ଲଞ୍ଚ ହେବ Redmi ର ଆଉ ଏକ ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ

Redmi ର ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଆସନ୍ତା ମାସ ଆରମ୍ଭରେ ଲଞ୍ଚ ହେବାକୁ ଯାଉଛି । ଏହି Redmi ସ୍ମାର୍ଟଫୋନ୍ ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେବ । କମ୍ପାନୀ ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ମଧ୍ୟ ଲିଷ୍ଟ କରିଛି । ଫୋନର ଡିଜାଇନ୍ ସହିତ ଫ୍ଲିପକାର୍ଟରେ ମାଇକ୍ରୋପେଜରେ ଅନେକ ଫିଚର୍ସ ପ୍ରକାଶ ପାଇଛି । ଗତ ବର୍ଷ ଲଞ୍ଚ ହୋଇଥିବା Redmi 13C 5G ର ଏହି ଅପଗ୍ରେଡ୍ ମଡେଲରେ ୨୫୬ GB ଇଣ୍ଟରନାଲ ଷ୍ଟୋରେଜ୍, ୫୦ MP କ୍ୟାମେରା ଭଳି ଦମଦାର୍ ଫିଚର୍ସ ମିଳିବ ।

Redmi 14C 5G ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ Redmi 14R 5G ର ରିବ୍ରାଣ୍ଡ ମଡେଲ୍ ଭାବରେ ପରିଚିତ ହେବ । କମ୍ପାନୀ ଏହି ଫୋନକୁ ‘2025G’ ନାମରେ ଟିଜ୍ କରିଛି । ଫ୍ଲିପକାର୍ଟ ଲିଷ୍ଟ ଅନୁଯାୟୀ, Redmi ର ଏହି ଶସ୍ତା 5G ସ୍ମାର୍ଟଫୋନ୍ ତିନୋଟି କଲର ଅପ୍ସନରେ ରହିବ ଯାହା ହେଉଛି- ହ୍ୱାଇଟ, ବ୍ଲୁ ଏବଂ ବ୍ଲାକ୍ । Redmi ର ଏହି ବଜେଟ୍ ସ୍ମାର୍ଟଫୋନ୍ କେବଳ ଗୋଟିଏ ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇପାରିବ ଯାହା ହେଉଛି- ୮ GB RAM + ୨୫୬ GB । ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ କମ୍ପାନୀ ଏହାର ସମ୍ପୂର୍ଣ୍ଣ ଫିଚର୍ସ ପ୍ରକାଶ କରିନାହିଁ, ହେଲେ ଫୋନର ଡିଜାଇନ୍ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇଛି ।

Redmi 14C 5G ର ଫିଚର୍ସ :

Redmi ର ଏହି ଶସ୍ତା ସ୍ମାର୍ଟୋଫାନରେ ୬.୮୮ ଇଞ୍ଚର ବଡ଼ FHD+ ଡିସପ୍ଲେ ସହିତ ଆସିପାରେ, ଯାହାର ରିଜୋଲ୍ୟୁସନ୍ ୧୬୪୦ x ୭୨୦ ପିକ୍ସେଲ ରହିଛି । ଫୋନ ଡିସପ୍ଲେର ପିକ୍ ବ୍ରାଇଟନେସ୍ ୬୦୦ ନିଟ୍ସ ପର୍ଯ୍ୟନ୍ତ ହେବ ଏହି ଫୋନ୍ ୨୪୦ Hz ଟଚ୍ sampling ରେଟ୍ ସହିତ ଆସିପାରେ । ଏହି ଫୋନରେ DC ଡିମିଙ୍ଗ, ଆଇ ପ୍ରୋଟେକ୍ସନ୍ ଭଳି ଫିଚର୍ସ ମିଳିବ ।

ଏହି ସ୍ମାର୍ଟଫୋନରେ Qualcomm Snapdrgaon 4 Gen 2 ଚିପସେଟ୍ ରହିପାରେ । ଏହାର ବ୍ୟାକରେ ସର୍କୁଲାର ରିଙ୍ଗ ଡିଜାଇନ୍ ଭଳି କ୍ୟାମେରା ମଡ୍ୟୁଲ୍ ରହିବ । ଫୋନରେ ୧୩ MP ର ମେନ୍ କ୍ୟାମେରା ଏବଂ ୫ MP ର ସେଲଫି କ୍ୟାମେରା ମିଳିପାରିବ । ଏହି ସ୍ମାର୍ଟଫୋନ୍ ୫,୧୬୦ mAh ର ଦମଦାର୍ ବ୍ୟାଟେରୀ ଏବଂ ୧୮ W ଫାଷ୍ଟ ଚାର୍ଜିଂ ସହିତ ଆସିବ । ଏହି ଫୋନ୍ Android 15 ଉପରେ ବେସ୍ଡ HyperOS ରେ କାମ କରିବ ।