କମ୍ ଦାମରେ ମିଳୁଛି Redmi Note 9, ଫୋନରେ ମିଳୁଛି ଡିସକାଉଣ୍ଟ ସହିତ ଶାନଦାର ଅଫର୍ସ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମିର ରେଡମି ନୋଟ ୯ (Redmi Note 9) ସିରିଜ ଭାରତରେ ଧମାଲ କରିଛି। ଏହି ସିରିଜର ସମସ୍ତ ଫୋନ ଗ୍ରାହକଙ୍କୁ ବହୁତ ପସନ୍ଦ ଆସୁଛି। ଯଦି ଆପଣ ଏହି ସିରିଜର ଫୋନ କିଣିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ। ଏହି ଫୋନ ଆମାଜନରେ ଡିସକାଉଣ୍ଟ ସହିତ ଶାନଦାର ଅଫର୍ସ ସହିତ ମିଳୁଛି। ଏହି ଅଫର ସାହାଯ୍ଯରେ ବହୁତ କମ୍ ଦାମରେ ଆପଣ ଏହି ଫୋନକୁ ଅର୍ଡର କରିପାରିବେ। ତେବେ କ’ଣ ରହିଛି ଫୋନ ଅଫର…

ରେଡମି ୯ ୪ଜିବି ଏବଂ ୬୪ ଜିବି ଭାରିଅଣ୍ଟ ସ୍ମାର୍ଟଫୋନକୁ ୧୦,୯୯୯ ଟଙ୍କା ଏବଂ ୪ ଜିବି ଓ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଫୋନ ୧୨,୯୯୯ ଟଙ୍କାରେ କିଣିପାରିବେ। ଏହାସହିତ ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ ଥିବା ଫୋନକୁ ୧୩,୯୯୯ ଟଙ୍କାରେ କିଣିପାରିବେ। ଯଦି ଆମାଜନରେ ଫୋନକୁ ଏକ୍ସଚେଞ୍ଚ ଅଫର ସହିତ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଏକ୍ସଟ୍ରା ଡିସକାଉଣ୍ଟ ମିଳିବ। ଏହାସହିତ ଫୋନରେ ନୋ କଷ୍ଟ ଇଏମଆଇ ଅପସନରେ ମଧ୍ୟ କିଣିପାରିବେ।

redmi note 9s

Redmi note 9 ଫିଚର୍ସ

ରେଡ଼ମି ଏହି ଫୋନରେ ୬.୫୩ ଇଞ୍ଚର ଫୁଲ HD+ଡିସପ୍ଲେ ସହିତ ଫୋନ ମିଡ଼ିଆଟେକ ହିଲିୟୋ G85 ଅକଟା-କୋର ପ୍ରୋସେସର ରହିଛି। ସାଓମିର ନୂଆ ଫୋନ ଆଣ୍ଡ୍ରଏଡ଼ ୧୦ ଉପରେ ରନ କରିଥାଏ। ଫଟୋଗ୍ରାଫି ପାଇଁ ୪୮ ଏମପି କ୍ଯାମେରା, ୮ଏମପି ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ କ୍ଯାମେରା, ୨ ଏମପି ମାଇକ୍ରୋ କ୍ଯାମେରା ଏବଂ ୨ ଏମପି ଡେପ୍ଥ କ୍ଯାମେରା ରହିଛି। ସେଲଫି ପାଇଁ ୧୩ ଏମପି କ୍ଯାମେରା ଦିଆଯାଇଛି। ଫୋନର ବ୍ଯାଟେରୀ ୫,୦୨୦ mAh ବ୍ଯାଟେରୀ ସହିତ ୨୨.୫ ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.