ଲଞ୍ଚ ହୋଇଛି Redmi Turbo 4, ପ୍ରାଇସ୍ ଏବଂ ଫିଚର୍ସ ଜାଣି ହେବେ ଆଶ୍ଚର୍ଯ୍ୟ

Redmi ନିଜର ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ Turbo 4 5G କୁ ଲଞ୍ଚ କରିଛି । ଏହି ଫୋନ୍ ୬,୫୫୦ mAh ର ବ୍ୟାଟେରୀ, MediaTel Dimensity 8400 Ultra ଚିପସେଟ୍, IP69 ରେଟିଙ୍ଗ ଭଳି ଦମଦାର୍ ଫିଚର୍ସ ସହିତ ଆସିଥାଏ । ଏହି ସ୍ମାର୍ଟଫୋନରେ Xiaomi ଫ୍ଲାଗସିପ୍ ଲେଭଲ ଭଳି ଫିଚର୍ସ ଦେଇଛି । କମ୍ପାନୀ ଦାବି କରିଛି ଯେ Redmi ବ୍ରାଣ୍ଡର ଏହା ସବୁଠାରୁ ଜବରସ୍ତ ସ୍ମାର୍ଟଫୋନ୍ ରହିଛି । ଏହା ୧୬ GB RAM ଏବଂ ୧୨ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଲଞ୍ଚ କରିଛି ।

Redmi Turbo 4 ର ପ୍ରାଇସ୍ :
Redmi ର ଏହି ସ୍ମାଟନେରେ ୪ଟି ଷ୍ଟୋରେଜ୍ ଅପ୍ସନ ରହିଛି ଯାହା ହେଉଛି- ୧୨ GB RAM + ୨୫୬GB, ୧୬ GB RAM + ୨୫୬GB, ୧୨ GB RAM + ୫୧୨GB ଏବଂ ୧୬ GB RAM + ୫୧୨GB ରେ ଆସିଥାଏ । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ CNY ୧,୯୯୯ ଅର୍ଥାତ୍ ପ୍ରାୟ ୨୩,୫୦୦ ଟଙ୍କା ରହିଛି । ସେହିଭଳି ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ CNY ୨,୪୯୯ ଅର୍ଥାତ୍ ପ୍ରାୟ ୨୯,୪୦୦ ଟଙ୍କା ଅଛି । ଏହି ଫୋନର ୩ଟି କଲର ଅପ୍ସନ Lucky Cloud White, Shadow Black ଏବଂ Shallow Sea Blue ରେ ଲଞ୍ଚ କରାଯାିଛି । ଚୀନରେ ଲଞ୍ଚ ହୋଇଥିବା ଏହି ଫୋନ୍ POCO X7 Pro ନାମରେ ଭାରତକୁ ଆସିବ ।

Redmi Turbo 4 ର ଫିଚର୍ସ :
Redmi ର ଏହି ସ୍ମାଟନେରେ ୬.୬୭ ଇଞ୍ଚର ୧.୫ K OLED ଡିସପ୍ଲେ ରହିଛି, ଯାହାର ରିଜୋଲ୍ୟୁସନ୍ ୧,୨୨୦ x ୨,୭୧୨ ପିକ୍ସେଲ ରହିଛି ଏବଂ ଏହା ୧୨୦ Hz ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରିଥାଏ । ଏହି ଫୋନ ଡିସପ୍ଲେର ପିମ୍ ବ୍ରାଇଟନେସ୍ ୩,୨୦୦ ନିଟ୍ସ ରହିଛି ଏବଂ ଏଥିରେ କର୍ନିଙ୍ଗ ଗୋରିଲା ଗ୍ଲାସ୍ 7i ର ପ୍ରୋଟେକ୍ସନ୍ ମିଳିବ । ଏହା ସହିତ Dolby Vision ଏବଂ HDR10+ କୁ ମଧ୍ୟ ସପୋର୍ଟ କରିଥାଏ ।

Redmi Turbo 4 ରେ MediaTek Dimensity 8400 Ultra ପ୍ରୋସେସର ଦିଆଯାଇଛି । ଏଥିରେ ୧୬ GB LPDDR5x RAM ଏବଂ ୫୧୨ GB UFS 4.0 କୁ ସପୋର୍ଟ ମିଳିଥାଏ । Redmi ର ଏହି ଫୋନ୍ Android 15 ଉପରେ ବେସ୍ଡ HyperOS 2.0 ସହିତ ଆସିଥାଏ ।

ଏହି ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦ MP ର ମେନ୍ OIS ଅର୍ଥାତ୍ ଅପ୍ଟିକାଲି ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚର ଅଛି । ଏହା ବ୍ୟତୀତ, ଫୋନରେ ୮ MP ର ଅଲ୍ଟ୍ରାୱାଇଡ୍ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ Redmi ର ଏହି ଫୋନରେ ୨୦ MP ର କ୍ୟାମେରା ମିଳିବ ।

ଏହି ସ୍ମାର୍ଟଫୋନ୍ ୬,୫୦୦ mAh ର କାର୍ବନ ସିଲିକନ୍ ବ୍ୟାଟେରୀ ସହିତ ଆସିଥାଏ । ଫୋନରେ ୯୦ W USB Type C ଫାଷ୍ଟ ଚାର୍ଜିଂ ଫିଚର ମିଳିଥା, । ଫୋନ୍ ଡୁଆଲ୍ ବ୍ୟାଣ୍ଡ Wi-Fi, 5G, 4G ଭଳି କନ୍ନେକ୍ଟିଭିଟି ଫିଚର୍ସକୁ ସପୋର୍ଟ କରିବ । ଏଥିରେ IP66, IP68, IP69 ରେଟିଂ ୱାଟର ଏବଂ ଡଷ୍ଟ ପ୍ରୁଭ୍ ଫିଚର ରହିବ ।