ଦମଦାର୍ ଲୁକ୍ ସହ ଲଞ୍ଚ ହେଲା Redmi A5, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

ଯଦି ଆପଣ ଦୈନନ୍ଦିନ କାମ ପାଇଁ ଏକ ଶସ୍ତା ସ୍ମାର୍ଟଫୋନ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ୍ । ଲୋ ବଜେଟ ଠାରୁ ଆରମ୍ଭ କରି ମିଡ୍ ରେଞ୍ଜ ସେଗମେଣ୍ଟ ପର୍ଯ୍ୟନ୍ତ Redmi ସ୍ମାର୍ଟଫୋନ୍ ସବୁଠି ପସନ୍ଦ କରାଯାଏ । ସାରା ବିଶ୍ବରେ Redmi ର ଭଲ ଫ୍ୟାନ୍ ଫୋଲଇିଂ ମଧ୍ୟ ଅଛନ୍ତି । ସ୍ମାର୍ଟଫୋନ୍ ମେକର କମ୍ପାନୀ ଆଉ ଏକ ବଡ଼ ଧମାକା କରିଛି । Redmi ମାର୍କେଟରେ ନିଜର ଶସ୍ତା ଏବଂ ଦମଦାର୍ ସ୍ମାର୍ଟଫୋନ୍ ଉପସ୍ଥାପନ କରିଛି । କମ୍ପାନୀର ନୂଆ ସ୍ମାର୍ଟଫୋନ୍ ହେଉଛି Redmi A5 । ଯାହା କମ୍ ମୂଲ୍ୟରେ ପାୱାରଫୁଲ୍ ଫିଚର୍ସ ମିଳିଥାଏ ।

ଯଦି ଆପଣ ଏକ ଲୋ ବଜେଟ 4G ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ବତ୍ତର୍ମାନ Redmi A5 ଲଞ୍ଚ ହୋଇଛି । କମ୍ପାନୀ ଏହାକୁ ଇଣ୍ଡୋନେସିଆ ମାର୍କେଟରେ ଉପସ୍ଥାପନ କରିଛି । କିଛି ସମୟ ପୂର୍ବରୁ Redmi ଏହାକୁ ବାଂଲାଦେଶ ବଜାରରେ ପ୍ରଚଳନ କରିଥିଲା । ଖୁବ୍ ଶୀଘ୍ର କମ୍ପାନୀ ଏହାକୁ ଭାରତୀୟ ବଜାରରେ ମଧ୍ୟ ଉପସ୍ତାପନ କରିପାରିବ ।

Redmi A5 ର ପ୍ରାଇସ୍ :
ଆପଣଙ୍କୁ କହିରଖୁଛିୁ ଯେ Redmi ନିଜର ନୂଆ ସ୍ମାର୍ଟଫୋନକୁ ଗୋଟିଏ ଭ୍ୟାରିଆଣ୍ଟ ସହିତ ବଜାରରେ ଉପସ୍ତାପନ କରିଛି । ଯେଉଁଥିରେ ୪GB RAM ଏବଂ ୧୨୮ GB ଷ୍ଟୋରେଜ୍ ଉପଲବ୍ଧ । କମ୍ପାନୀ ଏହାକୁ ଇଣ୍ଡୋନେସିଆ ବଜାରରେ IDR ୧,୧୯୯,୦୦୦ ଟଙ୍କାରେ ଲଞ୍ଚ କରିଛି, ଯାହା ଭାରତୀୟ ବଜାରରେ ପ୍ରାୟ ୬୨୦୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟି ଲେକ୍ ଗ୍ରୀନ୍, ସାଣ୍ଡି ଗୋଲ୍ଡ ଏବଂ ମିଡନାଇଟ୍ ବ୍ଲାକ୍ କଲର ଅପ୍ସନ ସହିତ ଉପସ୍ତାପନ କରାଯାଇଛି ।

Redmi A5 ର ଦମଦାର୍ ଫିଚର୍ସ :
Redmi A5 ର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ୬.୮୮ ଇଞ୍ଚର ଡିସପ୍ଲେ ଅଛି ଯାହାର ରିଜୋଲ୍ୟୁସନ୍ ୧୬୪୦ x ୭୨୦ ପିକ୍ସେଲ । ଏହାର ଡିସପ୍ଲେ ୪୫୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ପ୍ରଦାନ କରେ । ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ୍ 15 ସହିତ ଚାଲିଥାଏ । ଏଥିରେ , କମ୍ପାନୀ ୪ GB RAM ଏବଂ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ପ୍ରଦାନ କରିଛି । ଏଥିରେ ଭର୍ଚ୍ଚୁଆଲ RAM ର ଏକ ଅପ୍ସନ ମଧ୍ୟ ଅଛି, ଯାହା ମାଧ୍ୟମରେ ଆପଣ RAM କୁ ୪ GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରିପାରିବେ ।

Redmi A5 ର ପରଫରମାନ୍ସକୁ ଏକ୍ସପାଣ୍ଡ କରିବା ପାଇଁ ଏଥିରେ Unisoc T616 ପ୍ରୋସେସର ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ଆପଣଙ୍କ ଦୈନନ୍ଦିନ ଜୀବନରେ ଭଲ ପରଫରମାନ୍ସ ପ୍ରଦାନ କରିବ । ଫଟୋଗ୍ରାଫି ପାଇଁ ରିୟରରେ ୩୨ ମୋଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ ମୋଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିଥାଏ । ଏଥି ସହ ସ୍ମାର୍ଟଫୋନରେ ୫୨୦୦ mAh ର ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୧୫W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।