ଲଞ୍ଚହେଲା realme narzo N 55, ରହିଛି ଜବରଦସ୍ତ କ୍ୟାମେରା ସହ ଚାଜିଂ ଫିଚର

realme narzo N ସିରିଜର ଆସିଲା ନୂଆ ସ୍ମାର୍ଟଫୋନ । କମ୍ପାନୀ ପକ୍ଷରୁ narzo N55 ସ୍ମାର୍ଟଫୋକୁ ଲଞ୍ଚ କରାଯାଇଛି । ଏଥିରେ ଆପଣଙ୍କୁ ଫାଷ୍ଟ ଚାର୍ଜିଂ ଫିଚର ମିଳିବାକୁ ଯାଉଛି । ୦ରୁ ୫୦ ପ୍ରତିଶତ ଚାର୍ଜ ହେବାପାଇଁ ମାତ୍ର ୨୯ ମିନିଟ ସମୟ ନେବ । ଏହାର ଥିକନେସ ରହିଛି 7.89 ମିଲିମିଟର ।

କେନ୍ୟୁଜ୍‌(ବ୍ୟୁରୋ): realme narzo N ସିରିଜର ଆସିଲା ନୂଆ ସ୍ମାର୍ଟଫୋନ । କମ୍ପାନୀ ପକ୍ଷରୁ narzo N55 ସ୍ମାର୍ଟଫୋକୁ ଲଞ୍ଚ କରାଯାଇଛି । ଏହି ସିରିଜରେ ଭାରତରେ 12.3 ମିଲିୟନ ୟୁଜର ରହିଛନ୍ତି । ରିଏଲମି ପକ୍ଷରୁ ଚଳିତ ବର୍ଷ ୭ ମିଲିୟନ ଲୋକଙ୍କ ନିକଟରେ ଏହି ଫୋନକୁ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି ।

narzo N55 ନେକ୍ଟ ଜେନେରେସନ ଚାର୍ଜିଂ ଲିଡର । ଅର୍ଥାତ ଏଥିରେ ଆପଣଙ୍କୁ ଫାଷ୍ଟ ଚାର୍ଜିଂ ଫିଚର ମିଳିବାକୁ ଯାଉଛି, ପୁଣି କମ ଦାମରେ । ୦ରୁ ୫୦ ପ୍ରତିଶତ ଚାର୍ଜ ହେବାପାଇଁ ମାତ୍ର ୨୯ ମିନିଟ ସମୟ ନେବ । ଏଥିରେ 33 ଓ୍ଵାର୍ଟ ଫାଷ୍ଟ ଚାର୍ଜିଂ ଫିଚର ରହିଛି । ଯାହା 18 ଓ୍ଵାଟ ଚାର୍ଜିଂ ସ୍ପିଡ୍‌ରୁ ଦୁଇଗୁଣ ସ୍ପିଡ୍‌ରେ ଚାର୍ଜ ହୋଇପାରିବ । ୦ରୁ ୧୦୦ ପ୍ରତିଶତ ଚାର୍ଜ ହେବାପାଇଁ ମାତ୍ର ୬୩ ମିନିଟ ସମୟ ଲାଗିଥାଏ । ଏହାର ଥିକନେସ ରହିଛି 7.89 ମିଲିମିଟର । ଏହାସହ ଏହି ଫୋନରେ ଆପଣଙ୍କୁ ଏକ ଫୁଲ-ଡେ ବ୍ୟାଟେରୀ ଲାଇଫ ମିଳିବାକୁ ଯାଉଛି । ଏଥିରେ ଆପଣଙ୍କୁ 5000 mAh ବ୍ୟାଟେରୀ ବ୍ୟାକଅପ ମିଳିବାକୁ ଯାଉଛି ।

ଏବେ ନଜର ପକାଇବା ଏହାର କ୍ୟାମେରା ଫିଚର ଉପରେ । ଏହି ଫୋନରେ ଡୁଆଲ କ୍ୟାମରୋ ସେଟଅପ ରହିଛି । ଏଥିରେ ଆପଣଙ୍କୁ 64 ମେଗାପିକ୍ସେଲ କ୍ୟାମେରା ମିଳିବ । ଏହି ସେଗମେଣ୍ଟରେ ଆପଣଙ୍କୁ ଲାରଜେଷ୍ଟ କ୍ୟାମେରା ସେନସର ମିଳିବ । ଏହି କ୍ୟାମେରାରେ ହାଇଲାଇଟ ଓ ସାଡୋ ଉପରେ ଏକ ପରଫେକ୍ଟ ବେଲେନ୍ସ ଦେଖିବାକୁ ମିଳିବ । ଏହାସହ ଏଥିରେ ଆପଣଙ୍କୁ ଜି2 ପ୍ରୋ ସଫ୍ଟେଓ୍ଵର ଅପଟିମାଇଜେସନ ମିଳିବ । ଏହାସହ ଏଥିରେ ଲାଇଟ ଇମେଜିଂ ଟେକ୍ନୋଲୋଜିକୁ ବ୍ୟବାହାର କରାଯାଇଛି । ଏହା ଦୁଇଟି କଲରରେ ବଜାରକୁ ଆସିଛି । ପ୍ରାଇମ ବ୍ଲୁ ଓ ପ୍ରାଇମ ବ୍ଲାକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.