ଭାରତରେ ଆସନ୍ତା ସପ୍ତାହରେ ଲଞ୍ଚ ହେବ Realme ଟେକ୍ ଲାଇଫ୍ ୱାଚ୍, ଜାଣନ୍ତୁ ଏହାର ବେଷ୍ଟ ଫିଚର୍

ବର୍ତ୍ତମାନ କେବଳ ଫୋନ୍ କମ୍ପାନୀ ଫୋନ୍ ନୁହେଁ ବ୍ଲୁଟୁଥ୍ ସହିତ ଲଞ୍ଚ କରୁଛି ସ୍ମାର୍ଟ ୱାଚ। ଯେମିତିକି ରିଅଲ୍ ମି ମଧ୍ୟ ଆଗାମୀ ସପ୍ତାହରେ ଲଞ୍ଚ କରିବାକୁ ଯାଉଛି ନିଜର ଦମଦାର ସ୍ମାର୍ଟ୍ ୱାଚ। ରିଅଲ୍ ଟେକ୍ ଲାଇଫ୍ ୱାଚ୍ R100 ର ଶୁଭାରମ୍ଭ ଆଜି ୧୨.୩୦ ରେ ହୋଇ ସାରିଛି। ରିଅଲ୍ ଟେକ୍ ଲାଇଫ୍ ୱାଚ୍ R100 ର ଫିଚର୍ ବିଷୟରେ କିଛି ସୂଚନା ମଧ୍ୟ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ଅର୍ଥାତ୍ ୨୩ ଜୁନ୍ ରେ ରିଅଲ୍ ଟେକ୍ ଲାଇଫର ନୂତନ ସ୍ମାର୍ଟୱାଚ୍ ରିଅଲ୍ ଟେକ୍ ଲାଇଫ୍ ୱାଚ୍ R100 ଭାରତରେ ଲଞ୍ଚ ହେବାକୁ ଯାଉଛ।
କୁହାଯାଉଛି ଯେ ରିଅଲ୍ ଟେକ୍ ଲାଇଫ୍ ୱାଚ୍ R100 କୁ 1.32-ଇଞ୍ଚର ରଙ୍ଗୀନ ଡିସ୍ପ୍ଲେ ମିଳିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବ୍ଲୁଟୁଥ୍ କଲିଂର ଫିଚର୍ ରଖିଛି। ପୂର୍ବରୁ କମ୍ପାନୀ ରିଅଲ୍ ଟେକ୍ ଲାଇଫ୍ ୱାଚ୍ S100 ଏବଂ ରିଅଲ୍ ଟେକ୍ ଲାଇଫ୍ ୱାଚ୍ SZ100 ପରି ସ୍ମାର୍ଟ ୱାଚ୍ ଲଞ୍ଚ କରିଛି।
ରିପୋର୍ଟ ଅନୁଯାୟୀ ରିଅଲ୍ ଟେକ୍ ଲାଇଫ୍ ୱାଚ୍ R100 ରାଉଣ୍ଡ ଡାଏଲ୍ ପାଇବ। ଡିସପ୍ଲେ ର ଆକାର 1.32 ଇଞ୍ଚ ରହିବ। ଘଣ୍ଟା ଦୁଇଟି ରଙ୍ଗରେ ଦିଆଯିବ ଯେଉଁଥିରେ ବ୍ଲାକ ଏବଂ କ୍ରିମ୍ କଲର୍ ରହିବ। ରିଅଲମିର ଏହି ଘଣ୍ଟା ଫ୍ଲିପକାର୍ଟରୁ ବିକ୍ରି ହେବ।
ତେବେ ରିଅଲମି ଟେକ୍ ଲାଇଫ୍ ୱାଚ୍ SZ100 ୨ ହଜାର ୪୯୯ ଟଙ୍କା ମୂଲ୍ୟରେ ମାର୍କେଟରେ ମିଳିବ। ଏଥିରେ ବ୍ଲଡ ଅକ୍ସିଜେନ୍ ସେନସର ମଧ୍ୟ ଅଛି। ଏହା ପାଣିପାଗ ଅପଡେଟ୍, ଫ୍ଲାସ୍ ଲାଇଟ୍, ଷ୍ଟପୱାଚ୍, ଆଲାର୍ମ, ୱାକ ଫିଚର୍ ଭଳି ଫିଚର୍ ସହିତ ଆସିବ। ଏହି ରିଅଲମି ଟେକ୍ ଲାଇଫର ଘଣ୍ଟା IP68 ରେଟିଂ ପାଇଛି। ତେବେ କମ୍ପାନୀର ୱେବସାଇଟରୁ ମଧ୍ୟ ଏହାକୁ କିଣାଯାଇପାରିବ। ଏହି ୱାଚ ଅନେକ ୱାଚକୁ ଟକ୍କର ଦେବ ବୋଲି କମ୍ପାନୀ କହିଛି। କାରଣ କମ୍ ମୂଲ୍ୟରେ ଏହି ଘଣ୍ଟାରେ ଭଲ ଫିଚର୍ ସବୁ ରହିଛି। ସ୍ମାର୍ଟ୍ କଲିଙ୍ଗ ଫିଚର୍ ମଧ୍ୟ ଏହି ଘଣ୍ଟାରେ ରହିଛି। ଆପଣ ଚାଲିବା ସମୟରେ କିମ୍ୱା ସାଇକେଲ ଚଲାଇବା ସମୟରେ ମଧ୍ୟ ଏହା ଆପଣଙ୍କ ହାର୍ଟ ରେଟ୍ ମାପି ପାରିବ।