ଶୀଘ୍ର ଭାରତରେ ଲଞ୍ଜ ହେବ Redmi 7A , ଦାମ୍ ଜାଣିଲେ କିଣିବାକୁ ଚାହିଁବେ

ସାଓମିର ଅନ୍ୟ ଏକ ସ୍ମାର୍ଟଫୋନ Redmi 7A ଭାରତରେ ଲଞ୍ଚ ହେବାର ପ୍ରସ୍ତୁତିରେ। ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ଟ୍ବିଟ୍ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଅବଶ୍ୟ ଲଞ୍ଚର ତାରିଖ ଘୋଷଣା କରିନାହାନ୍ତି। ସେ ସୂଚନା ଦେଇଛନ୍ତି ଯେ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ଭାରତରେ ରେଡମି ୪ଏ, ରେଡମି ୫ଏ ଏବଂ ରେଡମି ୬ଏ ୨.୩୬ କୋଟି ୟୁନିଟ୍ ବିକ୍ରି ହୋଇଛି। ଜଣାଇବାକୁ ଚାହିଁବୁ ରେଡମି ୭ଏକୁ ଚଳିତ ବର୍ଷ ମଇରେ ଚୀନରେ ଲଞ୍ଚ କରାଯାଇଛି।

ରେଡମି ୭ଏର ସ୍ପେସିଫିକେସନ

ରେଡମି ୭ଏ ଫିଚର୍ସ ବିଷୟରେ କହିଲେ ଏହି ଫୋନରେ ଆପଣଙ୍କୁ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ୍ ପାଇ ୯.୦ ଆଧାରିତ MIUI ୧୦ ମିଳିବ। ଏହି ଫୋନରେ ବୟଷ୍କ ଏବଂ ପିଲାଙ୍କ ପାଇଁ ଅଲଗା ଏକ ମୋଡ୍ ଦିଆଯାଇଛି। ରେଡମି ୭ଏରେ ୫.୪୫ ଇଞ୍ଚ ଏଚଡି ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୭୨୦x୧୪୪୦ ପିକ୍ସେଲ ଏବଂ ଆସପେକ୍ଟ ରେସିଓ ୧୮:୯ ରହିଛି।

ଫୋନର ପ୍ରୋସେସର ବିଷୟରେ କହିବାକୁ ଗଲେ ଏଥିରେ ଆପଣଙ୍କୁ କ୍ବାଲକମର ସ୍ନାପଡ୍ରାଗନ ୪୩୯ ପ୍ରୋସେସର ମିଳିବ ଯାହର କ୍ଲକ ସ୍ପୀଡ୍ ୨.୦GHz ଅଟେ।

Redmi 7ରେଡମି ୭ଏର କ୍ୟାମେରା ଏବଂ କନେକ୍ଟିଭିଟୀ

ରେଡମି ୭ଏରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଫ୍ରଣ୍ଟ କ୍ୟାମେରା ସହିତ ଆର୍ଟିଫିସିଆଲ ଇନଟେଲିଜେନ୍ସ ଆଧାରିତ ଫେସ୍ ଅନଲକ୍ ସପୋର୍ଟ ମିଳିବ। ରେଡମି ୭ଏର ବ୍ୟାଟେରୀ ଏବଂ କନେକ୍ଟିଭିଟୀ ବିଷୟରେ କହିଲେ ଏଥିରେ ୪୦୦୦ ମାହ ବ୍ୟାଟେରୀ ଦିଆଯାଇଛି। ଏହାସହିତ ଆପଣଙ୍କୁ ୧୦ ୱାଟର ଫାଷ୍ଟ ଚାର୍ଜର ମିଳିବ।

ଏହାଛଡା ଏହି ଫୋନରେ ୩.୫ ଏମଏମ ର ହେଡଫୋନ ଜ୍ୟାକ୍ ମିଳିବ। ଫୋନରେ ମାଇକ୍ରୋ ୟୁଏସବି ଚାର୍ଜି ପୋର୍ଟ ଏବଂ ୪G VoLTE, Wi-Fi, ଏବଂ ବ୍ଲୁଟୁଥ୍ ମଧ୍ୟ ମିଳିବ।

ଦାମ ବିଷୟରେ କହିବାକୁ ଗଲେ ରେଡମି ୭ଏ ର ଦାମ୍ ପ୍ରାୟ ୬ ହଜାର ଟଙ୍କା ହୋଇପାରେ। ଏହି ଫୋନ ଭାରତରେ କେବେ ଲଞ୍ଚ ହେବ ତାହା କମ୍ପାନୀ କୌଣସି ସୂଚନା ଦେଇନାହିଁ।

You might also like