ଖୁବ୍‌ ଶୀଘ୍ର ଲଞ୍ଚ ହେବ Redmi Note 14, କ୍ୟାମେରା ରହିଛି ଜବରଦସ୍ତ

Xiaomi, Redmi Note 14 ସିରିଜ୍‌ ପାଇଁ ପ୍ରସ୍ତୁତ ହୋଇଛି । ଏହି ମଧ୍ୟମ ବଜେଟ୍‌ ସ୍ମାର୍ଟଫୋନ ସିରିଜ୍‌ ଆସନ୍ତା ମାସରେ ଭାରତରେ ଲଞ୍ଚ ହେବାକୁ ଯାଉଛି । କମ୍ପୋନୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଫୋନର ଟିଜର ଜାରି କରାଯାଇଛି । ଏହାପୂର୍ବରୁ, Xiaomi କନଫର୍ମ କରିଛି ଯେ ରେଡମିର ନୂଆ ନୋଟ୍‌ ସିରିଜ୍‌ ଡିସେମ୍ବର ମାସରେ ଭାରତୀୟ ବଜାରରେ ଲଞ୍ଚ ହେବ । କମ୍ପାନୀ ଆଜିର ଦିନରେ ଅର୍ଥାତ ୨୦ ନଭେମ୍ବରରେ ଭାରତରେ ଆଉ ଏକ ଶସ୍ତା ୫G ସ୍ମାର୍ଟଫୋନ Redmi A4 5G ଲଞ୍ଚ କରିବାକୁ ଯାଉଛି । Qualcomm Snapdragon 4s Gen 2 ଚିପ୍‌ ସହିତ ଭାରତରେ ଏହା ପ୍ରଥମ ଫୋନ ହେବ । ଆହୁରି ମଧ୍ୟ, ଏହା ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀର ସବୁଠାରୁ ଶସ୍ତା ୫G ଫୋନ ହେବ ।

Xiaomi India ନିଜର X ହ୍ୟାଣ୍ଡେଲ ମାଧ୍ୟମରେ Redmi Note 14 ସିରିଜକୁ ସେୟାର କରିଛି । ଏହି ଟିଜରରେ କମ୍ପାନୀ ଏହାର କୌଣସି ମଡେଲ୍‌ର ନାମ ମେନସନ୍‌ କରିନାହିଁ । ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Redmi Note 13 ସିରିଜ୍‌ର ଏହି ଅପଗ୍ରେଡ୍‌ ମଡେଲ୍‌ରେ ୨୦୦MP କ୍ୟାମେରା ମିଳିପାରିବ । ଏହା ବ୍ୟତୀତ ଏହି ସିରିଜରେ ଆହୁରି ଅନେକ ଅପଗ୍ରେଡ୍‌ ଦେଖିବାକୁ ମିଳିବ । Xiaomi ଦ୍ୱାରା ଜାରି କରାଯାଇଥିବା ଟିଜରରେ କମ୍ପାନୀ \’Ready for a NOTEworthy Reveal?\’ ଲେଖାଯାଇଛି । ଯାହା ଦର୍ଶାଏ ଯେ କମ୍ପାନୀ Note ସିରିଜ ବିଷୟରେ କହୁଛି ।

ଏହା ବ୍ୟତୀତ ପୋଷ୍ଟରରେ ଫୋନର ବ୍ୟାକ ପ୍ୟାନେଲରେ କ୍ୟାମେରା ମଡ୍ୟୁଲର ମଧ୍ୟ ଝଲକ ରହିଛି । ଏଥିରେ ସେଣ୍ଟର ଆଲାଇନ୍‌ ହୋଇଥିବା କ୍ୟାମେରା ଡିଜାଇନ୍‌ ଦିଆଯାଇପାରେ । Redmi Note 14 ସିରିଜରେ ବେସ୍‌ ମଡେଲ ବ୍ୟତୀତ କମ୍ପାନୀ Redmi Note 14 Pro ଏବଂ Redmi Note 14 Pro+ ଲଞ୍ଚ କରିପାରିବ । ନିକଟରେ ଏହି ସ୍ମାର୍ଟଫୋନ ସିରିଜ ଚାଇନାର ବଜାରରେ ଲଞ୍ଚ ହୋଇଛି । ତଥାପି, ଭାରତରେ ଲଞ୍ଚ ହୋଇଥିବା ଭ୍ୟାରିଆଣ୍ଟଗୁଡିକର ହାର୍ଡୱେରରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିବ ।

Redmi Note 14 ସିରିଜର ସବୁଠାରୁ ପ୍ରିମିୟମ୍‌ ମଡେଲ୍ସରେ ୨୦୦MP ର Sony IMX882 ପ୍ରାଇମେରୀ କ୍ୟାମେରା ସେନ୍ସର ଦିଆଯାଇପାରେ । ସେହିଭଳି, ଅନ୍ୟ ଦୁଇ ମଡେଲରେ ୫୦MP ର ପ୍ରାଇମେରୀ କ୍ୟାମେରା ମିଳିବ । ଏହି ସ୍ମାର୍ଟଫୋନ ସିରିଜ୍‌ Android 15 ଉପରେ ଆଧାର କରି HyperOS 2 ସହିତ ଆସିପାରେ, ଯେଉଁଥିରେ Android 15 ର ଅପଡେଟ୍‌ ବହୁତ ଶୀଘ୍ର ମିଳିବ । ଏହି ଫୋନ ୬.୬୭ ଇଞ୍ଚର କର୍ଭଡ୍‌ ଏଜ୍‌ ଡିଜାଇନ୍‌ ଭଳି OLED ପ୍ୟାନେଲ୍‌ ସହିତ ଆସିପାରେ, ଯାହାର ରିଜୋଲ୍ୟୁସନ୍‌ ୧.୫K ହେବ । Qualcomm Snapdragon 7s Gen 3 ପ୍ରୋସେସର ଏହାର Pro+ ମଡେଲରେ ମିଳିପାରିବ । ସେହିଭଳି, ଅନ୍ୟ ଦୁଇଟି ମଡେଲ MediaTek Dimensity 7300 Ultra ସହିତ ଆସିପାରେ ।

ରେଡମିର ଏହି ସିରିଜ୍‌ IP69 ରେଟିଂ ହୋଇପାରେ, ଯେଉଁ କାରଣରୁ ଅଣ୍ଡର ଓ୍ୱାଟର ମଧ୍ୟ ଫୋନ ଖରାପ ହେବ ନାହିଁ । ଏହା ବ୍ୟତୀତ ଫୋନରେ ୬,୨୦୦mAh ପର୍ଯ୍ୟନ୍ତ ଏକ ଦମଦାର ବ୍ୟାଟେରୀ ପାଇପାରିବ । ବେସ୍‌ ଏବଂ ପ୍ରୋ ମଡେଲରେ ୪୫W ଫାଷ୍ଟ ଚାର୍ଜିଂ ଦିଆଯାଇପାରିବ, ଯେତେବେଳେ ପ୍ରୋ ପ୍ଲସ୍‌ ମଡେଲ୍‌ ୯୦W ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରିପାରିବ । ଫୋନରେ ଇନ୍‌-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ପ୍ରଦାନ କରାଯାଇପାରିବ ।

You might also like