Realme Narzo 80 ସିରିଜରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Realme ଭାରତରେ Narzo 80 ସିରିଜରେ ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Realme ଫୋନଗୁଡିକ ଗତବର୍ଷ ଉପସ୍ଥାପନ ହୋଇଥିବା Narzo 70 Pro ଏବଂ Narzo 70x ର ଅପଗ୍ରେଡ୍ ହେବ । ନୂଆ ଲଞ୍ଚ ହୋଇଥିବା ଦୁଇଟି ଫୋନ୍ Realme P3 ସିରିଜର ଫୋନ୍ ପରି ଦେଖାଯାଉଛି । ସେହିଭଳି ଏହାର ଫିଚର୍ସ ମଧ୍ୟ ପ୍ରାୟ ସମାନ ରହିଛି । Realme ର ଏହି ଦୁଇଟି ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ ଏବଂ ଦମଦାର ଫିଚର୍ସ ସହିତ ଆସିଛି ।

Realme Narzo 80 Series ର ପ୍ରାଇସ୍ :
Realme Narzo 80 Pro ର ଭାରତରେ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି । ଯାହା ହେଉଛି- ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨ GB RAM + ୨୫୬GB ରେ ଆସିଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯,୯୯୯ ଟଙ୍କା ରହିଛି । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ ଯଥାକ୍ରମେ ୨୧,୪୯୯ ଟଙ୍କା ଏବଂ ୨୩,୪୯୯ ଟଙ୍କା ଅଛି । ଏଥି ସହ ଏହାକୁ ନାଇଟ୍ରୋ ଅରେଞ୍ଜ, ରେସିଂ ଗ୍ରୀନ୍ ଏବଂ ସ୍ପିଡ୍ ସିଲଭର କଲର ଅପ୍ସନରେ ମଧ୍ୟ କିଣିପାରିବେ ।

ସେହିଭଳି Realme Narzo 80x ରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି । ଯାହା ହେଉଛି- ୬GB RAM + ୧୨୮GB ଏବଂ ୮ GB RAM + ୧୨୮GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଳ୍ୟ ୧୩,୯୯୯ ଟଙ୍କା । ଏଥି ସହ ଏହାର ଟପ୍ ଭାରିଆଣ୍ଟ ୧୪,୯୯୯ ଟଙ୍କାରେ ରହିଛି । ଏହି ଫୋନଟି ଡିପ୍ ଓସେନ୍ ଏବଂ ସନଲିଟ୍ ଗୋଲ୍ଡ ରଙ୍ଗରେ କିଣାଯାଇପାରିବ । ଏହି ଦୁଇଟି ଫୋନ୍ ଇ-କମର୍ସ ୱେବସାଇଟ୍ ଆମାଜନରେ ସେଳ୍ ପାଇଁ ଉପଲବ୍ଧ ହେବ । ପ୍ରଥମ ସେଲରେ ଫୋନଟିକୁ କିଣିଲେ ୨,୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ ।

Realme Narzo 80 Pro 5G :
Realme ର ଏହି ଫୋନ୍ ୬.୭୭ ଇଞ୍ଚ FHD+ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଳେ ୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହି ସ୍ମାର୍ଟଫୋନ୍ MediaTek Dimensity 7400 ପ୍ରୋସେସରରେ କାମ କରିଥାଏ । ଏଥି ସହ ଫୋନରେ ୧୨ GB LPDDR4X RAM ଏବଂ ୨୫୬ GB UFS 3.1 ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଫୋନ୍ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରିଥାଏ ।

Narzo 80 Pro ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଏଥିରେ ୫୦MP ର ମେନ୍ OIS ଏବଂ ୨MP ର ସେକେଣ୍ଡାରି କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୧୬ MP ର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ୬,୦୫୦ mm2 ର ଭାବର ଚାମ୍ବର କୁଲିଂ ସିଷ୍ଟମ ସହିତ ଆସିଥାଏ, ଯାହା ୟୁଜର୍ସଙ୍କ ଗେମିଂ ଏକ୍ସେପେରିୟନ୍ସକୁ ଉନ୍ନତ କରିବ । ଏହି ଫୋନଟି ୮୦W SuperVOOC ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ସହିତ ୬,୦୦୦ mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନ୍ IP66, IP68 ଏବଂ IP69 ଡଷ୍ଟ ଏବଂ ୱାଟରପ୍ରୁଫ୍ ରେଟିଙ୍ଗ ସହିତ ଆସିଥାଏ ।

Realme Narzo 80x 5G :
Realme ର ଏହି ଫୋନରେ ୬.୭୨ ଇଞ୍ଚର FHD+ LCD ଡିସପ୍ଲେ ମିଳିବ । ଏହି ସ୍ମାର୍ଟଫୋନର ଡିସପ୍ଲେ ମଧ୍ୟ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହାର ଡିସପ୍ଲେରେ ୬୯୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାକଇଟନେସ୍ ମିଳିବ । ଏହି ଫୋନରେ MediaTek Dimensity 6400 ପ୍ରୋସେସର ଦିଆଯାଇଛି । ଏହା ସହିତ ୮GB LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଫୋନ୍ ମଧ୍ୟ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରେ ।

ଏଥି ସହ ଜାଣି ରଖନ୍ତୁ ଯେ Narzo 80x ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ ୫୦MP ର ମେନ୍ ଏବଂ ୨ MP ର ସେକେଣ୍ଡାରୀ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୮ MP ର କ୍ୟାମେରା ଦିଆଯାଇଛି । ଏହି ଫୋନରେ ୬,୦୦୦mAh ର ବ୍ୟାଟେରୀ ସହିତ ୪୫W SuperVOOC ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିଥାଏ । ଏଥି ସହ ଏହି ଫୋନ୍ IP69 ଡଷ୍ଟ ଏବଂ ୱାରପ୍ରୁଫ୍ ରେଟିଂ ସହିତ ଆସିଥାଏ । ଯଦି ଆପଣ ଏକ ଭଲ ସ୍ମାର୍ଟଫୋନ୍ କିଣିବାକୁ ପ୍ଳାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ହୋଇପାରିବ ।