୧୦ ହଜାରରୁ କମ୍ ପ୍ରାଇସରେ ପାଇବେ Redmi ର ଏହି ୫ଟି ଫୋନ୍, Flipkart ରେ ହ୍ରାସ ପାଇଛି ୫୦% ର ଦାମ୍
ଯେତେବେଳେ ଲୋକେ ଅଫରଡେବଲ୍ ସ୍ମାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରିଥାନ୍ତି ସେତେବଳେ ପ୍ରଥମେ Redmi ର ବ୍ରାଣ୍ଡର ନାମ ପ୍ରଥମେ ଆସିଥାଏ । Redmi ମିଡ୍ ରେଞ୍ଜ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ ମଧ୍ୟରେ ବହୁତ ପପୁଲାର ହୋଇଛି । କମ୍ପାନୀ ପାଖରେ ପ୍ରତ୍ୟେକ ସେଗମେଣ୍ଟ ପାଇଁ ଦମଦାଦାର୍ ସ୍ମାର୍ଟଫୋନ୍ ରହିଛି । ନୂଆ ବର୍ଷ ଅବସରରେ Redmi ନିଜର ଫ୍ୟାନ୍ସମାନଙ୍କ ପାଇଁ ଅନେକ ସ୍ମାର୍ଟଫୋନର ମୂଲ୍ୟ କମ୍ କରିଛି । ଯଦି ଆପଣ ଏକ ନୂଆ Redmi ସ୍ମାଟର୍ଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ବର୍ତ୍ତମାନ କିଣିବାର ସୁଯୋଗ ଅଛି ।
ଏହାସହ ବର୍ତ୍ତମାନ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ମଧ୍ୟ ଗ୍ରାହକଙ୍କୁ ବଡ଼ ଗିଫ୍ଟ ଦେଇଛି । ଏହାର ଅର୍ଥ ହେଉଛି ଯେ ଫ୍ଲପକାର୍ଟ ଅନେକ ଗ୍ରାହକଙ୍କୁ Redmi ସ୍ମାର୍ଟଫୋନରେ ବହୁତ ଭଲ ଅଫର ଦେଉଛି । ଫ୍ଲାର୍ଟ ଡିସକାଉଣ୍ଟ ସହିତ କମ୍ପାନୀ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ଅଧ୍ୟ ପ୍ରଦାନ କରୁଛି । Redmi ର ଏପରି ୫ଟି ସ୍ମାର୍ଟଫୋନ୍ ବିଷୟରେ କହିବୁ, ଯାହା ୧୦,୦୦୦ ରୁ କମ୍ ମୂଲ୍ୟରେ ରହୁଛି ।
Redmi A3 128GB ରେ ଡିସକାଉଣ୍ଟ ଅଫର :
ଯଦି ଆପଣଙ୍କା କମ୍ ବଜେଟରେ ଏକ ଭଲ ଦମଦାର୍ ସ୍ମାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଆପଣ Redmi A3 କୁ କିଣିପାରିବେ । ଏହି ସ୍ମାଟର୍ଫୋନରେ ୬ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଅଛି । ଏହି ସ୍ମାର୍ଟଫୋନର ପ୍ରାଇସ୍ ଫ୍ଲିପକାର୍ଟରେ ୧୧,୯୯୯ ଟଙ୍କା ରହିଛି କିନ୍ତୁ ବର୍ତ୍ତମାନ ଏଥିରେ ୩୮% ଡିସକାଉଣ୍ଟ ଅଫର ଅଛି । ଏହା ପରେ ଆପଣ ଏହାକୁ ମାତ୍ର ୭,୩୩୧ ଟଙ୍କାରେ କିଣିପାରିବେ । ଏହି ଫୋନରେ ୫୦୦୦mAh ର ବ୍ୟାଟେରୀ ରହିଛି ।
Redmi 13C 5G ରେ ଡିସକାଉଣ୍ଟ ଅଫର :
ଯଦି ଆପଣ କମ୍ ମୂଲ୍ୟରେ 5G ସ୍ମାର୍ଟଫୋନ୍ କଣିବା ଚାହୁଁଛନ୍ତି ତେବେ Redmi 13C 5G କୁ କିଣନ୍ତୁ । ଏହାର ୧୨୮GB ଭ୍ୟାରିଆଣ୍ଟରେ ଫ୍ଲିପକାର୍ଟ ଦମଦାର ଅଫର ଦେଉଛି । ୱେବସାଇଟରେ ଏହି ଫୋନ୍ ୧୫,୯୯୯ ଟଙ୍କାରେ ଲିଷ୍ଟ ହୋଇଛି, କିନ୍ତୁ ଏଥିରେ ୩୮% ଡିସକାଉଣ୍ଟ ଅଫର ଅଛି । ଏହି ଅଫର ସହିତ ଆପଣ ଏହାକୁ ମାତ୍ର ୯,୮୭୫ ଟଙ୍କାରେ କିଣିପାରିବେ । ଏଥିରେ ୫୦MP ର ରିୟର କ୍ୟାମେରା ଦିଆଯାଇଛି । ଏହା ସହିତ ଏଥିରେ ୫୦୦୦ mAh ର ବଡ଼ ବ୍ୟାଟେରୀ ମଧ୍ୟ ଦିଆଯାଇଛି ।
Redmi 12 128GB ଡିସକାଉଣ୍ଟ ଅଫର :
Redmi 12 ହେଉଛି Redmi ର ଏକ ପପୁଲାର୍ ସ୍ମାର୍ଟଫୋନ୍ । କମ୍ପାନୀ ଏହାକୁ ୨୦୨୪ ରେ ଲଞ୍ଚ କରିଥିଲା । ଫ୍ଲିପକାର୍ଟ ଠାରୁ ଏପର୍ଯ୍ୟନ୍ତ ୭୧ ରୁ ଅଧିକ ଲୋକ ଏହାକୁ କିଣିଛନ୍ତି । ଏହି ଫୋନର ରିୟଲ ପ୍ରାଇସ୍ ହେଉଛି ୧୫,୯୯୯ ଟଙ୍କା କିନ୍ତୁ ଏହା ଉପରେ ୫୦% ଡିସକାଉଣ୍ଟ ଦିଆଯାଉଛି । ଅଧା ମୂଲ୍ୟ କମ୍ ହେଲା ପରେ ଆପଣ ଏହାକୁ ମାତ୍ର ୭,୯୯୯ ଟଙ୍କାରେ କିଣି ପାରିବେ । ଏଥିରେ ୬ GB RAM ଏବଂ ୧୨୮GB ଷ୍ଟୋରେଜ୍ ଅଛି । ଫଟୋଗ୍ରାଫି ପାଇଁ ଏହି ଫୋନରେ ୫୦+୮+୨ ମେଗାପିକ୍ସେଲର କ୍ୟାମେରା ରହିଛି ।
Redmi 13C 4GB RAM ଡିସକାଉଣ୍ଟ ଅଫର୍ :
ଯଦି ଆପଣ ଦୈନଦିନ କାର୍ଯ୍ୟ ପାଇଁ ଏକ ଶସ୍ତା ସ୍ମାର୍ଟଫୋନ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣ Redmi 13C କୁ କିଣିପାରିବେ । ଏହି ଫୋନରେ ୪ GB RAM ଏବଂ ୧୨୮GB ଷ୍ଟୋରେଜ୍ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ସେହି ଲୋକଙ୍କ ପାଇଁ ବେଷ୍ଟ ହେବ, ଯେଉଁମାନେ କେବଳ କଲିଂ ଏବଂ ଚାଟିଂ ପାଇଁ ଏକ ଫୋନ୍ କିଣିବା ପାଇଁ ଚାହୁଁଛନ୍ତି । ଫ୍ଲିପକାର୍ଟର ଏହାର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି କିନ୍ତୁ ବର୍ତ୍ତମାନ ଏହା ଉପରେ ୩୮% ଡିସକାଉଣ୍ଟ ଦିଆଯାଉଛି । ଅଫର ସହିତ ଆପଣ ଏହାକୁ ମାତ୍ର ୭,୩୯୮ ଟଙ୍କାରେ କିଣି ପାରିବେ ।
Redmi 11 Prime 5G ର ଡିସକାଉଣ୍ଟ ଅଫର :
ଯଦି ଆପଣ ୧୦,୦୦୦ ଟଙ୍କାର ଏକ ସ୍ମାର୍ଟଫୋନ୍ ଚାହୁଁଛନ୍ତି ଯାହା ଆପଣଙ୍କୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଭଲ ଭାବରେ ବ୍ୟବହାର କରିପାରିବେ, ତେବେ ଆପଣ Redmi 11 Prime 5G କୁ କିଣିପାରିବେ । ଏହି ସ୍ମାର୍ଟଫୋନର ପ୍ରାଇସ୍ ୧୫,୯୯୯ ଟଙ୍କା ରହିଛି କିନ୍ତୁ ବର୍ତ୍ତମାନ ଏଥିରେ ୩୪% ଡିସକାଉଣ୍ଟ ଅଫର ଅଛି । ଏହି ଅଫର ସହିତ ଆପଣ ଏହାକୁ ମାତ୍ର ୧୦,୪୯୯ ଟଙ୍କାରେ କିଣିପାରିବେ । ଯଦି ଆପଣ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହାକୁ ୧୦,୦୦୦ ଟଙ୍କା କମ୍ ମୂଲ୍ୟରେ ପାଇପାରିବେ ।