ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ Realme X50 Pro, ପ୍ରାରମ୍ଭିକ ମୂଲ୍ୟ ୫୦ ହଜାର ଟଙ୍କା
Realme X50 Pro 5G ଆଜି ଭାରତରେ ଲଞ୍ଚ ହେଉଛି। ଏହା ଭାରତରେ ଲଞ୍ଚ ହେବାକୁ ଥିବା ପ୍ରଥମ ୫ଜି ସ୍ମାର୍ଟଫୋନ। ଏହା ପୂର୍ବରୁ ମୋବାଇଲ ଓ୍ଵାଲର୍ଡ କଂଗ୍ରେସରେ ଲଞ୍ଚ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ ଭୟ ଯୋଗୁଁ ଏହି ଇଭେଣ୍ଟକୁ ରଦ୍ଦ କରାଯାଇଥିଲା। ଆଜି ଦିନ ୨.୩୦ରେ ଏହି ଫୋନ ଲଞ୍ଚ ହେବ। ଏହି ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ ରିୟଲମିର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ।
କଣ ରହିଛି ଦର ଓ ସ୍ପେସିଫିକସନ :
ରିୟଲ ମି କମ୍ପାନୀ ନିଜ ଅଫିସିଆଲ ଆକାଉଣ୍ଟ ମାଧ୍ୟମରେ କହିଛିକି ନିଜ ଲାଟେସ୍ଟ ସ୍ମାର୍ଟଫୋନ X50 Pro 5Gର ଲଞ୍ଚ ଅନଲାଇନ ମାଧ୍ୟମରେ ହିଁ କରିବ ।
କମ୍ପାନୀ ନିଜ ଏହି ସେଟରେ ଏଚଡ଼ି ପ୍ଲସ ଡିସପ୍ଲେ ସୁବିଧା ସହ ସ୍ନାପ ଡ୍ରାଗନ ୭୬୫ର ଫାସିଲିଟି ବି ମିଳିପାରିବ । ଏହାର ମେନ କ୍ୟାମେରା ୬୪ ମେଗାପିକ୍ସେଲ ରହିଥିବା ବେଳେ ୨୦ ଗୁଣା ହାଇବ୍ରିଡ ଜୁମ୍ ସପୋର୍ଟ କରିପାରିବ। ସେଲଫି ପାଇଁ ଫୋନର ସାମ୍ନାରେ ଦୁଇଟି କ୍ୟାମେରା ରହିଛି। ଏହାର ପାଓ୍ଵାର ୩୨ ମେଗାପିକ୍ସେଲ ରହିଛି। କମ୍ପାନୀ ଏଥିରେ ୫,୦୦୦ ଏମଏଚ ବ୍ୟାଟେରୀ ସମେତ ବଳୁଟୁଥ, ୱାଇ-ଫାଇ ଓ ଜିପିଏସ ପରି ଫିଚର୍ସ ବି ଯୋଗାଉଛି । ଏହାର ମୂଲ୍ୟ ପାଖାପାଖି ୫୦ ହଜାରରୁ ଆରମ୍ଭ ହେବ ବୋଲି ଜଣାପଡିଛି।