ଲଞ୍ଚ ପୂର୍ବରୁ ଲିକ୍ ହେଲା Realme Neo7 ର ଡିଟେଲ୍ସ, ଜାଣନ୍ତୁ କ’ଣ ରହିଛି ଫିଚର୍ସ
Realme ଅଫିସିଆଲ୍ ଭାବେ କନଫର୍ମ କରିଛି ଯେ Realme Neo7 ସ୍ମାର୍ଟଫୋନ୍ ଡିସେମ୍ବର ୧୧ ରେ ଚାଇନା ମାର୍କେଟରେ ଲଞ୍ଚ ହେବ । ହେଲେ ଗ୍ଲୋବାଲ୍ ଲଞ୍ଚ ଡେଟ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । Realme ନିକଟରେ କନଫର୍ମ କରିଛି ଯେ Neo7 ରେ ୭୦୦୦ mAh ର ବଡ ବ୍ୟାଟେରୀ ସହିତ ଆସିବ ଯାହା ସାଧାରଣତଃ ଫ୍ଲାଗସିପ୍ ସ୍ମାର୍ଟଫୋନରେ ଦେଖାଯାଏ ନାହିଁ । ଆପଣଙ୍କୁ କହିବୁ Realme Neo7 ର ଡିଟେଲ୍ସ ବିଷୟରେ ।
ପ୍ରାଇସ୍ ବିଷୟରେ କହିବାକୁ ଗଲେ Realme Neo7 ର ପ୍ରାରମ୍ଭିକ ମୂଲ୍ୟ ୨୪୯୯ ଅର୍ଥାତ୍ (୨୯,୧୦୦ ଟଙ୍କା) ହେବ ବୋଲି ଆଶା କରାଯାଉଛି, ଏହି କାରଣରୁ ଏହା ମିଡ ରେଞ୍ଜ କ୍ୟାଟେଗୋରୀରେ କଡ଼ା ଟକ୍କର ଦେବ ।
Realme ଟାଇଟନ୍ ବ୍ୟାଟେରୀ ତିଆରି କରିବା ପାଇଁ ନିଙ୍ଗଡେ ନ୍ୟୁ ଏନର୍ଜି (CATL) ସହ ପାର୍ଟନରସିପରେ କାମ କରିଛି । ଏହାସହ Si/C ବ୍ୟାଟେରୀ ଟେକ୍ନୋଲୋଜିର ଅପ୍ସନ ବାଛିଚି, ଯାହା ହାଇ ଏନର୍ଜି ଡେନସିଟି ପ୍ରଦାନ କରିଥାଏ ଏବଂ ହାଇ କ୍ୟାପାସିଟି ବ୍ୟାଟେରୀକୁ ଲାଇଟ୍ ରଖିଥାଏ । ଏହା ଦମଦାର୍ ପରଫରମାନ୍ସ ଦେଇଥିବା ବ୍ୟାଟେରିକୁ ଉନ୍ନତ କରିଥାଏ ।
Realme Neo7 ର ସ୍ପେସିଫିକେସନ୍ :
Realme ନିକଟରେ କନଫର୍ମ କରିଛି ଯେ Neo7ରେ ୭୦୦୦mAh ଟାଇଟନ୍ ବ୍ୟାଟେରୀ ସହିତ ଆସିବ । ପୂର୍ବ ରୁର୍ମସ ଅନୁଯାୟୀ, ଫୋନ୍ ୮୦W SuperVOOC ୱାୟଡ୍ ଚାର୍ଜିଂକୁ ସପୋର୍ଟ କରିବ । ଫୋନରେ ୧.୫K ରିଜୋଲ୍ୟୁସନ୍ ଡିସପ୍ଲେ ରହିବ ବୋଲି ଆଶା କରାଯାଏ, ଯାହା ଉଭୟ ଏଣ୍ଟଟେରମେଣ୍ଟ ଏବଂ ପ୍ରଡକ୍ଟଭିଟି ପାଇଁ ଭଲ ଭିଜୁଆଲ୍ ପ୍ରଦାନ କରିବ । ଅପକମିଙ୍ଗ ଫୋନରେ ମିଡିଆଟେକ୍ ଡାଇମେନସିଟି 9300+ ପ୍ରୋସେସର ମିଳିବ । ଏହି ଫୋନ୍ IP69 ରେଟିଙ୍ଗ ସହିତ ଆସିବ, ଯାହା ଧୂଳି ଏବଂ ପାଣିରୁ ସୁରକ୍ଷିତ ରଖିପାରିବ ।