Redmi ନିଜ ବଜେଟ ସ୍ମାର୍ଟଫୋନର ମୂଲ୍ୟକୁ କମ୍ କରିଛି । Redmi ର ,ଏହି ଶସ୍ତା ଫୋନ ଅଧାରୁ କମ୍ ମୂଲ୍ୟରେ ମିଳୁଛି । ଗତ ବର୍ଷ ଲଞ୍ଚ ହୋଇଥିବା ଏହି Redmi ଫୋନ ଏହାର ଲଞ୍ଚ ମୂଲ୍ୟଠାରୁ ୮,୦୦୦ ଟଙ୍କା ଶସ୍ତା ହୋଇଛି । ଏହା ବ୍ୟତୀତ ଫୋନ କିଣିବା ଉପରେ ବ୍ୟାଙ୍କ ଅଫର ମଧ୍ୟ ଦିଆଯାଉଛି । କମ୍ପାନୀ କେବଳ ଗୋଟିଏ ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ମୂଲ୍ୟ କମ୍ କରିଛି ।
Redmi 12 ର ଦୁଇଟି ଭ୍ୟରିଆଣ୍ଟ- ୪GB RAM + ୧୨୮GB ଏବଂ ୬GB RAM + ୧୨୮GB ରେ କିଣାଯାଇପାରିବ । ଏହି ଫୋନର ପ୍ରାରମ୍ଭିକ ଭ୍ୟାରିଆଣ୍ଟ ୧୪,୯୯୯ ଟଙ୍କାର ପ୍ରାଇସରେ ଲଞ୍ଚ ହୋଇଥିଲା । ସେହିଭଳି, ଏହାର ଟପ୍ ଭ୍ୟାରିଆଣ୍ଟ ୧୫,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା । କମ୍ପାନୀ ୬GB RAM ଭ୍ୟାରିଆଣ୍ଟର ମୂଲ୍ୟ ୮,୦୦୦ ଟଙ୍କା କମ୍ କରିଛି । ଏହି ଭ୍ୟାରିଆଣ୍ଟ ୭,୯୯୯ ଟଙ୍କାରେ ଉପଲବ୍ଧ ଥିବାବେଳେ ଫୋନର ପ୍ରାରମ୍ଭିକ ଭ୍ୟାରିଆଣ୍ଟ ୯,୪୯୯ ଟଙ୍କାରେ ମିଳୁଛି ।
Redmi 12 ର ଫିଚର୍ସ କଥା କହିବାକୁ ଗଲେ Xiaomi ର ଏହି ବଜେଟ୍ ସ୍ମାର୍ଟେଫୋନ କିଛି ଦମଦାର ଫିଚର୍ସ ସହିତ ଆସିଥାଏ । ଫୋନରେ ୬.୭୯ ଇଞ୍ଚର ଫୁଲ HD Plus ଡିସପ୍ଲେ ଦିଆଯାଇଛି । ଏହି ଫୋନର ଡିସପ୍ଲେର ରିଜୋଲ୍ୟୁସନ ୨୪୬୦ x ୧୦୮୦ ପିକ୍ସେଲ ଅଛି ଏବଂ ପିକ୍ ବ୍ରାଇଟନେସ୍ ୫୫୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଫୋନର ଡିସପ୍ଲେ ୯୦Hz ହାଇ ରିଫ୍ରେସ ରେଟ୍ ଫିଚରର ସପୋର୍ଟ କରିଥାଏ । ଏହା ବ୍ୟତୀତ ଏହା SGS ଲୋ ବ୍ଲୁ ଲାଇଟ୍ ସାର୍ଟିଫିକେସନକୁ ମଧ୍ୟ ସପୋର୍ଟ କରିଥାଏ ।
Redmi ର ଏହି ଶସ୍ତା ଫୋନରେ ୧୨nm ର MediaTek Helio G88 ପ୍ରୋସେସର ଦିଆଯାଇଛି । ଫୋନରେ ୮GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ର ସପୋର୍ଟ ମିଳିଥାଏ । ଫୋନର RAM ରେ LPDDR4X ଏବଂ eMMC ୫.୧ କୁ ସପୋର୍ଟ ଦେଉଛି । ସେହିଭଳି, ଏହି ଫୋନର ଇଣ୍ଟରନାଲ ଷ୍ଟୋରେଜ୍ ମାଇକ୍ରୋ SD କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ । ଏହି ଶସ୍ତା ଫୋନର ୱେଟ୍ ୧୯୮.୫ ଗ୍ରାମ ହୋଇଥାଏ ।
Redmi 12 ରେ ୫୦୦୦mAh ର ଦମଦାର ବ୍ୟାଟେରି ଦିଆଯାଇଛି, ଯେଉଁଥିରେ ଚାର୍ଜ କରିବା ପାଇଁ ୧୮W USB Type C ଫାଷ୍ଟ ଚାର୍ଜିଂ ସପୋର୍ଟ ଅଛି । ଏହି ଫୋନ Android 13 ଉପରେ ଆଧାର କରି MIUI 13 ରେ କାମ କରେ । ତଥାପି, ଏହା ଶୀଘ୍ର Android 14 ଉପରେ ଆଧାରିତ Xiaomi HyperOS ର ସପୋର୍ଟ ମିଳିବ । ଏଥିରେ ସିକ୍ୟୁରିଟି ପାଇଁ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଏବଂ AI ଫେସ୍ ଅନଲକ୍ ଫିଚର ଦିଆଯାଇଛି । ଏହା ସହିତ, ଏହି NFC ଯଥା ନିୟର ଫିଲ୍ଡ କମ୍ୟୁନିକେସନ୍କୁ ମଧ୍ୟ ସପୋର୍ଟ କରେ ।
Redmi ର ଫୋନ ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ୫୦MP ର ମେନ୍ କ୍ୟାମେରା ରହିବ । ଏହା ସହିତ ୮MP ର ସେକେଣ୍ଡାରୀ ଏବଂ ୨MP ର ତୃତୀୟ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ Redmi ର ଏହି ଶସ୍ତା ଫୋନରେ ୮MP ର କ୍ୟାମେରା ଅଛି ।