ଲଞ୍ଚ ହେବ Realme P3 5G, ମିଳିବ ବଢ଼ିଆ ଫିଚର୍ସ

Realme ହେଉଛି ଏମିତି ଏକ ଫୋନ ଯାହାକୁ ୟୁଜର୍ସମାନେ ବହୁତ ପସନ୍ଦ କରନ୍ତି । ଏହାର କ୍ୟାମେରା କ୍ବାଲିଟି ଭଲ ରହିଥାଏ, ତେଣୁ ଏହାର ସେଲ ବି ଅଧିକ ହୁଏ । ଏସବୁକୁ ନଜରରେ ରଖି କମ୍ପାନୀ Realme ୟୁଜର୍ସଙ୍କ ପାଇଁ ଆଣିଛି ଗୁଡ୍ ନ୍ୟୁଜ୍ । ଭାରତରେ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୯ରେ ଲଞ୍ଚ ହେବ Realme P3 Series । କମ୍ପାନୀ ଲଞ୍ଚ ପୂର୍ବରୁ ଏହି ସିରିଜର ଷ୍ଟାଣ୍ଡାର୍ଡ ମଡେଲ୍ ଅର୍ଥାତ୍ Realme P3 5G ର ପ୍ରାଇସ୍ ପ୍ରକାଶ କରିଛି । ସେହିଭଳି ଏହାର ଅଲ୍ଟ୍ରା ମଡେଲର ମୂଲ୍ୟ ପାଇଁ ୟୁଜର୍ସମାନଙ୍କୁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡିବ । ଏହି ସିରିଜରେ କମ୍ପାନୀ ପ୍ରଥମେ Realme P3X 5G କୁ ଭାରତରେ ଲଞ୍ଚ କରିସାରିଛି, ଯାହାର ମୂଲ୍ୟ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି ।

କମ୍ପାନୀ ୧୬,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ Realme P3 5G କୁ ଉପସ୍ଥାପନ କରିଛି । ଏହି ଫୋନରେ ତିନୋଟି ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- ୬ GB RAM + ୧୨୮ GB, ୮ GB RAM + ୧୨୮ GB ଏବଂ ୮ GB RAM + ୨୫୬ GB । ଏହାର ଅନ୍ୟ ଦୁଇଟି ଭ୍ୟାରିଆଣ୍ଟର ମୂଲ୍ୟ ୧୭,୯୯୯ ଟଙ୍କା ଏବଂ ୧୯,୯୯୯ ଟଙ୍କା ରହିଛି । ଏହି ଫୋନର ସେଲ୍ ଆସନ୍ତା କାଲିଠାରୁ ଆରମ୍ଭ ହେବ । ଫୋନକୁ କିଣିବା ଉପରେ ୨,୦୦୦ ଟଙ୍କା ଫ୍ଲାଟ୍ ବ୍ୟାଙ୍କ୍ ଡିସକାଉଣ୍ଟ ମିଳିବ । ଏହିପରି ଭାବରେ Realmeର ଏହି ଫୋନ୍ ୧୪,୯୯୯ ଟଙ୍କାରେ ଉପଲବ୍ଧ ହେବ ।

Realme P3 5G ର ଫିଚର୍ସ :

କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ ଏହି ଫୋନର ଫିଚର୍ସ ବିଷୟରେ କୌଣସି ଇନଫରମେସନ ଦିଆଯାଇନାହଁ । ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏବଂ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଫିଚର୍ସ ଅନୁସାରେ, ଏଥିରେ ୨୦୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ସହିତ ଏକ AMOLED ଡିସପ୍ଲେ ରହିବ । ଯାହା ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରିବ । ଏହି ଫୋନ ଡିସପ୍ଲେର ସ୍କ୍ରିନ୍-ଟୁ-ବଡି ମୋଟ୍ ୯୨.୬୫% ହେବ । ଏହା Qualcomm Snapdragon 6 Gen 4 5G ଚିପସେଟରେ କାମ କରିବ ।

Realme ର ଏହି ଫୋନରେ IP69 ରେଟିଂ ମିଳିଥାଏ, ଯାହା ଫଳରେ ଆପଣଙ୍କ ଫୋନ୍ ପାଣିରେ ପଡିଗଲେ ମଧ୍ୟ ଖରାପ ହେବ ନାହିଁ । ଏହି ସ୍ମାର୍ଟଫୋନ୍ ପାୱାରଫୁଲ୍ ୬,୦୦୦ mAh ର ବ୍ୟାଟେରୀ ଏବଂ ୪୫ W USB Type C ଚାର୍ଜିଂ ଫିଚରକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଏହି ଫୋନରେ VC ଅର୍ଥାତ୍ vapor chamber କୁଲିଂ ସିଷ୍ଟମ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ GT ବୁଷ୍ଟ ଗେମିଂ, AI ମୋସନ୍ କଣ୍ଟ୍ରୋଲ୍ ଏବଂ AI ଅଲ୍ଟ୍ରା ଟଚ୍ ଭଳି AI ବେସ୍ଡ ଫିଚର୍ସଗୁଡିକୁ ମଧ୍ୟ ସପୋର୍ଟ କରିବ ।

Realme P3 ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିବ । ଫୋନର କ୍ୟାମେରା ଫିଚର୍ସଗୁଡିକର ଡିଟେଲ୍ସ ପ୍ରକାଶ କରାଯାଇ ନାହିଁ । ଏହି ଫୋନ୍ ବ୍ୟତୀତ, କମ୍ପାନୀ ଏହି ସିରିଜରେ ଅଲ୍ଟ୍ରା ସ୍ମାର୍ଟଫୋନ୍ ମଧ୍ୟ ଲଞ୍ଚ କରିବ । ଏହି Realme ଫୋନଟି Realme P3 Ultra ନାମରେ ଆସିବ । ଆପଣ ଫୋନର କ୍ୟାମେରାରେ ଏକ ବଡ଼ ଅପଗ୍ରେଡ୍ ମଧ୍ୟ ଦେଖିବାକୁ ପାଇବେ । ଏଥି ସହିତ ଏକ କର୍ଭଡ୍ AMOLED ଡିସପ୍ଲେ ସମେତ ଅନେକ ପ୍ରିମିୟମ ଫିଚର୍ସ ରହିବ ।