ଲଞ୍ଚ୍ ହେଲା Redmi ର ପ୍ରଥମ ସ୍ବାର୍ଟୱାଚ, ଯେଉଁଥିରେ ଦେଖିପାରିବେ ନିଜର ହାର୍ଟରେଟ ମନଟରିଂ ରିପୋର୍ଟ

Redmi ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଭିତ୍ତିକ ସ୍ମାର୍ଟୱାଚ୍ ଲଞ୍ଚ୍ କରିଛି। ରେଡମି ଏହି ସ୍ମାର୍ଟୱାଚ୍ Reddi Note 9 5G ସିରିଜ ସହିତ ଲଞ୍ଚ୍ କରିଛି। Redmi Smart Watch ର ଡାଏଲ୍ ସ୍କୋୟାର ସେପ୍ ର ରହିଛି। ଏହାଛଡା ଏଥିରେ ଅନେକ ପ୍ରକାରର ଫିଟନେସ ଫିଚର୍ସ ମଧ୍ୟ ଦିଆଯାଇଛି। ଏହି ସ୍ମାର୍ଟୱାଚ ବଜେଟ କ୍ଯାଟେଗୋରୀ ରହିଥିବା ବେଳେ ଏଥିରେ NFC ସପୋର୍ଟ ଦିଆଯାଇଛି।

ଏଥିରେ ୧.୪ ଇଞ୍ଚର ଡିସପ୍ଲେ ସହିତ ଅଟୋ ବ୍ରାଇଟନେସର ସପୋର୍ଟ ମଧ୍ୟ ରହିଛି। ଏଥିରେ ପୂର୍ବରୁ କେତେକ ପ୍ରି ଇନଷ୍ଟଲ୍ଡ ଫିଟନେସ ମୋଡ୍‌ ରହିଛି। ଏଥିରେ ହାର୍ଟରେଟ୍ ମନିଟର ମଧ୍ୟ ରହିଛି। ଏହି ଘଣ୍ଟାକୁ Mi Fit ଆପ୍ ସହିତ କନେକ୍ଟ କରାଯିବ। ଏହାଛଡା ଘଣ୍ଟାରେ ୧୨୦ଟି ୱାଚ ଫେସ ସପୋର୍ଟ ରହିଛି। ଯାହା ଫଳରେ ଆପଣ ନିଜ ହିସାବରେ ୱାଚ ଫେସ୍ ସେଟ୍ କରିପାରିବେ।

smartwatch

ଫିଚର୍ସ କଥା କହିବା ତ, ଏଥିରେ ରନିଂ, ସାଇକେଲିଂ, ଇନଡୋର ସୁଇମିଂ ମଧ୍ୟ ସାମିଲ ରହିଛି। ଏଥିରେ ଥିବା ହାର୍ଟରେଟ୍ 24 ଘଣ୍ଟା ମନିଟିର କରିବ। କମ୍ପାନୀ ମୁତାବକ, ଏଥିରେ ୩୦ ଦିନର ସଂପୂର୍ଣ୍ଣ ହାର୍ଟରେଟ୍ ମନିଟରିଂ ରିପୋର୍ଟ ମଧ୍ୟ ଦେଖିପାରିବେ। ଏଥିରେ ଇସିଜି ଭଳି ଫିଚର୍ସ ମଧ୍ୟ ରହିଛି।

ଏହି ସ୍ମାର୍ଟୱାଚ ୭ ଦିନ ପାଇଁ ବ୍ଯାଟେରୀ ବ୍ଯାକଅପ୍ ଦିଏ ବୋଲି କମ୍ପାନୀ ଦାବି କରିଛି। ଯଦି ଆପଣ ଏହାକୁ କମ୍ ୟୁଜ କରନ୍ତି, ତେବେ ୧୨ ଦିନ ପର୍ଯ୍ଯନ୍ତ ବ୍ଯାଟେରୀ ବ୍ଯାକଅପ୍ ମଧ୍ୟ ଦେଇପାରିବ । ଏହାର ବ୍ଯାଟେରୀ ୨୩୦mAh ରହିଛି, ଯାହା ଦୁଇ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ। ଏହା ଏବେ ଚୀନ୍‌ରେ ଲଞ୍ଚ ହୋଇଛି, ଯାହାର ମୂଲ୍ଯ ୨୯୯ ୟୁଆନ ରହିଛି। ଖବୁଶୀଘ୍ର ଭାରତରେ ଏହାକୁ କମ୍ପାନୀ ଲଞ୍ଚ୍‌ କରିପାରେ।

Leave A Reply

Your email address will not be published.