ଲଞ୍ଚ ହେବ Redmi 14C 5G, ରହିଛି ଜବରଦସ୍ତ ସ୍ପେସିଫିକେସନ୍

୨୦୨୫ ବର୍ଷ ସ୍ମାଟଫୋନ୍ ମାକେର୍ଟ ପାଇଁ ବହୁତ ଖାସ୍ ବହବାକୁ ଯାଉଛି । ଅନେକ ସ୍ମାର୍ଟଫୋନ୍ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀରେ ମାର୍କେଟକୁ ଆସିବାକୁ ଯାଉଛି । ଏହି ମାସରେ ଆପଣ ମାର୍କଟରେ ସ୍ମାର୍ଟଫୋନ୍ ବଜେଟ୍ ଠାରୁ ଫ୍ଲାଗସିପ୍ ଲେଭଲ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ଯଦି ଆପଣ Redmi ର ଫ୍ୟାନ୍ସ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । Redmi ମଧ୍ୟ ନୂଆ ବର୍ଷରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।

Redmi ର ଏହି ନୂଆ ଫୋନ୍ Redmi 14C 5G ହେବ । ଦୀର୍ଘ ଦିନ ଧରି ଏହି ସ୍ମାଟର୍ଫୋନ୍ ବିଷୟରେ ଲିକ୍ ଆସୁଥିଲା କିନ୍ତୁ ବର୍ତ୍ତମାନ୍ ଏହାର ଲଞ୍ଚ ଡେଟ୍ ମଧ୍ୟ କମ୍ପାନୀ ଘୋଷଣା କରିଛି । କମ୍ପାନୀ ଏହା ପୂର୍ବରୁ Redmi 14C 4G ଚଳିତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ବର୍ତ୍ତମାନ Redmi 14C 5G କୁ ଅଣାଯାଉଛି ।

ଏହି ସ୍ମାର୍ଟଫୋନ୍ ପୂର୍ବରୁ Xiaomi ଦ୍ବାରା ଟିଜ୍ କରାଯାଇଥିଲା, କିନ୍ତୁ ବର୍ତ୍ତମାନ୍ ଏହାର ଲଞ୍ଚ ମଧ୍ୟ ଅଫିସିଆଲି ଘୋଷଣା କରାଯାଇଛି । Redmi 14C 5G କୁ ଜାନୁଆରୀ ୬, ୨୦୨୫ ରେ ଭାରତୀୟ ବଜାରରେ ଲଞ୍ଚ ହେବ । Redmi ଏଥିପାଇଁ ୱେବସାଇଟରେ ଏକ ମାଇକ୍ରୋସାଇଟ୍ ଲାଇଭ୍ ମଧ୍ୟ କରିଛନ୍ତି । ମାଇକ୍ରୋସାଇଟ୍ ଲାଇଭ୍ ହେବା ସହିତ ଏଥିରେ ଥିବା ଫିଚର୍ସଗୁଡିକ ମଧ୍ୟ ପ୍ରକାଶ ପାଇଛି ।

ଜାନୁଆରୀ ୬ ରେ Redmi 14C 5G ର ଗ୍ଲୋବାଲ ଲଞ୍ଚ ହେବ, ଅର୍ଥାତ୍ ଭାରତୀୟ ମାର୍କେଟରେ ଆସିବା ସହିତ ବିଭିନ୍ନ ମାର୍କେଟରେ ମଧ୍ୟ ଟକ୍କର ଦେବ । Redmi ଏହି ସ୍ମାର୍ଟଫୋନକୁ ବଜେଟ୍ ସେଗମେଣ୍ଟରେ ବେଷ୍ଟ ସ୍କାର୍ଟଫୋନ୍ ଭାବରେ ଘୋଷଣା କରିଛି । ଏଥିରେ ୟୁଜର୍ସମାନେ 5G+5G ର ସପୋର୍ଟ ପାଇବେ । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ ୨.୫ Gbps ପର୍ଯ୍ୟନ୍ତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି ।

Redmi 14C 5G ର ସ୍ପେସିଫିକେସନ୍ :

୧. Redmi 14C 5G ରେ ଆପଣଙ୍କୁ ୬.୮୮ ଇଞ୍ଚର HD Plus ଡିସପ୍ଲେ ରହିଛି । ଡିସପ୍ଲେରେ ଆପଣଙ୍କୁ ୧୨୦Hz ର ରିଫ୍ରେସ୍ ରେଟ୍ ଦିଆଯାଇଛି ।

୨. Redmi ର ଏହି ନୂଆ ସ୍ମାର୍ଟଫୋନରେ Snapdragon 4 Gen 2 ଚିପସେଟ୍ ଦେଖିବାକୁ ମିଳିବ ।

୩. Redmi 14C 5G ଚାରେଟି ଭ୍ୟାରିଆଣ୍ଟ ସହିତ ଲଞ୍ଚ କରିପାରିବ, ଯେଉଁଥିରେ ୪GB, ୮GB ଏବଂ ୧୨GB RAM ଅପ୍ସନ୍ ମିଳିପାରିବ ।

୪. ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ Android 14- ଆଧାରିତ HyperOS ସହିତ ଆସିବ ବୋଲି ଆଶା କରାଯାଉଛି ।

୫. Redmi 14C 5G ରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରିବ । ପ୍ରାଇମେରୀ କ୍ୟାମେରା ସେନ୍ସର ୫୦ ମେଗାପିକ୍ସେଲ୍ ହୋଇପାରେ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ ମେଗାପିକ୍ସେଲର କ୍ୟାମେରା ଦିଆଯାଇପାରେ ।

୬. Redmi 14C 5G କୁ ପାୱାର ଦେବା ପାଇଁ ୫୦୬୦mAh ର ବ୍ୟାଟେରୀ ଦିଆଯାଇପାରେ, ଯାହାକି ୧୮W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।