Realme ଲଞ୍ଚ କରିଛି ଏକ ଶସ୍ତା ସ୍ମାର୍ଟଫୋନ୍, ମିଳିବ ଏହି ଖାସ୍ ଫିଚର୍ସ

Realme ଭାରତରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଲଞ୍ଚ ଖବର ଶୁଣି Realme ଲର୍ଭସମାନଙ୍କ ଖୁସି କହିଲେ ନସରେ । ଏଥି ସହ କିଛି ୟୁଜର୍ସ ଏହି ଫୋନକୁ କିଣିବା ପାଇଁ ପ୍ଲାନ୍ ମଧ୍ୟ କରୁଛନ୍ତି । ଆପଣଙ୍କୁ ଯେଉଁ ଫୋନ୍ ବିଷୟରେ କହୁଛୁ ତାହାର ନାମ ରଖାଯାଇଛି- Realme C75 5G । ତେବେ ଆସନ୍ତୁ ଜାଣିବା ଏହି ପାୱାରଫୁଲ୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଏହି Realme ଫୋନଟି ୬,୦୦୦mAh ବ୍ୟାଟେରୀ ସହିତ ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । Realme ଏହି ଫୋନରେ MediaTek Dimensity 6300 ଚିପସେଟ୍ ବ୍ୟବହାର ରକିଛି, ଯାହା ୬nm ଆର୍କିଟେକ୍ଚରରେ କାମ କରେ । କମ୍ପାନୀ ଏହି ଫୋନକୁ Realme C ସିରିଜରେ ଲଞ୍ଚ କରିଛି, ଯାହା ଖାସ୍ କରି ବଜେଟ୍ ଫ୍ରେଣ୍ଡଲି ୟୁଜର୍ସଙ୍କ ପାଇଁ । ଏଥି ସହ କମ୍ପାନୀ ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରିସାରିଛି ।

Realme C75 5G ର ପ୍ରାଇସ୍ :
Realme ର ଏହି ବଜେଟ୍ ଫୋନରେ ଦୁଇଟ୍ ଷ୍ଟୋରେଜ୍ ଅପ୍ସନ ଅଛି ଯାହା ହେଉଛି- ୪GB RAM + ୧୨୮GB ଷ୍ଟୋରେଜ୍ ଏବଂ ୬ GB RAM + ୧୨୮GB ଷ୍ଟୋରେଜ୍ ରେ ଲଞ୍ଚ ହୋଇଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୨,୯୯୯ ଟଙ୍କା । ସେହିଭଳି ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ ୧୩,୯୯୯ ଟଙ୍କା ରହିଛି । ଏଥି ସହ ଏହାର ତିନୋଟି କଲର ଅପ୍ସନ ମଧ୍ୟ ରହିଛି ଯାହା ହେଉଛି- ଲିଲି ହ୍ବାଇଟ୍, ମିଟନାଇଟ୍ ଲିଲି ଏବଂ ପର୍ପଲ ବ୍ଲୋସମରେ ଉପସ୍ଥାପନ କରାଯାଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ Flipkart ବ୍ୟତୀତ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଅଫଲାଇନ୍ ରିଟେଲ୍ ଷ୍ଟୋରରେ କିଣାଯାଇପାରିବ । ଏଥି ସହ ଜାଣି ରଖନ୍ତୁ ଯେ ଫୋନଟି କିଣିବା ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମଧ୍ୟ ମିଳିବ ।

Realme C75 5G ର ଫିଚର୍ସ :
Realme ର ଏହି ବଜେଟ୍ ସ୍ମାର୍ଟଫୋନ୍ MediaTek Dimensity 6300 5G ପ୍ରୋସେସର ଉପରେ କାମ କରିଥାଏ । ଏଥିରେ ୬GB ଫିଜିକାଲ୍ ଏବଂ ୬GB ଭର୍ଚୁଆଲ୍ RAM ଦିଆଯାଇଛି । ଏହିପରି ଫୋନରେ ୧୨GB ପର୍ଯ୍ୟନ୍ତ RAM ମିଳିବ । ଏଥି ସହ ଏହା ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଆସିଥାଏ, ଯାହା microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । Realme ର ଏହି ଫୋନ୍ Android 15 ରେ ବେସ୍ଡ Realme UI 6.0 ଉପରେ କାମ କରିଥାଏ ।

ଏଥି ସହ ଜାଣିରଖନ୍ତୁ ଯେ ଏହି ଫୋନରେ ୬.୬୭-ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଫୋନ ଡିସପ୍ଲେର ପିକ୍ ବ୍ରାଇଟନେସ୍ ୬୨୫ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏହି ଫୋନରେ ୬,୦୦୦mAh ର ଦମଦାର୍ ବ୍ୟାଟେରୀ ସହିତ ୪୫W SuperVOOC USB Type C ୱାୟର୍ଡ୍ ଫାଷ୍ଟ ଚାର୍ଜିଂ ଫିଚର ମିଳିବ । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ, ଯେଉଁଥିରେ ୩୨MP ର ମେନ୍ କ୍ୟାମେରା ଦିଆଯାଇଛି । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଶସ୍ତା ଫୋନରେ ୮ MP ର କ୍ୟାମେରା ମିଳିବ । ଯଦି ଆପଣ ଆଫର୍ଡେବଳ୍ ପ୍ରାଇସରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।