Redmi Note 13 Pro+ 256GB ହେଲା ଶସ୍ତା,ଫ୍ଲପକାର୍ଟରେ ମିଳୁଛି ଅଧା ଦାମରେ

Redmi Note 14 Series ଲଞ୍ଚ ହେବା ପରେ କମ୍ପାନୀ ଗତ ବର୍ଷ ଲଞ୍ଚ କରିଥିବା Redmi Note 13 ସିରିଜକୁ ନିଜ ୱେବସାଇଟରୁ ହଟାଇ ଦେଇଛି । ଏହି ସିରିଜର ତିନୋଟି ଫୋନ୍ ଇ-କମର୍ସ ୱେବସାଇଟରେ ଉପଲବ୍ଧ ଅଛି । ଫ୍ଲିପକାର୍ଟରେ ଏହି ଫୋନର ପ୍ରାଇସ୍ ଅପେକ୍ଷା ହଜାର ଟଙ୍କା ଶସ୍ତା ହୋଇଛି । ଗତ ମାସରେ, କମ୍ପାନୀ Redmi Note 14 ସିରିଜରେ ଷ୍ଟାଣ୍ଡାର୍ଡ ମଡେଲ୍ ସହିତ Note 14 Pro ଏବଂ Note 14 Pro+ 5G କୁ ଲଞ୍ଚ କରିଛି । ଗତ ବର୍ଷ ଲଞ୍ଚ ହୋଇଥିବା ଏବଂ Note 14 Pro+ 5G ରେ ୨୦୦ MP କ୍ୟାମେରା ସହିତ ଅନେକ ଦମଦାର୍ ଫିଚର୍ସ ଦିଆଯାଇଛି ।

Redmi ର ଏହି ପାୱାରଫୁଲ୍ ଫୋନ୍ ତିନୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- ୮GB RAM + ୨୫୬ GB, ୧୨GB RAM + ୨୫୬GB ଏବଂ ୧୨GB RAM + ୫୧୨GB ରେ କିଣିପାରିବେ । ଏହି ସ୍ମାର୍ଟଫୋନରେ ଚାରେଟି କଲର ଅପ୍ସନ ରହିଛି ସେଗୁଡଡିକ ହେଉଛି- Fusion Black, Purple, White ଏବଂ Blue । ଏହାର ୮GB RAM + ୨୫୬ GB ଭ୍ୟାରିଆଣ୍ଟର ପ୍ରାଇସ୍ ୩୩,୯୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ତେବେ ଏହା ୨୨,୨୯୦ ଟଙ୍କା ପାଇଁ ୧୧ ,୦୦୦ ଟଙ୍କା ଡିସକାଉଣ୍ଟ ସହିତ ଉପଲବ୍ଧ ରହିଛି । ଏହା ବ୍ୟତୀତ ଫୋନ୍ କ୍ରୟ ଉପରେ ୧୦୦୦ ଟଙ୍କା ଏକ୍ସଟ୍ରା ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରାଯାଇଛି । ଏହି ଫୋନର ଏହି ଭ୍ୟାରିଆଣ୍ଟକୁ ଆପଣ ୭୮୪ ଟଙ୍କା EMI ସହିତ ଘରକୁ ଆଣିପାରିବେ ।

Redmi ର ଏହି ଫୋନ ୬.୬୭ ଇଞ୍ଚର ୧୨୦Hz ରିଫ୍ରେସ୍ ରେଟ୍ ଭଳି 3D କର୍ଭଡ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନ ଡିସପ୍ଲେ ପ୍ରୋଟେକ୍ସନ ପାଇଁ କର୍ନିଙ୍ଗ ଗୋରିଲା ଗ୍ଲାସ୍ ଭିକଟସ୍ ମିଳିବ । ଏହା ସହିତ HDR10+, ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନସ୍, ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରରେ ଲ୍ୟାସ୍ ହୋଇଛି । ଏହି ଫୋନରେ MediaTek Dimensity 7200 ଅକ୍ଟାକୋର ପ୍ରୋସେସର ଦିଆଯାଇଛି । ଏହା ସହିତ ୧୨GB RAM ଏବଂ ୫୧୨GB ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ ।

Redmi Note 13 Pro+ 5G ର ବ୍ୟାକରେ ୨୦୦ MP ର ମେନ୍ OIS କ୍ୟାମେରା, ୮MP ର ଅଲ୍ଟ୍ରା ୱାଇଡ୍ ଏବଂ ୨MP ର ମାକ୍ରୋ କ୍ୟାମେରା ରହିଛି । ସେଲଫି ଏବଂ ଭିଡଓ କଲିଂ ପାଇଁ ଏଥିରେ ୧୬ MP ର କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ ଏହା ୫୦୦୦ mAh ର ଦମଦାର୍ ବ୍ୟାଟେରୀ ଏବଂ ୧୨୦W ଫାଷ୍ଟ ଚାର୍ଜିଂ ଫିଚର ସହିତ ଆସିଥାଏ । ଫୋନ୍ Android 14 ରେ ବେସ୍ଡ HyperOS ଉପରେ କାମ କରିଥାଏ ।