Realme ଭାରତରେ ନିଜର ସବୁଠାରୁ ଦମଦାର ସ୍ମାର୍ଟଫୋନ GT 7 Pro ଲଞ୍ଚ କରିଛି । Realme ର ଏହି ଫୋନ Realme GT 6 କୁ ରିପ୍ଲେସ କରିବ, ଯାହା କିଛି ମାସ ପୂର୍ବରୁ ଆସିଥିଲା । ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ କିଛି ଦିନ ପୂର୍ବରୁ ଚାଇନାରେ ଲଞ୍ଚ କରାଯାଇଥିଲା । Realme ର ଏହି ଫୋନ ହେଉଛି କମ୍ପାନୀର ପ୍ରଥମ ଫୋନ ଯାହା Qualcomm Snapdragon 8 Elite ପ୍ରୋସେସର ସହିତ ଆସିଛି । ପ୍ରୋସେସର ସହିତ ଅନେକ ଫ୍ଲାଗସିପ୍ ଫୋନ ଆଗାମୀ ଦିନରେ iQOO 13, Xiaomi 15, Samsung Galaxy S25 ସିରିଜ୍ ଇଦ୍ୟାଦି ଭାରତରେ ଲଞ୍ଚ ହୋଇପାରିବ ।
Realme GT 7 Pro ର ପ୍ରାଇସ୍ :
Realme GT 7 Pro ଭାରତରେ ଦୁଇଟି ଷ୍ଟୋରେଜ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି ସେଗୁଡିକ ହେଲା- ୧୨GB RAM + ୨୫୬GB ଏବଂ ୧୬GB RAM + ୫୧୨GB । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୫୬,୯୯୯ ଟଙ୍କା ରହିଛି । ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୬୨,୯୯୯ ଟଙ୍କା । ଏହାର ଦୁଇଟି କଲର ଅପ୍ସନ ରହିଛି ଯାହା ହେଉଛି- Galaxy Gray ଏବଂ Orange ରେ ଲଞ୍ଚ କରାଯାଇଛି । ଏହି ଫୋନର ପ୍ରଥମ ଲଞ୍ଚ ନଭେମ୍ବର ୨୯ରେ ସକାଳ ୧୨ଟା ସମୟରେ ଏହାର ଇ-କମର୍ସ ୱେବସାଇଟ ଆମାଜନରେ ଆଯୋଜିତ ହେବ । ଏହାକୁ ୯୯୯ ଟଙ୍କା ଦେଇ ପ୍ରି-ବୁକ୍ କରାଯାଇପାରିବ । ପ୍ରି-ବୁକିଂରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ଡିସକାଉଣ୍ଟ ଏବଂ ନୋ-କଷ୍ଟ EMI ଅଫର କରାଯିବ । ଏହା ସହିତ ୟୁଜର୍ସମାନଙ୍କୁ ୧ ବର୍ଷ ପାଇଁ ଫ୍ରି ସ୍କ୍ରିନର ରିପ୍ଲେସମେଣ୍ଟ ଅଫର ଦିଆଯାଉଛି ।
Realme GT 7 Pro ର ଫିଚର୍ସ :
Realme ର ଏହି ଫୋନ ୬.୭୮ ଇଞ୍ଚର ୧.୫K LTPO Eco2 OLED Plus କ୍ୱାଡ୍ କର୍ଭଡ ଡିସପ୍ଲେ ସହିତ ଆସିଥାଏ । ଫୋନ ଡିସପ୍ଲେର ରିଜୋଲ୍ୟୁସନ୍ ହେଉଛି ୧୨୬୪ x ୨୭୮୦ ପିକ୍ସଲ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ ରେଟ୍, HDR10+ ଏବଂ ୬,୫୦୦ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରିବ । ଫୋନରେ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି ।
Realme ର ଏହି ଫୋନ ଫ୍ଲଗସିପ୍ ସ୍ମାର୍ଟଫୋନ Qualcomm Snapdragon 8 Elite ସହିତ ଆସିଥାଏ । ଫୋନରେ ୧୬GB LPDDR5X RAM ଏବଂ ୫୧୨GB UFS 4.0 ଷ୍ଟୋରେଜ୍ର ସପୋର୍ଟ ମିଳିଥାଏ । ୫,୮୦୦mAh ର ସିଲିକନ କାର୍ବନ ପରବର୍ତ୍ତୀ ଜେନେରେସନ୍ Titan ବ୍ୟାଟେରୀ ସହିତ ଆସିଥାଏ । ଫୋନରେ ୧୨୦W USB Type C SuperVOOC ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି । ଏଥିରେ ୧୧୪୮୦mm2 ଭପର କୁଲିଂ ଚାମ୍ବର ଅଛି, ଯେଉଁ କାରଣରୁ ମଲ୍ଟି ଟାସ୍କିଂ ସମସୟରେ ଫୋନ ଗରମ ହେବ ନାହିଁ । ଏହା ବ୍ୟତୀତ, ଏହି ଫୋନ IP69+ ରେଟେଡ୍ ହୋଇଛି, ଯେଉଁଥିପାଇଁ ଆପଣ ଏହାକୁ ପାଣିରେ ବୁଡାଇବା ପରେ ମଧ୍ୟ ବ୍ୟବହାର କରିପାରିବେ ।
Android 15 ଉପରେ ଆଧାର କରି ଏହି ସ୍ମାର୍ଟଫୋନ Realme UI 6.0 ସହିତ ଆସିଥାଏ । ଫୋନରେ ଦମଦାର ପରଫରମାନ୍ସ ସହିତ Next AI ଫିଚର ଦିଆଯାଇଛି । ଫୋନରେ କନେକ୍ଟିଭିଟି ପାଇଁ ଡୁଆଲ ବ୍ୟାଣ୍ଡ Wi-Fi6, Bluetooth 5.4, NFC ଭଳି ଫିଚର୍ସ ରହିଛି । ଫୋନରେ ଡଲବି ଭିଜନ, ଡଲବି ଆଟମୋସ୍ ଭଳି ଫିଚର୍ସ ଦିଆଯାଇଛି ।
ଏହି ଫୋନ ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ରହିଛି । ଫୋନରେ ୫୦MP ର ମେନ୍ OIS କ୍ୟାମେରା ଅଛି । ଏହା ବ୍ୟତୀତ, ଏଥିରେ ୮MP ର ଅଲ୍ଟ୍ରା ଓ୍ୱାଇଡ୍ କ୍ୟାମେରା ଏବଂ ୫୦MP ର ପେରି ସ୍କୋପ୍ ଟେଲିଫଟୋ କ୍ୟାରୋ ରହିଛି, ଯାହା 3x ଅପ୍ଟିକାଲ୍ ଜୁମ୍ ଏବଂ ୧୨୦x ସୁପର ଜୁମ୍କୁ ସପୋର୍ଟ କରିବ । ଫୋନର କ୍ୟାମେରାରେ Hyperimage+ ଫିଚର ଦିଆଯାଇଛି ଏବଂ ଏହା 8K ରିଜୋଲ୍ୟୁସନର ଭିଡିଓ ରେକର୍ଡ କରିପାରିବ । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬MP ର କ୍ୟାମେରା ରହିଛି ।