Redmi Pad 2 Pro 5G ଜାନୁଆରୀ ୨୦୨୬ ପ୍ରଥମ ସପ୍ତାହରେ ଭାରତରେ ଲଞ୍ଚ ହେବ ବୋଲି ଚୀନ୍ ସ୍ମାର୍ଟଫୋନ୍ ମେକର ଷୋଷଣା କରିଛି । କମ୍ପାନୀ ଭାରତରେ ଟାବଲେଟ୍ ଲଞ୍ଚ ହେବାର ଟିଜ୍ ଦେବା ପରେ ଏହି ଷୋଷଣା କରାଯାଇଛି । ଏହା ବ୍ୟତୀତ, କମ୍ପାନୀ ଆଗାମୀ Redmi Pad 2 Pro 5G ର ବ୍ୟାଟେରୀ ଲାଇଭ ଏବଂ ଡିସପ୍ଲେ ସାଇଜ୍ ବିଷୟରେ ମଧ୍ୟ ସୂଚନା ଦେଇଛି । ଏହାର ଉପଲବ୍ଧତା କମ୍ପାନୀର ୱେବସାଇଟ୍ ମାଧ୍ୟମରେ କନର୍ଫ କରାଯାଇଛି । ଏହି ଟାବଲେଟ୍ ନିକଟରେ ସମାନ ସ୍ପେିସିଫିକେସନ୍ ଏବଂ ଫିଚର୍ସ ସହିତ କିଛି ୟୁରୋପୀୟ ଦେଶଗୁଡିକରେ ଲଞ୍ଚ କରାଯାଇଥିଲା ।
ଏଥିସହ ଜାଣିରଖନ୍ତୁ ଯେ, ଆଗାମୀ Redmi Pad 2 Pro 5G ପାଇଁ ଡ଼େଡିକେଟେଡ୍ ୱେବସାଇଟ୍ ଅପଡେଟ୍ ହୋଇଛି, ଯାହା ପ୍ରକାଶ କରିଛି ଯେ ଏହି ଟାବଲେଟ୍ Xiaomi ର ସବ୍-ବ୍ରାଣ୍ଡ ଦ୍ବାରା ଜାନୁଆରୀ ୬, ୨୦୨୬ ରେ ଭାରତରେ ଲଞ୍ଚ କରାଯିବ । ଏହା ବ୍ୟତୀତ, ଟେକ୍ କମ୍ପାନୀ କନଫର୍ମ କରିଛି ଯେ ଏହା ଏହାର ଆଗାମୀ Redmi Pad 2 Pro 5G ରେ ୧୨,୦୦୦ mAh ବ୍ୟାଟେରୀ ପ୍ୟାକ୍ କରିବ । ଏଥିସହ କମ୍ପାନୀ ଦାବି କରିଛି ଯେ ଏହା ୧୨.୧-ଇଞ୍ଚ ଡିସପ୍ଲେ ଥିବା ଟାବଲେଟ୍ ପାଇଁ ‘‘ବିଶ୍ବର ସବୁଠାରୁ ବଡ଼ ବ୍ୟାଟେରୀ’’ ।
ନିକଟରେ Redmi ଭାରତରେ Redmi Pad 2 Pro 5G ଲଞ୍ଚ ହେବାର ଇନଫରମସେନ୍ ଦେଇଛି ଏବଂ ଏହା Xiaomi India ଅନଲାଇନ୍ ଷ୍ଟୋର୍ ମାଧ୍ୟମରେ ଦଶରେ ସେଲ୍ ପାଇଁ ଉପଲବ୍ଧ ହେବ ବୋଲି କନଫର୍ମ କରିଛି । କମ୍ପାନୀ ଏହା ମଧ୍ୟ କନଫର୍ମ କରିଛି ଯେ ଆଗାମୀ ଦିନରେ ଏହା ଟାବଲେଟ୍ ବିଷୟରେ ଅଧିକ ଡିଟେଲ୍ସ ପ୍ରକାଶ କରିବ ।
Redmi Pad 2 Pro 5G ର ପ୍ରାଇସ୍ :
Redmi Pad 2 Pro 5G କିଛି ଗ୍ଲୋବାଲ୍ ମାର୍କେଟରେ EUR ୩୭୯.୯ (ପ୍ରାୟ ୪୦,୦୦୦ ଟଙ୍କା) ରୁ ଆରମ୍ଭକ ମୂଲ୍ୟରେ ଲଞ୍ଚ କରାଯାଇଛି । ଏହା ଲାଭେଣ୍ଡର ପର୍ପଲ, ସିଲଭର ଏବଂ ଗ୍ରାଫାଇଟ୍ ଗ୍ରେ କଲରରେ ଉପଲବ୍ଧ । ଏଥିସହ ଏଥିରେ ୨.୫K ରିଜୋଲ୍ୟୁସନ୍ ସହିତ ୧୨.୧-ଇଞ୍ଚ ଡିସପ୍ଲେ ୧୨୦ Hz ପର୍ଯ୍ୟନ୍ତ ରିଫ୍ରେସ୍ ରେଟ୍, ୧୬:୧୦ ଆସ୍ପେକ୍ଟ ରିସିଓ ଏବଂ ୫୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ରହିଛି ।
Redmi Pad 2 Pro 5G ର ସ୍ପେସିଫିକେସନ୍:
ୟୁରୋପରେ, Redmi Pad 2 Pro 5G Qualcomm ର ଅକ୍ଟା-କୋର 7s Gen 4 ଚିପସେଟ୍ ଦ୍ବାରା ପରିଚାଳିତ । ଏହି ଟାବଲେଟରେ ଏକ Adreno 810 GPU ଏବଂ ୬ GB LPDDR4x RAM ମଧ୍ୟ ରହିଛି । ଏଥିରେ ୧୨୮GB UFS 2.2 ବିଲ୍ଟ-ଇନ୍ ଷ୍ଟୋରେଜ୍ ମଧ୍ୟ ଅଛି, ଯାହାକୁ ଏକ microSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । ଏହାର କ୍ବାଡ୍-ସ୍ପିକର ସେଟଅପ୍ Dolby Atmos, Hi-Res Audio ଏବଂ ୩୦୦% ଅଡିଓ ବୁଷ୍ଟକୁ ସପୋର୍ଟ କରେ । କ୍ୟାମେରା ଦ୍ରୁଷ୍ଟିରୁ, Redmi Pad 2 Pro 5G ରେ ଏକ ସିଙ୍ଗଲ ୮-ମେଗାପିକ୍ସେଲ ଫ୍ରଣ୍ଟ ସେଲଫି କ୍ୟାମେରା ରହିଛି । ଏଥିସହ ଏହା ୩୩ W ୱାୟାରଲେସ୍ ଫାଷ୍ଟ ଚାର୍ଜିଂ ଏବଂ ୨୭ W ରିଭର୍ସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ ।
Also read: ଆଜିଠାରୁ ଭାରତରେ Realme Narzo 90x 5G ର ସେଲ୍ ଆରମ୍ଭ, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ