ଟେକ୍

ରିଅଲମିର ନୂଆ ଭର୍ସନ, ଦମଦାର କ୍ୟାମେରା ସହ ମାର୍କେଟକୁ ଆସୁଛି ରିଅଲମି 9 4G

ଭାରତରେ ନିଜର ଅପକମିଙ୍ଗ ଫୋନ ଲଞ୍ଚ କରିବ ରିଅଲମି । ଏନେଇ କମ୍ପାନୀ ୭ ଏପ୍ରିଲକୁ ତାରିଖ ଧାର୍ଯ୍ୟ କରିଛି । କମ୍ପାନୀ ଭାରତରେ ଲଞ୍ଚ କରିବାକୁ ଯାଉଛି ରିଅଲମି 9 4g । ଯାହା କମ୍ପାନୀର ଆଗାମୀ ଫୋନ ହେବ । ଏହା ସହ ରିଅଲମି ନିଜର ପ୍ଲୋଗାସିପ ଫୋନ ଜିଟି ଟୁ ପ୍ରୋ ସହ କିଛି ଅନ୍ୟ ପ୍ରଡକ୍ଟ ମଧ୍ୟ ଲଞ୍ଚ କରିବ । ଯେଉଁଥିରେ ଏକ ନୂଆଁ ରିୟଲମି ବୁକ ଲାପଟପ ରହିଛି । ରିୟଲମି ୯ ୪ଜି କୁ ନେଇ କାଫି ସମୟରୁ ଅପେକ୍ଷା ରହିଥିଲା । ଯଦିଓ କମ୍ପାନୀ ଏହାର ଲଞ୍ଚ ଡେଟର ଖୁଲାସା କରି ଏହାକୁ ଅଫିସିଆଲ କରିଛି । ଏହା ଭିତରେ ଏହି ଫୋନର ସବୁଠୁ ଆକର୍ଷକ ଫିଚର ହେଉଛି ଏହାର କ୍ୟାମେରା । ଯାହା ସେଇ ୟୁଜର୍ସଙ୍କ ପାଇଁ ଏକ ଅପ୍ସନ ଅଟେ ଯେଉଁମାନେ ଭଲ ଫୋନର ଖୋଜରେ ଅଛନ୍ତି । କାହିଁକି ନା ରିଅଲମି ୯ ୪ଜିରେ ରିୟର ସିଷ୍ଟମ ସହ ୧୦୮ମେଗାପିକ୍ସେଲ କ୍ୟାମେରା ଥିବାର ପୁଷ୍ଟି କରିଛି କମ୍ପାନୀ ।

କମ୍ପାନୀ ଏହି ଫୋନ ଲଞ୍ଚ ହେବାର ସୂଚନା ଟ୍ଵିଟ କରି ଜଣାଇଛି । ଯେଉଁଥିରେ ରିୟଲମି କହିଛି କି ୯ ୪ଜି ୯x ଫୋକସିଂ ଆକ୍ୟୁରାସିର ପ୍ରଦର୍ଶନ କରିବାକୁ ସକ୍ଷମ । ଫୋନରେ ଦିଆଯାଇଥିବା ୧୦୮ମେଗାପିକ୍ସେଲ କ୍ୟାମେରା ସେହି ଗ୍ରାହକଙ୍କୁ ପସନ୍ଦ ଆସିବ ଯାହା ଏହି ସେନ୍ସର ସହ ପ୍ରଥମ ଫୋନ ଅଟେ ।

ରିଅଲମି ପୂର୍ବଥର ୮ପ୍ରୋକୁ ୧୦୮ମେଗାପିକ୍ସେଲ କ୍ୟାମେରା ସହ ନିଜ ପୂର୍ବ ଫୋନର ଲୁକ ସହ ଲଞ୍ଚ କରିଥିଲା । ରିୟଲମି ୯ ୪ଜି ସହ କମ୍ପାନୀ ସ୍ମାର୍ଟ ଫିଚର କରିବାକୁ ଯୋଜନା ବନାଇପାରେ । ରିୟଲମି ପୁଷ୍ଟି କରିଛି କି ରିୟଲ ମି ୯ ୪ଜି ୧୦୮ମେଗାପିକ୍ସେଲ ଆଇସୋସେଲ ଏଚଏମ୬ ଇମେଜିଙ୍ଗ ସେନସର ର ବ୍ୟବହାର କରିବ ଯାହାକୁ ସ୍ୟାମସଙ୍ଗ ତରଫରୁ ତିଆରି କରାଯାଇଛି ।

ରିୟଲମି ୯୪ଜିର ଲଞ୍ଚିଂ ୭ଏପ୍ରିଲରେ ଜିଟି ୨ପ୍ରୋ ସହ ହେବ । ଏହି ଇଭେଣ୍ଟ ଭାରତରେ ଦ୍ୱିପହର ୧୨.୩୦ରେ ଆରମ୍ଭ ହେବ । ରିୟଲ ଟାଇମ ଅପଡେଟ କରିବା ପାଇଁ ରିୟଲମି ୟୁଟ୍ୟୁବ ଚ୍ୟାନେଲରେ ଇଭେଣ୍ଟକୁ ଲାଇଭ ଷ୍ଟ୍ରିମ କରିବ । ତେବେ ଏହାର ବାକି ଫିଚର୍ସ ଓ ସ୍ପେଶିଫିକେସନ ବିଷୟରେ ଏଯାଏଁ କିଛି କୁହାଯାଇନାହିଁ । କିନ୍ତୁ କୁହାଯାଉଛି କି ଏହା ଏକ ମିଡ ରେଞ୍ଜ ଫୋନ ହେବ ଯାହା ୨୦,୦୦୦ ତଳକୁ ରହିବ ।

ତେବେ ଯାହା ଶୁଣାଯାଉଛି କି ରିୟଲ ମି ୯ ୪ଜି ୧୬ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ସହ ଆସିବ । ଯାହା ଡିସପ୍ଲେ ଉପରେ ପଞ୍ଚ ହୋଲ ମଧ୍ୟରେ ରହିବ । ଟିପଷ୍ଟାର ଅଭିଷେଖ ଯାଦବ ରିୟଲମି ୯ ୪ଜିର ଏକ ପୋଷ୍ଟର ଟ୍ଵିଟ କରିଛନ୍ତି ଯେଉଁତିରେ ଖୁଲାସା ହୋଇଛି କି ଫୋନ ୯୦ଏଚଜେଡ ରିଫ୍ରେଶ ରେଟ ସହ ଆମୋଲେଡ ଡିସପ୍ଲେର ବ୍ୟବହାର କରିବ । ଦୁଇଟି ଯାକ ସ୍କ୍ରୋଲିଙ୍ଗ ଅଥବ ।ଗେମ୍ସ ଖେଳିବା ସମୟରେ ଭଲ ଏକ୍ସପିରିଏନ୍ସ ଅଫର ଦେବ । ଫୋନରେ ଆମୋଲେଡ ଡିସପ୍ଲେ ଦିଆଯାଇପାରେ ଯାହାଫଳରେ ଫୋନ ଏକ ଇନଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଓ ମ୍ୟାକ୍ସିମମ ୧୦୦୦ ନିଟସ ବ୍ରାଇଟନେସ ଅଫର କରିବ ।

ଫୋନର ବଡି ୭.୯୯ଏମଏମ ପତଳା ରହିବ ଓ ଓଜନ ୧୭୮ଗ୍ରାମ ହେବ । ରିଅଲମି ୯ ୪ଜି ରିପଲ ହୋଲୋଗ୍ରାଫିକ୍ସ ଡିଜାଇନ ସହ ଆସିବ ଯାହାକୁ ଆମେ ରିଅଲମି ୯ ୫ଜି ଭାବେ ଦେଖିଥିଲେ । ଏବଂ କଲର ଭାରିଆଣ୍ଟ ସନବ୍ରଷ୍ଟ ଗୋଲ୍ଡ, ଷ୍ଟାରଗେଜ ହ୍ଵାଇଟ ଓ ମେଟେର ବ୍ଲାକ କୁହାଯିବ । ପୋଷ୍ଟରରେ ୧୦୮ମେଗାପିକ୍ସେଲ ସ୍ୟାମସଙ୍ଗ ଆଇସୋସେଲ ଏଚଏମ ୬ ସେନ୍ସର ଯେମିତିକି ନାନୋପିକ୍ସେଲ ପ୍ଲସ ଟେକ୍ନୋଲୋଜି ୯ସମ ପିକ୍ସେଲ ୱିନିଙ୍ଗ ଓ ସୁନ୍ଦର ଫଟୋ ପାଇଁ ଅଧିକ ଲାଇଟ ଇନଟେକ ମଧ୍ୟ ରିଭିଲ କରାଯାଇଛି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

9 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

15 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

24 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

24 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago