ଅନଲାଇନ କ୍ଳାସ ପାଇଁ Realme ଲଞ୍ଚ କଲା ନୂଆ ସ୍ମାର୍ଟଫୋନ, ଦେଖନ୍ତୁ କଣ ରହିଛି ଫିଚର୍ସ

ରିଆଲମିର ବଜେଟ ସ୍ମାର୍ଟ ଫୋନ Realme C11 (2021) ପୁଣି ଥରେ ମହଙ୍ଗା ହେଲା । ଚଳିତ ବର୍ଷ ଭାରତୀୟ ବଜାରରେ ଏହି ଫୋନ ୬ ହଜାର ୯୯୯ ଟଙ୍କାରେ ଲଞ୍ଚ ହୋଇଥିଲା । କିନ୍ତୁ ପରେ ଏହାର ଦର ୭ହଜାର ୪୯୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । Realme C11(2021)ର ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଵାଲା ଭେରିୟାଣ୍ଟକୁ ୮ ହଜାର ୭୯୯ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ବୃଦ୍ଧି ହେବା ପରେ ଏହାର ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି ପାଇଛି ।

Realme C11 (2021)ରେ ଆଣ୍ଡ୍ରଏଡ଼ 11 ଆଧାରିତ Realme UI 2.0 ରହିଛି । ଏହା ବ୍ୟତୀତ ଏଥିରେ ୬.୫ ଇଂଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ରହିଛି । ଯାହାର ରିଜୋଲୁସନ 720 x 1600 ପିକସ୍ଲ ରହିଛି | ଡିଷ୍ପ୍ଲେର ରିଫ୍ରେଶ ରେଟ 60Hz ରହିଛି । ଫୋନରେ UnisocSC 9863 ପ୍ରସେସର ରହିଛି । ଏହା ବ୍ୟତୀତ ଏଥିରେ ୨ ଜିବି ରାମ ଓ ୩୨ଜିବିର ଷ୍ଟୋରେଜ ସୁବିଧା ରହିଛି । ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଯାଇପାରିବ ।

ଏଥିରେ କ୍ୟାମେରା ସେଟଅପ Realme C 20 ରହିଛି । Realme C11 (2021)ରେ ୮ ମେଗାପିକସଲର ସିଙ୍ଗଲ ରିୟର କ୍ୟାମେରା ରହିଛି । ଯେବେକି ସେଲ୍ଫି ପାଇଁ ୫ ମେଗା ପିକସଲର ଏକ ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନକୁ ବିଶେଷ ଭାବରେ ଅନଲାଇନ କ୍ଲାସ ପାଇଁ ଲଞ୍ଚ କରାଯଇଛି । ଫୋନରେ 5000mAh ର ବ୍ୟାଟେରୀ ସୁବିଧା ରହିଛି । ଯାହାକି ୪୮  ଘଣ୍ଟା ପର୍ଯ୍ୟନ୍ତ ଷ୍ଟାଣ୍ଡବାୟ ଦେଇପାରିବ । ଏହା ସହ ଏଥିରେ ୧୦W ର ଚାରଜିଙ୍ଗ ସପୋର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.