Realme P4s: ଭାରତରେ ଲଞ୍ଚ ହେଲା Realme ର ଜବରଦସ୍ତ ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ଫିଚର୍ସ

ଭାରତୀୟ ବଜାରରେ Realme ଲଞ୍ଚ କରିଛି ନୂଆ Realme P4s ସ୍ମାର୍ଟଫୋନ୍ । ଏହି ଫୋନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବଡ଼ 8000mAh ବ୍ୟାଟେରୀ, ଯାହା ସହିତ 80W SuperVOOC ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି ।

Realme ର P4 ସିରିଜରେ ପୂର୍ବରୁ Realme P4, Realme P4 Pro, Realme P4x ଏବଂ Realme P4 Lite ଭଳି ମଡେଲ୍ ଲଞ୍ଚ ହୋଇସାରିଛି । ଏହା ସହିତ ଆଗାମୀ Realme P4 Power 10001mAh ବ୍ୟାଟେରୀ ସହ ଆସିବାକୁ ଥିବାରୁ, ଏହା ସିରିଜର ଆଉ ଏକ ବଡ଼ ବ୍ୟାଟେରୀ ଫୋନ୍ ହେବ। Realme P4sରେ ରହିଛି 6.78 ଇଞ୍ଚର FHD+ AMOLED ଡିସପ୍ଲେ । ଏହି ଡିସପ୍ଲେ 144Hz ରିଫ୍ରେଶ୍ ରେଟ୍ ସପୋର୍ଟ କରୁଥିବା ବେଳେ, ଏହାର ପିକ୍ ବ୍ରାଇଟନେସ୍ 1400 ନିଟ୍ସ ପର୍ଯ୍ୟନ୍ତ ରହିଛି । ପ୍ରୋଟେକ୍ସନ ପାଇଁ ଫୋନରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି।

ପରଫର୍ମାନ୍ସ ପାଇଁ ଫୋନରେ MediaTek Dimensity 7400 ଚିପସେଟ୍ ବ୍ୟବହାର କରାଯାଇଛି। ଏଥିରେ ସର୍ବାଧିକ 12GB RAM ଏବଂ 256GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳୁଛି । ମାଇକ୍ରୋଏସ୍‌ଡି କାର୍ଡ ମାଧ୍ୟମରେ ଷ୍ଟୋରେଜ୍ ବଢ଼ାଇବାର ସୁବିଧା ମଧ୍ୟ ରହିଛି । କ୍ୟାମେରା ବିଷୟରେ କହିବାକୁ ଗଲେ, ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ 50 ମେଗାପିକ୍ସେଲର ମେନ୍ OIS କ୍ୟାମେରା ସହ 8 ମେଗାପିକ୍ସେଲ୍ ଅଲ୍ଟ୍ରାୱାଇଡ୍ କ୍ୟାମେରା ମିଳୁଛି । ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ଫ୍ରଣ୍ଟରେ 16 ମେଗାପିକ୍ସେଲ୍ କ୍ୟାମେରା ଦିଆଯାଇଛି । ସଫ୍ଟୱେର୍ କଥା କହିଲେ, ଫୋନଟି Android 16 ବେସ୍ଡ Realme UIରେ ଚାଲିବ। ଏଥିରେ Wi-Fi, NFC ଏବଂ Bluetooth ଭଳି କନେକ୍ଟିଭିଟି ଫିଚର୍ସ ମଧ୍ୟ ମିଳିବ।

Realme P4sକୁ ଭାରତରେ ତିନୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି, ଯାହା ହେଉଛି- 8GB RAM+ 128GB ଷ୍ଟୋରେଜ୍, 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ ରହିଛି । ଏଥିସହ ଜାଣିବା ଏହି ୩ଟି ଷ୍ଟୋରେଜର ଦାମ୍ କେତେ ରହିଛି । 8GB RAM+ 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ଦାମ ୩୪,୯୯୯ ଟଙ୍କା, 8GB RAM ଏବଂ 256GB ଭ୍ୟାରିଆଣ୍ଟର ଦାମ ୩୭,୯୯୯ ଟଙ୍କା ଥିବାବେଳେ 12GB RAM ଓ 256GB ଭ୍ୟାରିଆଣ୍ଟର ମୂଲ୍ୟ ୪୧,୯୯୯ଟଙ୍କା ରହିଛି।

ଫୋନ୍ କିଣିବା ସମୟରେ ଗ୍ରାହକଙ୍କୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସ୍କାଉଣ୍ଟ ମିଳିବ। ଏହାକୁ Titanium Gray ଏବଂ Electric Cyan ଏହି ଦୁଇଟି କଲର୍ ଅପ୍ସନ୍‌ରେ ଘରକୁ ଆଣିପାରିବେ । Realme P4sର ପ୍ରଥମ ବିକ୍ରି ସେପ୍ଟେମ୍ବର ୩ ତାରିଖ ଦିନ ୧୨ଟାରୁ Flipkartରେ ଆରମ୍ଭ ହେବ । ଯଦି ଆପଣ ଏହିପରି ଏକ ଦମଦାର୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Also Read: Haier LED TV: Haierର ଦମଦାର Mini LED M70 TV ଲଞ୍ଚ, ମିଳିବ AI ଫିଚର୍ସ