ଲଞ୍ଚ ହୋଇଛି Realme V60 Pro, ରହିଛି ଦମଦାର୍ ବ୍ୟାଟେରୀ

Realme ଚାଇନା ମାର୍କେଟରେ ଏକ ନୂଆ ବଜେଟ୍ ସ୍ମାର୍ଟଫୋନ Realme V60 Pro କୁ ଲଞ୍ଚ କରିଛି । ଏହାପୂର୍ବରୁ କମ୍ପାନୀ ଜୁନ୍ ମାସରେ V60 ଏବଂ V60s ମଡେଲଗୁଡିକୁ ଲଞ୍ଚ କରିଥିଲା । ଏହି ଫୋନ ମିଡିଆଟେକ୍ ଡାଇମେନସିଟି 6300 ପ୍ରୋସେସର ସହିତ ଲ୍ୟାସ୍ ହୋଇଛି । V60 Pro ରେ ୬.୬୭ ଇଞ୍ଚର IPS LCD ଡିସପ୍ଲେ ଦିଆଯାଇଛି । ଆପଣଙ୍କୁ Realme V60 Pro ର ଫିଚର୍ସ ଏବଂ ସ୍ପେସିଫିକେସନ୍ ରୁ ନେଇ ପ୍ରାଇସ୍ ଇତ୍ୟାଦି ବିଷୟରେ ଡିଟେଲ୍ସ କହିବୁ ।

Realme V60 Pro ର ପ୍ରାଇସ୍ :

Realme V60 Pro ର ୧୨GB + ୨୫୬GB ଷ୍ଟୋରେଜ୍ ଭ୍ୟାରି୍ଆଣ୍ଟ ର ପ୍ରାଇସ୍ (ପାଖାପାଖି ୧୮,୬୭୭ଟଙ୍କା) ଏବଂ ୧୨GB + ୫୧୨GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୭୯୯ Yuan (ପାଖାପାଖି ୨୦,୯୫୮ଟଙ୍କା) ଅଛି । ଏହି ସ୍ମାର୍ଟଫୋନ ବର୍ତ୍ତମାନ ସେଲ୍ ପାଇଁ ଉପଲବ୍ଧ ହେବ । ଏହି ଫୋନ ୨ ବର୍ଷର ସାମାନ୍ୟ ୱାରେଣ୍ଟି ଏବଂ ୧ ବର୍ଷର ୱାଟରପ୍ରୁଫ୍ ୱାରେଣ୍ଟି ସହିତ ଆସିଥାଏ । ଏହି ସ୍ମାଟର୍ଫୋନର କଲର ହେଉଛି- Rock Black, Lucky Red ଏବଂ Obsidian Gold ଅପ୍ସନରେ ଆପଣ କିଣିପାରିବେ ।

Realme V60 Pro ର ସ୍ପେସିଫିକେସନ୍ :

Realme V60 Pro ରେ ୬.୬୭ ଇଞ୍ଚର IPS LCD ଡିସପ୍ଲେ ଦିଆଯାଇଛି । ଯାହାର HD+ ରିଜୋଲ୍ୟୁସନ୍ ୭୨୦ × ୧୬୦୪ ପିକ୍ସେଲ ଏବଂ ୧୨୦ Hz ରିଫ୍ରେସ୍ ରେଟ୍ ରହିଛି । ଏହି ଫୋନରେ Arm Mali-G57 MC2 GPU ସହିତ ଏକ ଅକ୍ଟା କୋର୍ ମିଡିଆଟେକ୍ ଟାଇମେନସିଟି 6300 ପ୍ରୋସେସର ଦିଆଯାଇଛି । ଏହି ଫୋନରେ ୧୨ GB LPDDR4X RAM ଏବଂ ୫୧୨ GB UFS ୨.୨ ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି । ଯାହା ମାଇକ୍ରୋ SD card ମାଧ୍ୟମରେ 2TB ପର୍ଯ୍ୟନ୍ତ ଇକ୍ସପାଣ୍ଡ ହୋଇପାରିବ । ଏହି ଫୋନ ୫,୬୦୦mAh ବ୍ୟାଟେରୀ ସହିତ ଲ୍ୟାସ୍ ଅଛି, ଯାହା କି ୪୫W ୱାୟର୍ଡ ଫାଷ୍ଟ ଚାର୍ଜିଂର ସପୋର୍ଟ କରିଥାଏ । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ 14 ଉପରେ ବେସ୍ଡ Realme UI 5.0 କଷ୍ଟମ୍ ସ୍କିନ୍ ଉପରେ କାମ କରିଥାଏ ।

କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ Realme V60 Pro ର ରିୟରରେ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହି ଫୋନ ପାଣି ଏବଂ ଧୂଳିରୁ ରକ୍ଷା କରିବା ପାଇଁ କନେକ୍ଟଭିଟି ଅପ୍ସନରେ 5G, Dual 4G VoLTE, Wi-Fi, Bluetooth 5.3, Dual SIM, GPS and USB Type C port ରହିଛି । ଡାଇମେନ୍ସନ୍ ବିଷୟରେ କହିବାକୁ ଗଲେ ଫୋନର ଲମ୍ବ ୧୬୫.୬୯ ମିମି, ଚଉଡା ୭୬.୨୨ ମିମି, ମୋଟାଇ ୭.୯୯ ମିମି ଏବଂ ୱେଟ୍ ୧୯୬ ଗ୍ରାମ ରହିଛି ।