ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ Redmi Note 7 Pro ର ସେଲ, ଜାଣନ୍ତୁ ଏହାର ଦମଦାର ଫିଚର୍ ସହ ମୂଲ୍ୟ

ଭାରତରେ ଲଂଚ୍ ହୋଇସାରିଛି ସାଓମୀର ସବ ବ୍ରାଣ୍ଡ ରେଡମୀର ନୂଆ ସ୍ମାର୍ଟଫୋନ୍ ରେଡମୀ ନୋଟ୍ ୭ ପ୍ରୋର ଆଉ ଏକ ଭାରିଏଣ୍ଟ । ୬ଜିବି ରାମ୍ ବିଶିଷ୍ଟ ଏହି ଫୋନର ଆଜି ଆରମ୍ଭ ହେବ ପ୍ରଥମ ସେଲ୍ । ଏହା ପୂର୍ବରୁ ୪ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ଭାରିଏଣ୍ଟର ସେଲ୍ କରିଥିଲା କମ୍ପାନୀ । ଉଭୟ ଫୋନକୁ ଆଜି ଗ୍ରାହକ ଦିନ ୧୨ ଟା ସମୟରେ ଫ୍ଳିପକାର୍ଟ, ଏମଆଇ ଡଟ୍ କମ୍ ଏବଂ ଏମଆଇ ହୋମରୁ କିଣି ପାରିବେ ।

ରେଡମୀ ୭ ପ୍ରୋ ର ଫିଚର :

ଏହି ଫୋନରେ ରହିଛି ୬.୩ ଇଞ୍ଚ ର ଫୁଲ ଏଚଡି ପ୍ଲସ୍ ୱାଟରଡ୍ରପ୍ ନୋଚ୍ ଡିସପ୍ଲେ । ଡିସପ୍ଲେରେ ଗୋରିଲ୍ଲା ଗ୍ଲାସ୍ ୫ ର ପ୍ରୋଟେକ୍ସନ୍ ରହିଛି । ଯଦି ଫୋନର ପ୍ରୋସେସର୍ ବିଷୟରେ କହିବା ତେବେ ଏଥିରେ କ୍ବାଲକମ୍ ର ଅକ୍ଟୋକୋର୍ ସ୍ନାପଡ୍ରାଗନ୍ ୬୭୫ ପ୍ରୋସେସର୍ ଅଛି । ଏହି ଫୋନରେ ୪ଜିବି/ ୬ଜିବି ରାମ୍ ଏବଂ ୬୪ ଜିବି/୧୨୮ ଜିବି ଷ୍ଟୋରେଜ୍ ରହିଛି ଯାହା ମେମୋରୀ କାର୍ଡ ସାହାଯ୍ୟରେ ୨୫୬ ଜିବି ଯାଏ ବଢାଯାଇ ପାରିବ ।

କ୍ୟାମେରା :

ଏହି ଫୋନରେ ରହିଛି ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ । ଯେଉଁଥିରେ ଗୋଟିଏ କ୍ୟାମେରା ହେଉଛି ୪୮ ମେଗାପିକ୍ସେଲ୍ ଏବଂ ଅନ୍ୟ କ୍ୟାମେରାଟି ହେଉଛି ୫ ମେଗାପିକ୍ସେଲ୍ । ସେହିପରି ଫ୍ରଣ୍ଟ କ୍ୟାମେରା ହେଉଛି ୧୩ ମେଗାପିକ୍ସେଲ୍ । ଏହା ସହ ୪ କେ ଭିଡିଓ ରେକର୍ଡିଂ ମଧ୍ୟ ରହିଛି ।

ବ୍ୟାଟେରୀ ଏବଂ କନେକ୍ଟିଭିଟି :

ଫୋନରେ ରହିଛି ୪୦୦୦ mAh ବ୍ୟାଟେରୀ ଯାହା କ୍ବିକ୍ ଚାର୍ଜ ୪.୦ କୁ ସପୋର୍ଟ କରିଥାଏ । ଫୋନରେ ଫିଙ୍ଗର ପ୍ରିଣ୍ଟ ସେନ୍ସର,ସି- ଟାଇପ୍ ଚାର୍ଜିଙ୍ଗ୍ ପୋର୍ଟ, ୩.୫ ଏମଏମ୍ ହେଡଫୋନ୍ ଜ୍ୟାକ୍ , ଡୁଆଲ୍ ସିମ୍ ସପୋର୍ଟ, ୱାଇ ଫାଇ, ବ୍ଲୁଟୁଥ୍ ୫.୦ ଭଳି ଫିଚର୍ସ ରହିଛି ।

ମୂଲ୍ୟ :

ରେଡମୀ ନୋଟ୍ ୭ ପ୍ରୋ ର ୪ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ଭାରିଏଣ୍ଟର ଦାମ୍ ୧୩,୯୯୯ ରହିଥିବା ବେଳେ ୬ ଜିବି ରାମ୍ ସହ ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ରହିଛି ୧୬,୯୯୯ ଟଙ୍କା । ଫୋନ୍ ସହ ଏୟାରଟେଲ୍ ତରଫରୁ ୧୨୨୦ ଜିବି ଡାଟା ଏବଂ ଅସୀମିତ କଲର ସୁବିଧା ମଧ୍ୟ ମିଳିବ ।