ଲଞ୍ଚ ହେଲା Redmi ର ଶସ୍ତା 5G ସ୍ମାର୍ଟଫୋନ୍, ଟେନସନରେ ବଡ଼ ବଡ଼ ବ୍ରାଣ୍ଡ

Redmi ଭାରତରେ ନିଜର ଶସ୍ତା ୫G ସ୍ମାର୍ଟଫୋନ ଲଞ୍ଚ କରିଛି । Redmi ର ଏହି ଫୋନ ସମ୍ପୂଣ୍ଣ ଭାବରେ ଭାରତରେ ତିଆରି ହୋଇଛି ଏବଂ ବିଶେଷ ଭାବରେ ଭାରତୀୟ ୟୁଜର୍ସଙ୍କୁ ଧ୍ୟାନରେ ରଖି ଲଞ୍ଚ କରାଯାଇଛି । Xiaomi ର ସବ୍‌-ବ୍ରାଣ୍ଡ ଏହାର ଶସ୍ତା ୫G ସ୍ମାର୍ଟଫୋନ ଲଞ୍ଚ କରି Samsung, Vivo, Oppo, Realme ଭଳି ବ୍ରାଣ୍ଡର ଟେନସନକୁ ବଢ଼ାଇଛି । ଏହା ବ୍ୟତୀତ ରେଡମି ନିଜର ନୂଆ Note 14 ସିରିଜ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି । ଏହି ମିଡ୍‌ ବଜେଟ୍‌ ସ୍ମାର୍ଟଫୋନ ସିରିଜକୁ ଆସନ୍ତା ମାସ ଡିସେମ୍ବରରେ ଭାରତୀୟ ବଜାରରେ ଲଞ୍ଚ କରାଯିବ । ଏହି ସିରିଜ୍‌ ପ୍ରଥମେ ହୋମ ମାକେର୍ଟରେ ଲଞ୍ଚ ହୋଇଛି । ଗତ ମାସରେ ଆୟୋଜିତ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସରେ ଏହି ଫୋନ ଲଞ୍ଚ କରାଯାଇଥିଲା ।

Redmi A4 5G ର ଦୁଇଟି ଭ୍ୟାରିଆଣ୍ଟ ରହିଛି ସେଗୁଡିକ ହେଲା- ୪GB RAM + ୬୪GB ଏବଂ ୪GB RAM +୧୨୮GB ରେ ଲଞ୍ଚ କରାଯାଇଛି । ଏହାର ବେସ୍‌ ଭ୍ୟାରିଆଣ୍ଟ ମଡେଲର ପ୍ରାଇସ୍‌- ୮,୪୯୯ ଟଙ୍କା ଅଛି । ସେହିଭଳି ଏହାର ଟପ୍‌ ଭ୍ୟାରିଆଣ୍ଟର ପ୍ରାଇସ୍‌ ୯,୪୯୯ ଟଙ୍କାରେ ଆସିଛି । ଫୋନର ପ୍ରଥମ ସେଲ୍‌ ନଭେମ୍ବର ୨୭ରେ Mi.com ଏବଂ ଇ-କର୍ମସ ପ୍ଲାଟଫର୍ମରେ ଅନୁଷ୍ଠିତ ହେବ । Redmi ର ଏହି ଶସ୍ତା ୫G ସ୍ମାର୍ଟଫୋନ ଦୁଇଟି କଲର ଅପ୍ସନରେ ଆସିବ ସେଗୁଡିକ ହେଲା- Sparkle Purple ଏବଂ Stary Black ରେ ଆସିବ ।

Redmi A4 5G ର ଫିଚର୍ସ :
Redmi ର ଏହି ଶସ୍ତା ୫G ସ୍ମାର୍ଟଫୋନ ୬.୮୮ ଇଞ୍ଚର ଡିସପ୍ଲେ ସହିତ ଆସିବ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ ରେଟ୍‌ ଫିଚରକୁ ସପୋର୍ଟ କରିବ । ଫୋନରେ ଓ୍ୱାଟରଡ୍ରପ ନଚ୍‌ ଡିଜାଇନ୍‌ ଦିଆଯାଇଛି । ଫୋନ ଡିସପ୍ଲେର ରିଜୋଲ୍ୟୁସନ୍‌ ୧୬୪୦x ୭୨୦ ପିକ୍ସଲ ହୋଇଥାଏ । ଏହି ଫୋନର ଡିସପ୍ଲେର ପିକ୍‌ ବ୍ରାଇଟନେସ୍‌ ୬୦୦ ନିଟ୍ସ ପର୍ଯ୍ୟନ୍ତ ଅଛି ।

Redmi A4 5G ଭାରତରେ Qualcomm Snapdragon 4s Gen 2 ପ୍ରୋସେସର ସହିତ ଲଞ୍ଚ ହୋଇଥିବା ପ୍ରଥମ ସ୍ମାର୍ଟଫୋନ । ଏହି ଫୋନରେ ୪G RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ୍‌ ଷ୍ଟୋରେଜର ସପୋର୍ଟ ମିଳିବ । ଯେଉଁଥିରେ ମାଇକ୍ରୋ SD କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରିପାରିବ । ଫୋନ IP52 ରେଟେଡ୍‌ ହୋଇଥାଏ ଏବଂ ଏହାର RAM ର ଭର୍ଚୁଆଲ୍ ୪G ଏକ୍ସପାଣ୍ଡ ମଧ୍ୟ କରାଯାଇପାରିବ ।

Redmi A4 5G ରେ ୫,୧୬୦mAh ର ଦମଦାର ବ୍ୟାଟେରୀ ଦିଆଯାଇଛି, ଯାହା ୧୮W USB Type C ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିବ । କମ୍ପାନୀ ଏହା ସହିତ ୩୩W ର ଚାର୍ଜର ଅଫର କରୁଛି । ଏହି ଫୋନ Android 14 ଉପରେ ବେସଡ୍‌ HyperOS ଉପରେ କାମ କରିଥାଏ । ଏଥିରେ ୫୦MP ର କ୍ୟାମେରା ବ୍ୟାକରେ ଏବଂ ୫MP ର ସେଲଫି କ୍ୟାମେରା ମିଳିବ । ସିକ୍ୟୁରିଟି ପାଇଁ ଏଥିରେ ସାଇଡ୍‌ ମାଉଣେ୍ଟଣ୍ଡ ଫିଜିକାଲ ଫିଙ୍ଗରପ୍ରିଣ୍ଟ ସେନ୍ସସର ରହିଛି ।

You might also like