iOS 19 ରେ ମିଳିବ ନୂଆ କ୍ୟାମେରା ଆପ୍, AI ଫିଚର୍ସ ମଧ୍ୟ ହେବ ଅପଗ୍ରେଡ୍

କିଛି ମାସ ପୂର୍ବରୁ iOS 18 ରିଲିଜ୍ ହୋଇଥିଲା । ଅପଡେଟରେ ଆପଲ ଇଣ୍ଟେଲିଜେନ୍ସି ପରି ଅନେକ ଫିଚର୍ସ ସହିତ ରୋଲଆଉଟ୍ କରାଯାଇଛି । ବର୍ତ୍ତମାନ ଆପଲର ନେଷ୍ଟ ଅପଡେଟକୁ ନେଇ ଖବର ଆସିବା ଆରମ୍ଭ ହେଇଛି । iOS 19 ରେ କେଉଁ ଫିଚର୍ସ ଦେଖିବାକୁ ମିଳିବ, ଏହା ବିଷୟରେ ଆପଣଙ୍କୁ କହିବୁ । iOS 18 ସହିତ ଆପଲ୍ ଫଟୋ, ଜର୍ନାଲ୍ ଏବଂ ନୋଟ୍ସ ପରି ଆପ୍ ପାଇଁ ନୂଆ କଷ୍ଟମାଇଜେସନ୍ ଅପ୍ସନ୍ ଏବଂ ସୁବିଧା ଯୋଡିଛି ।
ସେହିଭଳି iOS 19 ବିଷୟରେ କହିବାକୁ ଗଲେ ଏଥିରେ କ୍ୟାମେରା ଆପ୍ ଠାରୁ ଆରମ୍ଭ କରି ଡିଜାଇନ୍ ପର୍ଯ୍ୟନ୍ତ ଏଥିରେ ଅନେକ ପରିବର୍ତ୍ତନ ହୋଇପାରେ । iOS 19 ରେ ନୂଆ କ୍ୟାମେରା ଆପ୍ visionOS ରୁ ନିଆଯିବ ବୋଲି ଜଣାଯାଇଛି । ଆସନ୍ତୁ ଅପଡେଟ୍ ବିଷୟରେ କିଛି ଜାଣିବା ।
iOS 19 ଅପଡେଟରେ ରି-ଡିଜାଇନ୍ କରାଯାଇଥିବା କ୍ୟାମେରା ଆପ୍ ମିଳିବ । ଏହା କ୍ଲିନର ଲୁକ୍ ସହିତ ସଂପୂର୍ଣ୍ଣ ରୂପେ ରି-ଡିଜାଇନ୍ ପରି ଲାଗୁଛି । ଏଥିରେ ଟ୍ରାନ୍ସପରେଣ୍ଟ ବ୍ୟାକଗ୍ରାଉଣ୍ଡ ଦେଖାଯାଇଛି । ବର୍ତ୍ତମାନ ଫଟୋ/ଭିଡିଓ ପାଇଁ କେବଳ ଦୁଇଟି ଅପ୍ସନ ରହିଛି ଯାହାକୁ ଆପଣ- depth, spatial, pano ଏବଂ style ପରି ଫିଚର୍ସ ବ୍ୟବହାର କରିବା ପାଇଁ ବାଛି ପାରିବେ । ଭିଟିଓ ବଟନରେ slow-mo, timelapse ଏବଂ action ଭଳି ସୁବିଧା ଅଛି । ଏହା ଉପରେ ଆପଣ ଆପ୍ ରିଜୋଲ୍ୟୁସନ୍ ଏବଂ ଫ୍ରେମ୍ ରେଟର ବାଲାନ୍ସ କରିପାରିବେ ।
କୁହାଯାଇଛି ଯେ ରି-ଡିଜାଇନ୍ ନୂଆ ନୁହେଁ । ବରଂ ଏହି visionOS ରୁ ନିଆଯାଇଛି, ଯାହା ଆପଲ୍ Vision Pro ପାଇଁ ବ୍ୟବହାର କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ନୂଆ ଡିଜାଇନ୍ iOS 19 ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ, ଯେଉଁଥିରେ UI ପ୍ରାୟତଃ visionOS ପରି ଦେଖାଯିବ । iOS ବର୍ଷ ବର୍ଷ ଧରି ସମାନ ରହିଆସିଛି, ଏଥିରେ ବହୁତ କମ୍ ଡିଜାଇନ୍ ପରିବର୍ତ୍ତନ କରାଯାଇଛି, କିନ୍ତୁ ପୂର୍ବ କିଛି ଅପଡେଟରେ ୟୁଜର୍ସମାନଙ୍କୁ ସମ୍ପୂର୍ଣ୍ଣ UI ଉପରେ କଷ୍ଟମାଇଜ୍ ଦେଇଛି ।
ନୂଆ visionOS ପ୍ରେରିତ UI iOS ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବ । iOS 19 ରେ କ୍ୟାମେରା ଆପ୍ ପାଇଁ ରି-ଡିଜାଇନ୍ ହୋଇଛି । iOS 19 ଚଳିତ ବର୍ଷ ଶେଷରେ iPhone 17 ଲଞ୍ଚର ଆଖପାଖରେ ରିଲିଜ୍ ହେବ । ହେଲେ ଏହା ପୂବର୍ରୁ ଅପଡେଟ୍ ବିଷୟରେ ଅଧିକ ଡିଟେଲ୍ସ ସାମ୍ନାକୁ ଆସିବ ।
ଜୁନରେ ହେବାକୁ ଥିବା WWDC ରେ ମଧ୍ୟ ଅନେକ କିଛି ଦେଖିବାକୁ ମିଳିପାରେ । iOS 19 ପାଇଁ ସମ୍ଭାବ୍ୟ ଡିଭାଇସଗୁଡିକର ଲିଷ୍ଟ ବିଷୟରେ ରିପୋର୍ଟ ସାମ୍ନାକୁ ଆସିଛି । ଏଥିମଧ୍ୟରେ iPhone 11 ଏବଂ iPhone XR ପରି ପୁରୁଣା ମଡେଲ୍ ଏବଂ iPhone SE 2020 ମଧ୍ୟ ସାମିଲ ଅଛି । ଆପଲ୍ ବହୁତ ପୁରୁଣା ମଡେଲକୁ ସଫ୍ଟୱେର ସପୋର୍ଟ ଦେବା ପାଇଁ ଜାଉଛି ।