ପାୱାର ଫୁଲ୍ ବ୍ୟାଟେରୀ ସହିତ ଲଞ୍ଚ ହୋଇଛି Redmi Pad 2, କମ୍ ପ୍ରାଇସରେ ରହିଛି ଜବରଦସ୍ତ ଫିଚର୍ସ

Redmi ଏହାର ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍ Pad 2 ଲଞ୍ଚ କରିଛି । ଏହି ଟାବଲେଟ୍ରେ ୯,୦୦୦mAh ବ୍ୟାଟେରୀ, ୨.୫K ରିଜୋଲ୍ୟୁସନ୍ ଡିସପ୍ଲେ ସମେତ ଅନେକ ପାୱାରଫୁଲ୍ ଫିଚର୍ସ ରହିଛି । Redmiର ଏହି ଟାବଲେଟ୍ ଗତବର୍ଷ ଲଞ୍ଚ ହୋଇଥିବା Redmi Padର ଏକ ଅପଗ୍ରେଡେଡ୍ ମଡେଲ୍ । କମ୍ପାନୀ ଏହି ଟାବଲେଟ୍କୁ 4G ଏବଂ WiFi ଭାରିଆଣ୍ଟରେ ଉପସ୍ଥାପନ କରିଛି । ତେବେ ଆସନ୍ତୁ ଜାଣିବା Redmiର ଏହି ଶସ୍ତା ଟାବଲେଟର ସମ୍ପୂର୍ଣ୍ଣ ଡିଟେଲ୍ସ ।

Redmi Pad 2 ର ମୂଲ୍ୟ :
ଏହି Redmi ଟାବଲେଟ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଯାହା ହେଉଛି- ୪GB RAM + ୧୨୮GB ଷ୍ଟୋରେଜ୍ ଏବଂ ୮GB RAM + ୨୫୬GB ଷ୍ଟୋରେଜ୍ । ଏଥି ସହ ଜାଣିରଖନ୍ତୁ ଯେ, ୪GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟ WiFi Only କନେକ୍ଟିଭିଟି ସହିତ GBP ୧୬୯(ପ୍ରାୟ ୧୮,୦୦୦ ଟଙ୍କା) । ସେହିଭଳି, ଏହାର ଟପ୍ ୮GB RAM + ୨୫୬GB ଭାରିଆଣ୍ଟର ମୂଲ୍ୟ GBP ୨୧୯ (ପ୍ରାୟ ୨୫,୦୦୦ ଟଙ୍କା) ରହିଛି । ଏହି Redmi ଟାବଲେଟ୍ 4G କନେକ୍ଟିଭିଟି ସହିତ ମଧ୍ୟ ଆସିଥାଏ । ଏହାର ୪GB RAM + ୧୨୮GB ଭାରିଆଣ୍ଟର ମୂଲ୍ୟ GBP ୨୧୯ (ପ୍ରାୟ ୨୫,୦୦୦ ଟଙ୍କା) । ସେହିଭଳି, ଏହାର ୮GB RAM + ୨୫୬GB ଭାରିଆଣ୍ଟର ମୂଲ୍ୟ GBP ୨୫୯ (ପ୍ରାୟ ୩୦,୦୦୦ ଟଙ୍କା) ରହିଛି । ଏଥି ସହ ଜାଣିରଖନ୍ତୁ ଯେ, ଏହା ଜୁନ୍ ୧୮ରେ ଭାରତରେ ଲଞ୍ଚ ହେବ ।

Redmi Pad 2 ର ଫିଚର୍ସ :
୧) Redmiର ଏହି ଶସ୍ତା ଟାବଲେଟ୍ ୧୧ ଇଞ୍ଚର ୨.୫K ରିଜୋଲ୍ୟୁସନ୍ ଡିସପ୍ଲେ ସହିତ ଆସିଥାଏ । ଯାହା ୯୦Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହି ଟାବଲେଟକୁ ଡିସପ୍ଲେର ପିକ୍ ବ୍ରାଇଟନେସ୍ ୫୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି ।

୨) Redmi Pad 2ରେ MediaTek Helio G100 Ultra ପ୍ରୋସେସର ଦିଆଯାଇଛି, ଯାହା ସହିତ ୮ GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଟାବଲେଟର ଇଣ୍ଟରନାଲ୍ ଷ୍ଟୋରେଜକୁ microSD card ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ ମଧ୍ୟ କରାଯାଇପାରିବ ।

୩) ଏହି ଟାବଲେଟରେ ୮MP ରିୟର ଏବଂ ୫MPର ସେଲଫି କ୍ୟାମେରା ମିଳିପାରିବ, ଯାହାର ଫଟୋଗ୍ରାଫି ଏବଂ ଭିଡିଓ କଲିଂ ପାଇଁ ବ୍ୟବହାର କରାଯାଇପାରିବ ।

୪) ଏଥିରେ କନେକ୍ଟିଭିଟି ପାଇଁ WiFi 5, Bluetooth 5.3, USB Type C ଚାର୍ଜିଂ ପୋର୍ଟ ଭଳି ଫିଚର୍ସ ମିଳିଥାଏ । ଏହା ସହିତ ଏହା ଡଲବି ଆଟମସ୍ ସପୋର୍ଟ ଭଳି ସ୍ପିକର୍ସ ସହିତ ଆସିଥାଏ ।

୫) ଏଥି ସହ ଜାଣିରଖନ୍ତୁ ଯେ, Redmi Pad 2 ରେ ୯,୦୦୦mAhର ବ୍ୟାଟେରୀ ଦିଆଯାଇଛି, ଯାହା ସହିତ ୧୮W ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିଥାଏ । ଏଥିରେ Redmi Smart Penର ମଧ୍ୟ ସପୋର୍ଟ ମିଳିବ । ଯାହାକୁ ଅଲଗା କିଣାଯାଇପାରିବ । ଯଦି ଆପଣ ଏକ ଟାବଲେଟ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଏହି ପାୱାରଫୁଲ୍ ଟାବଲେଟ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Also read : OnePlus ଆଣିଲା ଏକ ଦମଦାର ଟାବଲେଟ୍, ମିଳିବ ଅନେକ AI ଫିଚର୍ସ