୭୦୦୦ mAh ର ବଡ଼ ବ୍ୟାଟେରୀ ସହିତ ଏଣ୍ଟ୍ରି କରିବ Redmi ର ଏହି ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ

ସ୍ମାର୍ଟଫୋନ୍ ମେକର Xiaomi ର ଏକ ସବ୍ ବ୍ରାଣ୍ଡ Redmi ଖୁବ୍ ଶୀଘ୍ର ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ସୁଚନା ଅନୁଯାୟୀ, ଚଳିତ ବର୍ଷ କମ୍ପାନୀ K80 ସିରିଜ ଏକ୍ସପାଣ୍ଡ କରିବାକୁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ ୨୦୨୫ ର ଦ୍ବିତୟାର୍ଦ୍ଧରେ ଲଞ୍ଚ ହୋଇଥିବା Redmi K80 Ultra ପ୍ରଥମ Redmi ସ୍ମାଟର୍ଫୋନ୍ ହୋଇପାରେ । ନିକଟରେ ଏଥିରେ ଜଡିତ ଥିବା କିଛି ଲିକ୍ସ ସାମ୍ନାକୁ ଆସିଛି । ଏହା ସହିତ କମ୍ପାନୀ ଏହି ଫୋନରେ ସବୁଠାରୁ ବଡ଼ ବ୍ୟାଟେରୀ ରଖିପାରେ ଯାହା ୭୦୦୦ mAh ରହିଛି ।

ସୂଚନା ଅନୁଯାୟୀ ଆପଣଙ୍କୁ କହିବୁ ଯେ Redmi K80 Ultra ରେ ପେରିସ୍କୋପ କ୍ୟାମେରା ରହିବ ନାହିଁ, କାରଣ ଏହି ଫୋନ୍ ଫଟୋଗ୍ରାଫି ନୁହେଁ ପରଫରମାନ୍ସ ଉପରେ ଅଧିକ ଫୋକସ୍ ଦେଇଥାଏ । ଏହାର ସବୁଠାରୁ ଖାସ୍ ଫିଚର ହେଉଛି ଏଥିରେ ଥିବା ବ୍ୟାଟେରୀ । ଲିକ୍ସ ଅନୁଯାୟୀ, Redmi K80 Ultra ରେ ବଡ଼ ବ୍ୟାଟେରୀ ଦିଆଯିବ । ଏହାର ବ୍ୟାଟେରୀ ୬,୫୦୦mAh ରୁ କମ୍ ହେବ ନାହିଁ ଏବଂ ଏହା ୭,୦୦୦ mAh ପର୍ଯ୍ୟନ୍ତ ଯାଇପାରେ । ଏହାର ଡିଜାଇନ୍ K80 ସିରିଜର ଅନ୍ୟ ମଡେଲଗୁଡିକ ସହିତ ସମାନ ହୋଇପାରେ , ଯାହା ପ୍ରିମିୟମ ଏବଂ ଆକର୍ଷଣୀୟ ହେବ ।

ଗତ ବର୍ଷ Redmi K70 Ultra ଜୁଲାଇ ୨୦୨୪ ରେ ଲଞ୍ଚ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଏହି ଫୋନ୍ ଜୁନ୍ କିମ୍ବା ଜୁଲାଇ ଆରମ୍ଭରେ ଲଞ୍ଚ ହୋଇପାରେ । Redmi K80 Ultra Dimensity 9400 Plus ଚିପସେଟ୍ ସହିତ ଲଞ୍ଚ ହେବାର ପ୍ରଥମ ଫୋନ୍ ହୋଇପାରେ । ଏହା D9400 ର ଅଫରଡେବଲ୍ ଭର୍ସନ୍ ହୋଇଛି, ଯାହା ସ୍ପିଡ୍ ପରଫରମାନ୍ସ ଏବଂ ଗୁଡ୍ ମଲ୍ଟିଟାସକିଙ୍ଗ କ୍ଷମତା ରହିଛି । ହାଇ-ଏଣ୍ଡ ଭର୍ସନ ମଧ୍ୟ ଆସିପାରେ, ଯେଉଁଥିରେ ୨୪GB RAM ଏବଂ 1TB ଷ୍ଟୋରେଜ୍ ସାମିଳ ହୋଇପାରେ । Redmi K80 Ultra ରେ ଫ୍ଲାଟ୍ OLED ଡିସପ୍ଲେ ରହିବ, ଯେଉଁଥିରେ ସ୍ଲିମ୍ ବେଜେଲ ଏବଂ ୧.୫K ରିଜୋଲ୍ୟୁସନର ସପୋର୍ଟ ଦିଆଯିବ । Redmi K80 Ultra ରେ ପାୱରଫୁଲ୍ ବ୍ୟାଟେରୀ, ଗୁଡ୍ ପରଫରମାନ୍ସ ଏବଂ ପ୍ରିମିୟମ ଡିଜାଇନ୍ ସହିତ ଆସିବାକୁ ଯାଉଛି ।

You might also like