Realme GT 7 Pro ରେ ରହିଛି ଜବରଦସ୍ତ ଫିଚର୍ସ, ଲଞ୍ଚ ପୂର୍ବରୁ ଲିକ୍ ହେଲା ପ୍ରାଇସ୍

Realme GT 7 Pro ଲଞ୍ଚ ପୂର୍ବରୁ ଏହାର ପ୍ରାଇସ୍ ଲିକ୍ କରିଛି । ଭଲ ଫିଚର୍ସ ସହିତ Realme ର ଏହି ପ୍ଲାଗସିପ୍ ସ୍ମାର୍ଟଫୋନ୍ ନଭେମ୍ବର ୪ରେ ଲଞ୍ଚ ହେବ । କମ୍ପାନୀ ଫୋନର ଅନେକ ଫିଚର୍ସ ପ୍ରଥମେ କନଫର୍ମ କରିସାରିଛି । ଏହା Realme ର ପ୍ରଥମ ଫୋନ ହେବ, ଯେଉଁଥିରେ Qualcomm Snapdragon 8 Elite ପ୍ରୋସେସର, Samsung Eco 2 OLED Plus ଡିସପ୍ଲେ ଆଦି ସାମିଲ୍ ଅଛି । Realme ର ଏହି ଫୋନ ଚାଇନାରେ ତଥା ଗ୍ଲୋବାଲ ମାକେର୍ଟରେ ଏକା ସହିତ ଲଞ୍ଚ ହେବ ।
ଲଞ୍ଚ ପୂର୍ବରୁ ଲିକ୍ ହେଲା ପ୍ରାଇସ୍ :
ଚାଇନିଜ୍ ଟିପଷ୍ଟର ଡିଜିଟାଲ ଚାଟ୍ ଷ୍ଟେସନ୍ (DCS) ଏହାର ପ୍ରାଇସ୍ ଲିକ୍ କରିଛି । ଏହି ଫୋନ CNY ୩,୯୯୯ ଯଥା ପ୍ରାୟ ୪୭,୧୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହୋଇପାରିବ । ଏହି ଫୋନ ଚାଇନାର ବଜାରରେ ୧୨GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଲଞ୍ଚ ହେବ । ଭାରତରେ ଏହି ଫୋନ ଅନ୍ୟ ଷ୍ଟୋରେଜ୍ ଅପ୍ସନରେ ମଧ୍ୟ ଆସିପାରେ । Realme GT 6 Pro ପରି Realme ର ଏହି ଫ୍ଲାଗସିପ୍ ଫୋନ ମଧ୍ୟ AI ଫିଚର୍ସ ସହିତ ଆସିବ । Android 15 ଉପରେ ଆଧାର କରି ଏଥିରେ Realme UI 6.0 ରହିବ ।
ଏହି ଫୋନର ପୂର୍ବରୁ ଲିକ୍ ହୋଇଥିବା ଫିଚର୍ସଗୁଡିକ ବିଷୟରେ କହିଲେ କମ୍ପାନୀ ଏହି ଫୋନର ଅନେକ ଡିଟେଲ୍ସ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । Realmeର ଏହି ଫୋନ ଏକ ଆଲୁମିନିୟମ ମେଟାଲ୍ ଫ୍ରେମ୍ ସହିତ ଆସିବ । ଯାହାଦ୍ୱାରା କମ୍ ଟେମ୍ପ୍ରେଚରରେ ମଧ୍ୟ ଫୋନ କାମ କରିବାକୁ ସକ୍ଷମ ହେବ । ଏହାର ବ୍ୟାକରେ ସ୍କୋୟାର ସେପ୍ ପରି କ୍ୟାମେରା ମଡ୍ୟୁଲ୍ ଦେଖିବାକୁ ମିଳିବ, ଯେଉଁଥିରେ ତିନୋଟି କ୍ୟାମେରା ଦିଆଯାଉଛି ।
Realme GT 7 Pro ରେ ଏହାର ପୂର୍ବ ମଡେଲ ସହିତ ସମାନ କ୍ୟାମେରା ମଡ୍ୟୁଲ୍ ଅଛି । ଅବଶ୍ୟ, ନୂଆ ମଡେଲରେ କ୍ୟାମେରା ମଡ୍ୟୁଲ୍ ଏକ ସ୍କୋୟାର ସେପ୍ରେ ଫିଟ୍ କରାଯାଇଛି । ଯାହା ସାଇଡରେ Hyperimage+ ର ବ୍ରାଣ୍ଡିଂ ଦେଖାଯାଇପାରେ, ଯାହା ଦର୍ଶାଇଥାଏ ଯେ ଫୋନ AI ଫିଚର ସହିତ ଆସିବାକୁ ଯାଉଛି । Realme ର ଏହି ଫୋନରେ 8T LTPO Eco OLED ପ୍ଲସ୍ କ୍ୱାଡ୍ ମାଇକ୍ରୋ କର୍ଭଡ୍ ଡିସପ୍ଲେ ଦିଆଯାଇପାରିବ । ଏହା Realme ର ପ୍ରଥମ ଫୋନ ହେବ, ଯାହା ଅଲଟ୍ରାସୋନିକ୍ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଏବଂ Qualcomm Snapdragon 8 Elite ପ୍ରୋସେସର ସହିତ ଆସିବ । ଏଥିରେ ୧୬GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ର ସପୋର୍ଟ ରହିବ ।