ଏହି ମାସରେ ଲଞ୍ଚ ହେବ Realme GT 7 Pro Racing Edition, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Realme ଖୁବ୍ ଶୀଘ୍ର ନିଜର ଫ୍ଲାଗସିପ୍ ସ୍ମାର୍ଟଫୋନ୍ GT 7 Pro ର ରେସିଂ ଏଡିସନ୍ ଲଞ୍ଚ କରିବାକୁ ଯାଉଛି । ଚୀନ୍ କମ୍ପାନୀ ଏହି ମାସରେ ନିଜର ଫ୍ଲାଗସିପ୍ ସ୍ମାର୍ଟଫୋନର ଏହି ଏଡିସନ୍ ଲଞ୍ଚ କରିପାରେ । ଗତ ମାସ କମ୍ପାନୀ ଭାରତୀୟ ବଜାରରେ ଏହି ଫୋନର ଷ୍ଟାଣ୍ଡାର୍ଡ ଏଡିସନ୍ ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଏହାର ରେସିଂ ଏଡିସନକୁ ଅଫିସିଆଲି ଭାବରେ ପ୍ରକାଶ କରିଛି । ଏହି ଫୋନକୁ TENAA ରେ ମଧ୍ୟ ଦେଖିବାକୁ ପାଇବେ ।

ଚୀନ୍ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Weibo ରେ କମ୍ପାନୀ କନଫର୍ମ କରିଛି ଯେ ଏହି ରେସିଂ ଏଡିସନ୍ ଚୀନ୍ ବଜାରରେ ଲଞ୍ଚ କରାଯିବ । ହେଲେ ଭାରତ କିମ୍ବା ଅନ୍ୟ ଗ୍ଲୋବାଲ୍ ମାର୍କେଟରେ ଏହି ଭ୍ୟାରିଆଣ୍ଟ ଆସିବ କି ନାହିଁ ଏହି ବିଷୟରେ କୈଣସି ଡିଟେଲ୍ସ ନାହିଁ । Weibo ପୋଷ୍ଟିଙ୍ଗ ବିଷୟରେ କହିଲେ, କମ୍ପାନର ଭାଇସ୍ ପ୍ରେସିଡେଣ୍ଟ କହିଛନ୍ତି ଯେ ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଉପରେ କାମ କରାଯାଉଛି ଯାହାର ପରଫରମାନ୍ସ ଇମପ୍ରୁଭ୍ କରାଯାଇଛି ।

Realme ର ଏହି ଫୋନକୁ TENAA ର ମହେଲ ନମ୍ବର RMX5090 ସହିତ ଲିଷ୍ଟ କରାଯାଇଛି । ଏହି ଫୋନରେ Qualcomm Snapdragon 8 Elite ପ୍ରୋସେସର ଦିଆଯାଇପାରେ । ଫୋନରେ ୧୬ GB RAM ଏବଂ 1 TB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିପାରିବ । ଏହି ସ୍ମାର୍ଟଫୋନରେ ୬,୫୦୦mAh ର ଦମଦାର୍ ବ୍ୟାଟେରୀ ମିଳିପାରିବ, ଯାହା ସହିତ ୧୨୦W ଫାଷ୍ଟ ଚାର୍ଜିଂ ଫିଚର ମିଳିପାରିବ । Realme ର ଏହି ଫୋନରେ ୬.୭୮ ଇଞ୍ଚର ୧.୫ K AMOLED ଡିସପ୍ଲେ ରହିବ ।

Realme GT 7 Pro Racing Edition ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିବ । ଏହି ସ୍ମାର୍ଟଫୋନରେ ୫୦ MP ର ମେନ୍ କ୍ୟାମେରା ରହିବ । ଏହା ବ୍ୟତୀତ ଫୋନରେ ୮ MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ Realme ର ଏହି ଫୋନରେ ୧୬ MP ର କ୍ୟାମେରା ରହିବ । Realme ର ଏହି ଫୋନ୍ Android 15 ଉପରେ ବେସ୍ଡ ଅପରେଟିଂ ସିଷ୍ଟମ ସହିତ ଆସିପାରିବ । Realme ର ଏହି ସ୍ପେସାଲ୍ ଏଡିସକୁ ୮GB/୧୨GB/ ୧୬GB RAM ଅପ୍ସନ ସହିତ ଆସିପାରେ । ହେଲେ ଫୋନର RAM କୁ ପ୍ରାୟତଃ ୨୪GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।