ରିଚାର୍ଜ କରିବା ପରେ ମାଗଣାରେ ଜିଓଫୋନ୍‌ ଦେଉଛି Jio, ବାସ୍‌ କଣ କରିବାକୁ ହେବ ଜାଣନ୍ତୁ

ଅନେକ ଲୋକ ଆଜି ବି ଏମିତି ଅଛନ୍ତି ଯେଉଁମାନେ ଫିଚର ଫୋନ୍‌ ବା କିପ୍ୟାଡ ଫୋନ ୟୁଜ୍‌ କରୁଛନ୍ତି। କାରଣ ସେମାନଙ୍କୁ ଏହା ବହୁତ ଶସ୍ତା ସୁନ୍ଦର ଆଉ ମଜବୁତ୍‌ ଲାଗିଥାଏ। ଏମିତି ବି ଯଦି ଦେଖିବା ଭଲ ବ୍ୟାଟେରୀ ଅପ୍ସନ ପାଇଁ କିପ୍ୟାଡ ଫୋନ୍‌ ଏକଦମ୍‌ ବେଷ୍ଟ ରହିଥାଏ। ଆଉ ଏମିତି ହିଁ ଏକ କିପ୍ୟାଡ ଫୋନ୍‌ ମାର୍କେଟରେ ବହୁତ ଭଲ ପରଫରମାନ୍ସ ଦେଉଛି ଯାହାର ନାମ ହେଉଛି ଜିଓ ଫୋନ। ଯଦି ଆପଣ ଏକ ନୂଆ ଫୋନ୍‌ କିଣିବାକୁ ପ୍ଲାନ କରୁଛନ୍ତି ଆଉ ତାହାପୁଣି ସ୍ମାର୍ଟଫୋନ୍‌ ନୁହେଁ ଫିଚର ଫୋନ୍‌ , ତାହେଲେ ଆଜି ଆମେ ଆପଣଙ୍କୁ ଏକ ବହୁତ ଲୋକପ୍ରିୟ ଅଫର ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆପଣ ଜିଓଫୋନକୁ ଏକଦମ୍‌ ମାଗଣାରେ ପାଇପାରିବେ। ହଁ ଦର୍ଶକବନ୍ଧୁ ଆପଣ ଜିଓଫୋନ୍‌ ମାଗଣାରେ ପାଇବେ ଆଉ ଏଥିପାଇଁ ଆପଣଙ୍କୁ କୌଣସି ପେମେଣ୍ଟ କରିବାକୁ ବି ପଡିବନି। ବାସ୍‌ ଆପଣଙ୍କୁ କେବଳ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହେବ। ତାହେଲେ ଆସନ୍ତୁ ଜାଣିବା ଜିଓଫୋନକୁ ଆପଣ ଫ୍ରିରେ କେମିତି ପାଇବେ।

୧,୯୯୯ ଟଙ୍କିଆ ପ୍ଲାନ ବିଷୟରେ କହିବା ତ ଏହି ପ୍ଲାନର ବୈଧତା ୨ ବର୍ଷର ଅଟେ। ଏଥିରେ ୟୁଜର୍ସଙ୍କୁ କୌଣସି ବି ନମ୍ବରରେ ଅନଲିମିଟେଡ କଲିଙ୍ଗ ସୁବିଧା ରହିଛି। ଏହାସହିତ ୪୮ ଜିବି ଡାଟା ମଧ୍ୟ ଦିଆଯାଉଛି। ଏଥିରେ ଆପଣଙ୍କୁ ଜିଓ ଆପ୍ସ ସବସ୍କ୍ରିପସନ ମଧ୍ୟ ଦିଆଯିବ। ସେହିପରି ଯଦି କଥା ହେବା ଜିଓର ୧,୪୯୯ ଟଙ୍କିଆ ପ୍ଲାନ୍‌ ବିଷୟରେ ତ ଏହି ପ୍ଲାନର ବୈଧତା ରହିଛି ୧ ବର୍ଷ। ଏଥିରେ ୟୁଜର୍ସଙ୍କୁ କୌଣସି ବି ନମ୍ବରକୁ ଅନଲିମିଟେଡ କଲିଙ୍ଗର ସୁବିଧା ଦିଆଯାଉଛି, ତାସହିତ ୨୪ ଜିବି ଡାଟା ମଧ୍ୟ ଦିଆଯାଉଛି। ଏଥିରେ ଆପଣଙ୍କୁ ଜିଓ ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ। ଏହି ଦୁଇଟି ପ୍ଲାନ୍ସ ନୂଆ ୟୁଜର୍ସଙ୍କ ପାଇଁ ହିଁ ଉପଲବ୍ଧ ରହିଛି। ଏହି ଦୁଇଟି ପ୍ଲାନ୍ସ ସହିତ ଜିଓଫୋନ୍‌ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି।

ଯଦି ଆପଣ ଜିଓ ୟୁଜର ଏବଂ ଆପଣଙ୍କୁ ଜିଓଫୋନ୍‌ ପାଇଁ କୌଣସି ନୂଆ ବାର୍ଷିକ ପ୍ଲାନ ନେବାର ଅଛି, ତାହେଲେ ଆପଣଙ୍କ ପାଇଁ ୮୯୯ ଟଙ୍କିଆ ପ୍ଲାନ ବେଷ୍ଟ ରହିବ। ଏଥିରେ ଆପଣଙ୍କୁ ୧ ବର୍ଷର ବୈଧତା ମିଳିଥାଏ। ଏହାସହିତ ୨୪ ଜିବି ଡାଟା ଦିଆଯାଉଛି। ଏହାଛଡା ଗୋଟେ ବର୍ଷ ପର୍ଯ୍ୟନ୍ତ ଜିଓ ଆପ୍ସ ମଧ୍ୟ ଫ୍ରିରେ ଦିଆଯାଉଛି।

ଜିଓଫୋନର ଫିଚର୍ସ

ଫୋନର ୨.୪ ଇଞ୍ଚର ଡିସପ୍ଲେ ଦିଆଯାଇଛି। ଏହାର ଡିଜାଇନ୍‌ ବହୁତ କମ୍ପାକ୍ଟ। ଏଥିରେ ଏସଡି କାର୍ଡ ସ୍ଲଟ୍‌ ଏବଂ ଅଲଫାନ୍ୟୁମେରିକ୍‌ କିପ୍ୟାଡ୍‌ ଦିଆଯାଇଛି। ଏଥିରେ ହେଡଫୋନ୍‌ ଜ୍ୟାକ ଏବଂ କ୍ୟାମେରା ଭଳି ଫିଚର୍ସ ମଧ୍ୟ ଦିଆଯାଇଛି। ଏଥିରେ ମାଇକ୍ରୋଫୋନ୍‌ ଏବଂ ସ୍ପିକର୍ସ ମଧ୍ୟ ରହିଛି। ଚାର୍ଟଲାଇଟ ଏବଂ ଏଫଏସ ରେଡିଓ ଫିଚର ମଧ୍ୟ ଫୋନରେ ଦିଆଯାଇଛି। ଏଥିରେ ୨୦୦୦ ଏମଏଏଚ ବ୍ୟାଟେରୀ ଦିଆଯାଇଛି। ଫୋନରେ ୨ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୦.୩ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନରେ ୪ଜିବି ଷ୍ଟୋରେଜ୍‌ ମଧ୍ୟ ଦିଆଯାଇଛି।