ଆସନ୍ତା ମାସରେ ଭାରତରେ Realme Narzo 70 Curve ଲଞ୍ଚ ହେବାକୁ ଯାଉଛି । ରିଅଲମିର ଏହି ଶସ୍ତା ଫୋନ୍ Narzo 70 ସିରିଜର ଲାଟେଷ୍ଟ ମଡେଲ୍ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଏହି ସିରିଜରେ Narzo 70, Narzo 70 Pro ଏବଂ Narzo 70x ଲଞ୍ଚ କରିଛି । ଏହି ସିରିଜର ଏହା ଚତୁର୍ଥ ଫୋନ୍ ହେବ । ଫୋନର ମୂଲ୍ୟ ସହିତ ଅନେକ ଫିଚର୍ସ ମଧ୍ୟ ଯୋଗ କରାଯାଇଛି । ଏହି ସିରିଜର ଅନ୍ୟ ମଡେଲ ତୁଳନାରେ ଏହାର ମୂଲ୍ୟ ମଧ୍ୟ ବଜେଟ୍ ରେଞ୍ଜ ମଧ୍ୟରେ ରହିବ ।
ଦାମ୍:
ରିପୋର୍ଟ ଅନୁଯାୟୀ, ରିଅଲମିର ଏହି ଫୋନ୍ ଡିସେମ୍ବର ଶେଷରେ ଲଞ୍ଚ ହୋଇପାରିବ । ଏହି ଫୋନର ମୂଲ୍ୟ ୧୫,୦୦୦ ରୁ ୨୦,୦୦ ଟଙ୍କା ମଧ୍ୟରେ ହୋଇପାରେ । ଏହି ସିରିଜର ଅନ୍ୟ ମଡେଲଗୁଡିକର ମୂଲ୍ୟ ମଧ୍ୟ ୨୦,୦୦୦ ଟଙ୍କା ମଧ୍ୟରେ ରହିଛି । ରିଅଲମିର ଏହି ବଜେଟ୍ ଫୋନର ଡିଜାଇନ୍ ଏହି ସିରିଜର ଅନ୍ୟ ମଡେଲ ସହିତ ସମାନ ହୋଇପାରେ । ତେବେ ଫୋନ୍ ସାମ୍ନାରେ ଏକ କର୍ଭଡ୍ ଡିସପ୍ଲେ ପ୍ରଦାନ କରାଯିବ । ଏହି ଫୋନ୍ ବିଷୟରେ ଅନ୍ୟ କୌଣସି ଅଫିସିଆଲ ଡିଟେଲ୍ସ କମ୍ପାନୀ ପ୍ରକାଶ କରିନାହିଁ ।
ଫିଚର୍ସ:
ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫୋନରେ ୬. ୬୪ ଇଞ୍ଚ E4 OLED କର୍ଭଡ୍ ଡିସପ୍ଲେ ମିଳିପାରେ, ଯାହା ଫୁଲ୍ HD ପ୍ଲସ୍ ଏବଂ ୧୨୦Hz ହାଇ ରିଫ୍ରେସ ରେଟ ଫିଚର୍ସକୁ ସପୋର୍ଟ କରିବ । ଫୋନରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ପ୍ରଦାନ କରିବାର ସମ୍ଭାବନା ମଧ୍ୟ ଅଛି । MediaTek Dimensity 7300 Energy ଚିପସେଟ ରିଅଲମିର ଏହି ଆଗାମୀ ସ୍ମାର୍ଟଫୋନରେ ବ୍ୟବହାର କରାଯାଇପାରିବ । ଫୋନ୍ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ କୁ ସପୋର୍ଟ କରିବ, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ ହୋଇପାରିବ ।
ଫୋନର RAM ମଧ୍ୟ ଭରଚୁଆଲି ଏକ୍ସପାଣ୍ଡ ହୋଇପାରିବ । ଏହି ସ୍ମାର୍ଟଫୋନ୍ ୫୦୦୦mAh ଏବଂ ୪୫W ଫାଷ୍ଟ ଚାର୍ଜିଂ ଫିଚର୍ସର ଏକ ଶକ୍ତିଶାଳୀ ବ୍ୟାଟେରୀ ସହିତ ଆସିପାରେ । ଏହାସହ, ଏହା Android 14 ଉପରେ ଆଧାର କରି Realme UI ରେ କାମ କରିବ । ରିଅଲମିର ଏହି ଫୋନ୍ ପଛରେ ଡୁଆଲ୍ କ୍ୟାମେରା ଯୋଗାଇ ଦିଆଯାଇପାରେ । ଏହି ଫୋନରେ ୫୦MP ମେନ୍ ଏବଂ ୨MP ସେକେଣ୍ଡାରୀ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬MP କ୍ୟାମେରା ମିଳିପାରିବ ।