ଲଞ୍ଚ ହେବ Realme GT Neo 7, ମଳିବ ଜବରଦସ୍ତ ବ୍ୟାଟେରୀ

Realme GT Neo 7 ସ୍ମାର୍ଟଫୋନର ଲଞ୍ଚ ଡେଟ କମ୍ପାନୀ ଅଫିସିଆଲି ଭାବେ କନଫର୍ମ ହୋଇଛି । GT ସିରିଜର ଏହି ଫୋନରେ ୭,୦୦୦mAh ର ଦମଦାର୍ ବ୍ୟାଟେରୀ ମିଳିବ । Realme ର ଏହି ଫୋନ୍ ଚିନ୍ ମାର୍କେଟରେ ଡିସେମ୍ବର ୧୧ ରେ ଲଞ୍ଚ ହେବ । ଆସନ୍ତା ମାସରେ ଅର୍ଥାତ୍ ଜାନୁଆରୀରେ ଏହା ଗ୍ଲୋବାଲ ମାର୍କେଟରେ ଲଞ୍ଚ ହୋଇପାରିବ । ଏହା ବ୍ୟତୀତ କମ୍ପାନୀ ୮୦୦୦mAh ବ୍ୟାଟେରୀ ଥିବା ଏକ ଫୋନରେ ମଧ୍ୟ କାମ କରୁଛି, ଯାହା ଆସନ୍ତା ବର୍ଷ ଶେଷରେ ଲଞ୍ଚ ହେବ ।

ମାର୍କେଟରେ ୭,୦୦୦ mAh ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଥିବା Samsung ଏବଂ Tecno ପରେ Realme ତୃତୀୟ ବ୍ରାଣ୍ଡ ହେବ । ନିକଟରେ ଭାରତରେ ଲଞ୍ଚ ହୋଇଥିବା Realme GT 7 Pro ରେ ୫,୮୦୦mAh ବ୍ୟାଟେରୀ ଦିଆଯାଇଛି । ହେଲେ, ଚାଇନାରେ ଏହି ଫୋନଟି ୬,୫୦୦ mAh ବ୍ୟାଟେରୀ ସହିତ ଲଞ୍ଚ ହୋଇଛି । ଚିନ୍ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷ୍ଟେସନ୍ (DCS) ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ମାଧ୍ୟମରେ Realme ର ଅପକମିଙ୍ଗ୍ ଫ୍ଲାଗସିପ୍ ବିଷୟରେ ଡିଟେଲ୍ସ ସେୟାର କରିଛି ।

Oppo ଏବଂ Realme ନିଜର ପରବର୍ତ୍ତୀ ଫ୍ଲାଗସିପରେ ୭,୦୦୦mAh ବ୍ୟାଟେରୀ ରୁ ୮,୦୦୦mAh ପର୍ଯନ୍ତ ବ୍ୟାଟେରୀ ବ୍ୟବହାର କରିପାରିବେ । ରିପୋର୍ଟ ଅନୁଯାୟୀ, Realme GT 8 Pro ର ୮,୦୦୦mAh ବ୍ୟାଟେରୀ ସହିତ ଲଞ୍ଚ ହେବ । ଏହି ଫୋନରେ ୮୦W ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିପାରିବ । ସେହିଭଳି, Oppo Find X9 ସିରିଜରେ ୭,୫୦୦ mAh ବ୍ୟାଟେରୀ ଦିଆ ଯାଇପାରିବ, ଯାହା ସହିତ ୧୦୦W SuperVOOC ଫାଷ୍ଟ ଚାର୍ଜିଂ ଫିଚର ମିଳିବ । ସେହିଭଳି Realme GT Neo 7 ରେ ୭,୦୦୦mAh ର ବ୍ୟାଟେରୀ ରହିବ, ଯାହା ସହିତ ୧୨୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

ଲିକ୍ ହୋଇଥିବା ସୂଚନାରେ କୌଣସି ସ୍ମାର୍ଟଫୋନର ନାମ ମେନସନ୍ କରାଯାଇ ନାହିଁ କିନ୍ତୁ Oppo ଏବଂ Realme ନିଜର ବ୍ୟାଟେରୀ ଟେକ୍ନୋଲୋଜି ଅଧିକ ଆଡଭାନ୍ସ କରୁଛନ୍ତି । Realme ର ଏହି ଫୋନ୍ ୭୦ ମିନିଟରେ ଫୁଲ୍ ଚାର୍ଜ ହୋଇଯିବ । ଏହା ଆସନ୍ତା ବର୍ଷ Qualcomm Snapdragon 8 Elite ସିରିଜର ପରବର୍ତ୍ତୀ ମଡେଲ୍ ସହିତ ଲଞ୍ଚ ହୋଇପାରିବ । ବ୍ୟାଟେରୀ ବ୍ୟାତୀତ Realme ନିଜର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ସିରିଜର କ୍ୟାମେରାରେ ମଧ୍ୟ ଅନେକ ଇମ୍ପ୍ରୁଭମେଣ୍ଟ କରିଛି ।