ଦୀର୍ଘ ଦିନର ଅପେକ୍ଷାର ଘଟିଲା ଅନ୍ତ। ରେଡମିର ଅପକମିଙ୍ଗ୍ ସ୍ମାର୍ଟଫୋନ୍ Redmi Note 10T 5Gର ଲମ୍ବା ସମୟ ଧରି ଅପେକ୍ଷା ପରେ ଶେଷରେ ଆଜି ଭାରତୀୟ ବଜାରରେ ଲଞ୍ଚ୍ ହୋଇଛି। ୟୁଜର୍ସ ଏହି ସ୍ମାର୍ଟଫୋନକୁ ବହୁତ ଦିନରୁ ଅପେକ୍ଷା କରି ରହିଥିଲେ। କାହିଁକିନା ଭାରତରେ ଲଞ୍ଚ ହୋଇଥିବା ଏହା ହେଉଛି ରେଡମିର ପ୍ରଥମ ୫ଜି ସ୍ମାର୍ଟଫୋନ। ଏହାସହିତ ଏଥିରେ ଅନେକ ପ୍ରକାର ଫିଚର୍ସର ଉପଯୋଗ କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Redmi Note 10 ସିରିଜ ଅନୁଯାୟୀ ଲଞ୍ଚ୍ କରାଯାଇଥିବା ଏହା ହେଉଛି ୫ମ ମଡେଲ। ଏହାପୂର୍ବରୁ Redmi Note 10, Redmi Note 10 Pro, Redmi Note 10 Pro Max ଏବଂ Redmi Note 10S ଲଞ୍ଚ ହୋଇସାରିଛି। ଆସନ୍ତୁ ଜାଣିବା Redmi Note 10T 5Gର ଦାମ୍, ଫିଚର୍ସ ଏବଂ ସ୍ପେସିଫିକେସନ୍ସ ବିଷୟରେ।
Redmi Note 10T 5G : ଦାମ ଏବଂ ଫିଚର୍ସ
Redmi Note 10T 5Gକୁ ଭାରତରେ ଦୁଇ ଷ୍ଟୋରେଜ ଭେରିୟଣ୍ଟରେ ଲଞ୍ଚ୍ କରାଯାଇଛି। ଫୋନର 4GB + 64GB ମଡେଲର ଦାମ୍ ଟଙ୍କା ରହିଛି। ସେହିପରି 6GB + 128GB ଷ୍ଟୋରେଜ୍ ମଡେଲର ଦାମ୍ ୧୫,୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟଫୋନ Chromium White, Graphite Black, Metallic Blue ଏବଂ Mint Green କଲର ଭେରିୟଣ୍ଟରେ ଉପଲବ୍ଧ ହେବ।
ଫୋନର ସେଲ୍ ୨୬ ଜୁଲାଇ ଠାରୁ ଆରମ୍ଭ ହେବ। ଏହାକୁ Amazon, Mi.com, Mi Home stores ବ୍ୟତୀତ ଅଫଲାଇନ ରିଟେଲ ଷ୍ଟୋର୍ସରୁ ବି କିଣିପାରିବେ। ଲଞ୍ଚ୍ ଅଫର ଅନୁଯାୟୀ Redmi Note 10T 5G କୁ ଆପଣ ୧୦୦୦ ଟଙ୍କା ଡିସକାଉଣ୍ଟ ସହିତ ବି କିଣିପାରିବେ। କିନ୍ତୁ ଏହି ଡିସକାଉଣ୍ଟ HDFC Bankର କ୍ରେଡିଟ୍ କାର୍ଡରେ ଉପଲବ୍ଧ ହେବ। ଏହାଛଡା ନୋ କଷ୍ଟ ଇଏମଆଇର ବି ସୁବିଧା ଦିଆଯାଉଛି।