAM + ୫୧୨GB ଏବଂ ୧୬GB RAM + 1TB ଷ୍ଟୋରେଜରେ ଉପସ୍ଥାପନ କରାଯାଇଛି । ଏହାର ବେସ୍ ଭାରିଆଣ୍ଟର ପ୍ରାଇସ୍ CNY ୨,୫୯୯ (ପ୍ରାୟ ୩୦,୪୦୦ ଟଙ୍କା) ଅଛି । ଏଥି ସହ ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ CNY ୩,୭୯୯ (ପ୍ରାୟ ୪୪,୫୦୦ ଟଙ୍କା) ରହିଛି । ଏହି ସ୍ମାର୍ଟଫୋନକୁ ଗ୍ରାଫିନ୍ ଆଇସ୍ ବ୍ଲୁ, ଗ୍ରାଫିନ୍ ସ୍ନୋ ହ୍ବାଇଯ୍ ଏବଂ ଗ୍ରାଫିନ୍ ନାଇଟ୍ ବ୍ଲାକରେ ଉପସ୍ଥାପନ କରାଯାଇଛି ।

Realme GT 7 ର ଫିଚର୍ସ :
Realme ର ଏହି ଫୋନ୍ ୬.୭୮ ଇଞ୍ଚର FHD+ ଅର୍ଥାତ୍ ୧୨୮୦ x ୧୨୮୦ ପିକ୍ସେଲ ରିଜୋଲ୍ୟୁସନ୍ ଭଳି OLED ଡିସପ୍ଲେ ସହିତ ଆସିଥାଏ । ଏହି ଫୋନର ଡିସପ୍ଲେ ୧୪୪Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହା ସହିତ ଏଥିରେ ୬,୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସର ସପୋର୍ଟ ମିଳିଥାଏ । ଏହି ସ୍ମାର୍ଟଫୋନରେ ୨,୬୦୦Hz ର ଟଚ୍ ସାମ୍ପଲିଂ ରେଟକୁ ସପୋର୍ଟ କରେ ।

ଏହି ଫୋନ୍ MediaTek Dimensity 9400+ ପ୍ରୋସେସର ସହିତ ଆସିଥାଏ । ଏଥିରେ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏଥି ସହ Realme ର ଏହି ଫୋନ୍ Android 15 ରେ ବେସ୍ଡ Realme UI ଉପରେ କାମ କରେ । ଫୋନରେ ଗେମିଙ୍ଗ ଲଭର୍ସଙ୍କ ପାଇଁ ୭,୭୦୦mm2 ର ଭେପର କୁଲିଙ୍ଗ ଜାମ୍ବର ଫିଚର ମିଳିବ, ଯାହା ଫୋନକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଏଥିରେ ଡବଲ୍ ଲେୟର କୁଲିଂ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ, ଏହି ଫୋନ୍ AI ଫିଚର ସହିତ ଲେସ୍ ।

Realme ର ଏହି ସ୍ମାର୍ଟଫୋନ୍ ୭,୨୦୦mAh ର ଦମଦାର୍ ବ୍ୟାଟେରୀ ଏବଂ ୧୦୦W USB Type C ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିଥାଏ । ଏହି ସ୍ମାର୍ଟଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଏହି ଫୋନରେ ୫୦MP ର ମେନ୍ କ୍ୟାମେରା ଦିଆଯାଇଛି । ଫୋନର ପ୍ରାଇମେରୀ କ୍ୟାମେରା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚରକୁ ସପୋର୍ଟ କରିଥାଏ । ଏହା ସହିତ ଏଥିରେ ଏକ ୮MP ର ଅଲ୍ଟ୍ରା ୱାଇହ୍ କ୍ୟାମେରା ମିଳିବ । ଆପଣ ଜାଣି ରଖନ୍ତୁ ଯେ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬MP ର କ୍ୟାମେରା ମଧ୍ୟ ଦିଆଯାଇଛି । ଯଦି ଆପଣ ଆଫର୍ଡବେଲ୍ ପ୍ରାଇସରେ ଏକ ଦମଦାର୍ ଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।

Also read : Realme Narzo 80 ସିରିଜରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ